ପୁନାୱାଲାଙ୍କ ସୂଚନା, ୧୨ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ କୋଭୋଭାକ୍ସ
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ମୁଣ୍ଡ ଟେକିଲାଣି ମହାମାରୀ କରୋନା। ଏହି ମହାମାରୀ ଠାରୁ ବର୍ତ୍ତିବା ପାଇଁ ଟିକାକରଣ ଜୋରସୋରରେ ଚାଲିଛି। ଏହାରି ଭିତରେ ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଟିକାକୁ ନେଇ ବଡ ସୂଚନା ଦେଇଛନ୍ତି।
୧୨ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ମିଳିବ କୋଭୋଭାକ୍ସ ଟିକା। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଆଦର ପୁନାୱାଲା । କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ କୋଭୋଭାକ୍ସ ଭ୍ୟାକ୍ସିନ୍ ୧୨ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଉପଲବ୍ଧ ରହିଛି ବୋଲି ଆଦର ପୁନାୱାଲା କହିଛନ୍ତି।
କିଛି ଦିନ ପୂର୍ବରୁ ପୁନାୱାଲା ଟ୍ୱିଟ୍ କରି ସୂଚନା ଦେଇଥିଲେ କି ଭାରତରେ ପିଲାଙ୍କ ପାଇଁ କୋଭୋଭାକ୍ସ ଟିକା ଉପଲବ୍ଧ ରହିଛି। ଏହା ଭାରତ ନିର୍ମିତ ଏକମାତ୍ର ଭ୍ୟାକ୍ସିନ୍ ଯାହାକୁ ୟୁରୋପରେ ବ୍ରିକ୍ରି କରାଯାଉଛି । ଏହି ଟିକା ୯୦ ପ୍ରତିଶତ ପ୍ରଭାବଶାଳୀ । ଗତ ସପ୍ତାହରେ ଏନ୍ଟିଏଜିଆଇ ତରଫରୁ ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର କୋଭୋଭାକ୍ସ ଟିକାକୁ ୧୨ରୁ ୧୭ ବର୍ଷ ବୟସ୍କଙ୍କ ପାଇଁ ବ୍ୟବହାର ପାଇଁ ଅନୁମତି ମିଳିଥିଲା।
A lot of you have asked if Covovax is available for adults. The answer is yes, it is available for everyone above the age of 12.
— Adar Poonawalla (@adarpoonawalla) May 4, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।