Advertisment

ଗୋଟିଏ ଦିନରେ ୧୦୧ ମହିଳାଙ୍କ ବନ୍ଧ୍ୟାକରଣ, ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ

ରାୟପୁର: ସାତ ଘଣ୍ଟାରେ ଛତିଶଗଡର ସୁରଗୁଜା ଜିଲ୍ଲାର ୧୦୧ ମହିଳାଙ୍କ ବନ୍ଧ୍ୟାକରଣ ହୋଇଛି। ଏହାକୁ ନେଇ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି। ଶନିବାର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ ମଣିପତ ଜିଲ୍ଲାର ନର୍ମଦାପୁର ଗାଁରେ ଥିବା କମ୍ୟୁନିଟି ହେଲଥ ସେଣ୍ଟରରେ ଅଗଷ୍ଟ ୨୭ ତାରିଖ ଦିନ ସାତ ଘଣ୍ଟା ମଧ୍ୟରେ ୧୦୧ ମହିଳାଙ୍କର ବନ୍ଧ୍ୟାକରଣ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି। ସ୍ୱାସ୍ଥ୍ୟ ବିଭାଗର […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଗୋଟିଏ ଦିନରେ ୧୦୧ ମହିଳାଙ୍କ ବନ୍ଧ୍ୟାକରଣ, ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ

sterilisation-camp

ରାୟପୁର: ସାତ ଘଣ୍ଟାରେ ଛତିଶଗଡର ସୁରଗୁଜା ଜିଲ୍ଲାର ୧୦୧ ମହିଳାଙ୍କ ବନ୍ଧ୍ୟାକରଣ ହୋଇଛି। ଏହାକୁ ନେଇ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି। ଶନିବାର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ ମଣିପତ ଜିଲ୍ଲାର ନର୍ମଦାପୁର ଗାଁରେ ଥିବା କମ୍ୟୁନିଟି ହେଲଥ ସେଣ୍ଟରରେ ଅଗଷ୍ଟ ୨୭ ତାରିଖ ଦିନ ସାତ ଘଣ୍ଟା ମଧ୍ୟରେ ୧୦୧ ମହିଳାଙ୍କର ବନ୍ଧ୍ୟାକରଣ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି।

Advertisment

ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ଡାକ୍ତର ଆଲୋକ ଶୁକ୍ଲା କହିଛନ୍ତି ଯେ ବନ୍ଧ୍ୟାକରଣ ଶିବିରରେ ଅନିୟମିତତା ସମ୍ପର୍କରେ ସୂଚନା ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି। ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶୁକ୍ଲା କହିଛନ୍ତି ଯେ ଗୋଟିଏ ଦିନରେ ୧୦୧ ମହିଳାଙ୍କ ବନ୍ଧ୍ୟାକରଣ ହୋଇଥିବା ସୂଚନା ମିଳିଛି। ତେବେ ମହିଳାଙ୍କ ଅବସ୍ଥା ସ୍ୱାଭାବିକ ଥିବା ମଧ୍ୟ ସୂଚନା ମିଳିଛି।

ଅଧିକାରୀ କହିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଣେ ଡାକ୍ତର ଶିବିରରେ ଦିନକୁ ସର୍ବାଧିକ ୩୦ ଜଣ ମହିଳାଙ୍କ ବନ୍ଧ୍ୟାକରଣ କରିପାରିବେ। କେଉଁ ପରିସ୍ଥିତିରେ ସେଠାରେ ଉପସ୍ଥିତ ଥିବା ଅଧିକାରୀମାନେ ସରକାରଙ୍କ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଛନ୍ତି ତାହା ଅନୁସନ୍ଧାନ କରାଯାଉଛି।

Advertisment

ଏହାପୂର୍ବରୁ ସୁରୁଗୁଜାର ଚିଫ୍ ମେଡିକାଲ ଅଫିସର ଡାକ୍ତର ପିଏସ ସିସୋଦିଆ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏଥିସହ ଏହି ଘଟଣାର ଯାଞ୍ଚ ପାଇଁ ତିନିଜଣିଆ କମିଟି ମଧ୍ୟ ଗଠନ କରିଛନ୍ତି। ଏହା ପୂର୍ବରୁ ନଭେମ୍ବର ୨୦୧୪ରେ ଛତିଶଗଡର ବିଳାସପୁର ଜିଲ୍ଲାରେ ଗୋଟିଏ ଦିନରେ ୮୩ ଜଣ ମହିଳାଙ୍କର ଏକ ବନ୍ଧ୍ୟାକରଣ ଶିବିର ଆୟୋଜିତ ହୋଇଥିଲା। ଏହାପରେ ୧୩ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ଖରାପ ହେତୁ ମୃତ୍ୟୁ ଘଟିଥିଲା।