ଭିଏଚପି ଓ ବଜରଙ୍ଗ ଦଳର ଧମକ ପରେ କୁନାଲ କାମରାଙ୍କ ଶୋ’ ବାତିଲ

ଗୁରୁଗ୍ରାମ: ଧମକ ପରେ ବାତିଲ ହେଲେ ଷ୍ଟାଣ୍ଡଅପ କମେଡିଆନ କୁନାଲ କାମରାଙ୍କ ଶୋ’। ଚଳିତ ମାସ ଶେଷ ଭାଗରେ ଗୁରୁଗ୍ରାମର ଗୋଟିଏ କ୍ଲବରେ କୁନାଲଙ୍କ ଶୋ’ ହେବାର ଥିଲା। ହେଲେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ଓ ବଜରଙ୍ଗ ଦଳର ଧମକ ଯୋଗୁ ଉକ୍ତ କ୍ଲବ କୁନାଲଙ୍କ ଶୋ’କୁ ବାତିଲ କରି ଦେଇଛି। କୁନାଲ କ୍ଲବରେ ଶୋ’ କରିବାକୁ ଯାଉଥିବାରୁ କିଛି ଦକ୍ଷିଣପନ୍ଥୀ ସଂଗଠନ ବିକ୍ଷୋଭ ଆରମ୍ଭ କରିଦେଇଥିଲେ। ସେହିପରି ସେମାନେ ଶୋ’ ଆୟୋଜନ ହେଲେ ପରିଣତି ଭୟଙ୍କର […]

kumal-kamra

kumal-kamra

Hemant Lenka
  • Published: Friday, 09 September 2022
  • Updated: 09 September 2022, 08:42 PM IST

Sports

Latest News

ଗୁରୁଗ୍ରାମ: ଧମକ ପରେ ବାତିଲ ହେଲେ ଷ୍ଟାଣ୍ଡଅପ କମେଡିଆନ କୁନାଲ କାମରାଙ୍କ ଶୋ’। ଚଳିତ ମାସ ଶେଷ ଭାଗରେ ଗୁରୁଗ୍ରାମର ଗୋଟିଏ କ୍ଲବରେ କୁନାଲଙ୍କ ଶୋ’ ହେବାର ଥିଲା। ହେଲେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ଓ ବଜରଙ୍ଗ ଦଳର ଧମକ ଯୋଗୁ ଉକ୍ତ କ୍ଲବ କୁନାଲଙ୍କ ଶୋ’କୁ ବାତିଲ କରି ଦେଇଛି।

କୁନାଲ କ୍ଲବରେ ଶୋ’ କରିବାକୁ ଯାଉଥିବାରୁ କିଛି ଦକ୍ଷିଣପନ୍ଥୀ ସଂଗଠନ ବିକ୍ଷୋଭ ଆରମ୍ଭ କରିଦେଇଥିଲେ। ସେହିପରି ସେମାନେ ଶୋ’ ଆୟୋଜନ ହେଲେ ପରିଣତି ଭୟଙ୍କର ହେବ ବୋଲି କହିଥିଲେ। କୁନାଲ କୁଆଡ଼େ ତାଙ୍କ କମେଡି ଜରିଆରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିଥିଲେ। ତେଣୁ ତାଙ୍କ ଶୋ’ ଗୁରୁଗ୍ରାମରେ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଥିଲେ।

ଏହାପୂର୍ବରୁ ଦୁଇ ସପ୍ତାହ ତଳେ ସମାନ କାରଣ ଦର୍ଶାଇ ଷ୍ଟାଣ୍ଡଅପ କମେଡିଆନ ମୁନାୱର ଫାରୁକିଙ୍କ ଦିଲ୍ଲୀ ଶୋ’କୁ ମଧ୍ୟ ବାତିଲ କରାଯାଇଥିଲା। ବେଙ୍ଗାଲୁରୁରେ ମଧ୍ୟ ତାଙ୍କୁ ବିରୋଧ କରାଯାଇ ଶୋ’ ପାଇଁ ଅନୁମତି ଦିଆଯାଇ ନଥିଲା। ଏବେ କୁନାଲଙ୍କ ସହ ସମାନ ଘଟଣା ଘଟିଛି।

କୁନାଲ ଶୋ’ କରିବାକୁ ଯାଉଥିବାରୁ ଆଜି ଭିଏଚ୍‌ପି ଓ ବଜରଙ୍ଗ ଦଳ ପକ୍ଷରୁ ଡେପୁଟି କମିଶନରଙ୍କୁ ଚିଠି ଲେଖାଯାଇଥିଲା। ସେପ୍ଟେମ୍ବର ୧୭ ଓ ସେପ୍ଟେମ୍ବର ୧୮ରେ ଷ୍ଟୁଡିଓ ଜୋ ବାରରେ କୁନାଲ କରିବାକୁ ଥିବା ଦୁଇଟି ଶୋ’କୁ ବାତିଲ କରିବାକୁ ସେମାନେ ଚିଠିରେ କହିଥିଲେ।

ଏହାପରେ ହିଁ କୁନାଲଙ୍କ ଶୋ’ ବାତିଲ ହୋଇଥିବା ଖବର ଆସିଛି। ପ୍ରଶାସନ ଏ ସମ୍ପର୍କରେ କିଛି କହିଥିଲେ ହେଁ ଶୋ’ ଆୟୋଜନ କରିବାକୁ ଥିବା କ୍ଲବର ଜେନେରାଲ ମ୍ୟାନେଜର ସାହିଲ ଦୱାର କହିଛନ୍ତି, ବଜରଙ୍ଗ ଦଳର ଦୁଇ ଜଣ ସଦସ୍ୟ ଏଠାକୁ ଆସିବା ସହ ଆମକୁ ଶୋ’ରେ ବିଶୃଙ୍ଖଳା କରାଯିବ ବୋଲି ଧମକ ଦେଇଥିଲେ। ସେମାନେ ଆମକୁ ଧମକ ଦେଇଥିବାରୁ ଆମେ ଶୋ’କୁ ବାତିଲ କରୁଛୁ। କାରଣ ଆମେ ବିବାଦ ସୃଷ୍ଟି କରିବାକୁ ଚାହୁଁନାହିଁ। ଏହାପରେ କ୍ଲବ ପକ୍ଷରୁ କୁନାଲଙ୍କ ଶୋ’ ପାଇଁ ସୋଶାଲ ମିଡିଆରେ କରାଯାଉଥିବା ପ୍ରମୋସନକୁ ମଧ୍ୟ ଡିଲିଟ କରିଦିଆଯାଇଛି।

କ୍ଲବ ମ୍ୟାନେଜର ଆହୁରି କହିଛନ୍ତି, “ଏ ସମ୍ପର୍କରେ ମୁଁ ମାଲିକ, ପୁଲିସ୍‌ ଓ କୁନାଲ କାମରାଙ୍କ ସହ କଥା ହୋଇଛି। ମୁଁ ମୋର କମ୍ପାନୀ ଓ ସଂଗଠନକୁ ଏତେ ବଡ଼ ରିସ୍କ ନେବାକୁ ଦେବି ନାହିଁ। ଆମେ ପୁଲିସ୍‌ ନିକଟରେ କୌଣସି ଅଭିଯୋଗ କରିନାହୁଁ। ଆମେ ଟିକେଟ ବିତରଣ କରିବାକୁ ଥିବା କମ୍ପାନୀକୁ ଚିଠି ଲେଖିଛୁ ଓ ଶୋ’ ବାତିଲ କରିବାକୁ ନିଷ୍ପତ୍ତି ନେଇଛୁ।”

ଅନ୍ୟପକ୍ଷରେ କୁନାଲ କାମରା କହିଛନ୍ତି, ଯେଉଁମାନେ ଆମ ସଂସ୍କୃତି ଓ ଆମ ଭଗବାନଙ୍କ ଉପହାସ କରିଥିବା କଥା କହୁଛନ୍ତି, ସେମାନଙ୍କ ପାଖରେ ଏନେଇ କୌଣସି ପ୍ରମାଣ ନାହିଁ।

କୁନାଲ କାମରା ନିଜର କମେଡି ମାଧ୍ୟମରେ ବିଭିନ୍ନ ସାମାଜିକ ଓ ରାଜନୀତିକ ପ୍ରସଙ୍ଗ ଉଠାନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାସ କରିବାକୁ ମଧ୍ୟ ପଛାନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story