ଲକ୍ଷ୍ନୌ:ଏକ ସରକାରୀ ନିର୍ମାଣରେ ହୋଇଥିବା ଦୁର୍ନୀତିର ଆଖିଦୃଶିଆ ପ୍ରମାଣକୁ ନେଇ ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି(ସପା) ମୁଖ୍ୟ ଅଖିଳେଶ ଯାଦବ ଖୁଲାସା କରିଛନ୍ତି। ନିମ୍ନାମାନର କାମ ଯୋଗୁ ଏକ ସରକାରୀ କୋଠାର କାନ୍ଥ କେମିତି ହାତ ମାରୁ ମାରୁ ଭୁଶୁଡ଼ି ପଡ଼ୁଛି ସେ ସମ୍ପର୍କରେ ଏକ ଭିଡିଓ ଟ୍ୱିଟ୍ କରିଛନ୍ତ ଅଖିଳେଶ। ଏହି ସରକାରୀ ନିର୍ମାଣରେ ହୋଇଥିବା ଦୁର୍ନୀତି ପାଇଁ ସେ ବିଜେପି ସରକାରକୁ ଦାୟୀ କରିଛନ୍ତି । ଏହି ଭିଡିଓରେ ଉକ୍ତ କାନ୍ଥଟିକୁ ଜଣେ ଏସପି ବିଧାୟକ ଆରକେ ବର୍ମା ସାମାନ୍ୟ ଟିକେ ଠେଲିବାରୁ ଭୁଶୁଡ଼ିପୁଡ଼ୁଥିବା ଦେଖାଯାଇଛି। ସୂଚନା ଯୋଗ୍ୟ ଯେ, ପ୍ରତାପଗଡ଼ ଜିଲ୍ଲାରେ ଏହି ସରକାରୀ କୋଠା ନିର୍ମାଣ ଚାଲିଛି। ରାଣୀଗଞ୍ଚ ଇଲାକାର ସରକାରୀ ଇଞ୍ଜିନିୟର କଲେଜର ହଷ୍ଟେଲ ପାଇଁ ୪ ମହଲା ବିଶିଷ୍ଟ ବିଲଡିଂ ନିର୍ମାଣ ହେଉଛି।
ଏହି କୋଠାଟିର ଯାଞ୍ଚ ପାଇଁ ଗତକାଲି ବିଧାୟକ ପ୍ରତାବଗଡ଼ ଯାଇଥିଲେ। ତେବେ ଯାଞ୍ଚ ବେଳେ ନିର୍ମାଣ କାର୍ଯ୍ୟରେ ବହୁ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ଏହି ସମୟରେ ସେ କାନ୍ଥଟିକୁ ଠଲି ଭିଡିଓ ସୁଟ୍ କରିଥିଲେ। ଏହି ଭିଡିଓ କ୍ଲପିଟିକୁ ଅଖିଳେଶ ଟ୍ୱିଟ୍ କରି ବିନା ସିମେଣ୍ଟରେ ଯେନତେନ ପ୍ରକାରେ ଇଟା ଯୋଡ଼େଇ ହେଉଥିବା ସେ କହିଛନ୍ତି।
https://twitter.com/yadavakhilesh/status/1540238415203299328?s=20&t=hKEEcuZIfA0dYd2BqbsSKg
ବିଜେପି ସରକାରଙ୍କ ଦୁର୍ନୀତି ଏହି କୋଠା ନିର୍ମାଣରୁ ଜଳ ଜଳ ହୋଇ ଦିଶୁଛି ବୋଲି ସେ କହିଛନ୍ତି। ସେହିପରି ବିଧାୟକ ବର୍ମା ମଧ୍ୟ ଆଦିତ୍ୟନାଥ ଯୋଗୀଙ୍କ ବିଜେପି ସରକାରକୁ ସମାଲୋଚନା କରିଛନ୍ତି। ଏଠାରେ ପଢ଼ିବାକୁ ଆସୁଥିବା ପିଲାଙ୍କ ମୃତ୍ୟୁ ଲାଗି ଆୟୋଜନ କରାଯାଉ ଥିବା ସେ କହିଛନ୍ତି। ଏହି ଘୋଟାଲାର ତଦନ୍ତ ପାଇଁ ସେ ଦାବି କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।