GNCTD ବିଲ୍ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ଆପ୍ ପ୍ରସ୍ତୁତ !

ନୂଆଦିଲ୍ଲୀ: ରାଜ୍ୟସଭାରେ GNCTD (Government of National Capital Territory of Delhi (Amendment) Bill ସଂଶୋଧନ ବିଲ୍ ପାରିତ ହୋଇଛି। ଏହି ବିଲକୁ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛି ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି। ବିଲ୍ ପାରିତ ହେବାର ହେବାର କିଛି ଘଣ୍ଟା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଗଣତନ୍ତ୍ର ପାଇଁ ଏହା ଏକ ଦୁଃଖଦ ଦିନ। ଲୋକଙ୍କ କ୍ଷମତା ଫେରାଇ ଆଣିବା ପାଇଁ ତାଙ୍କର ସଂଗ୍ରାମ […]

Kejriwal1

Kejriwal1

Subhransu Sekhar
  • Published: Thursday, 25 March 2021
  • Updated: 26 March 2021, 12:44 AM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟସଭାରେ GNCTD (Government of National Capital Territory of Delhi (Amendment) Bill ସଂଶୋଧନ ବିଲ୍ ପାରିତ ହୋଇଛି। ଏହି ବିଲକୁ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛି ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି। ବିଲ୍ ପାରିତ ହେବାର ହେବାର କିଛି ଘଣ୍ଟା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଗଣତନ୍ତ୍ର ପାଇଁ ଏହା ଏକ ଦୁଃଖଦ ଦିନ। ଲୋକଙ୍କ କ୍ଷମତା ଫେରାଇ ଆଣିବା ପାଇଁ ତାଙ୍କର ସଂଗ୍ରାମ ଜାରି ରହିବ ବୋଲି ସେ କହିଛନ୍ତି।

ଏବେ କେନ୍ଦ୍ର ସରକାରଙ୍କ ଏହି ଆଇନକୁ କଡ଼ା ଜବାବ ଦେବା ପାଇଁ ଆମ୍ ଆଦମୀ ପାର୍ଟି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛି। କେନ୍ଦ୍ର ସରକାର ଏଭଳି ବିଲ୍ ଆଣି ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ ଶକ୍ତିହୀନ କରିବାକୁ ଚେଷ୍ଟା କରିଛନ୍ତି। ଯାହାକି ଅସାମ୍ବିଧାନିକ ପ୍ରୟାସ ବୋଲି ଆପ୍ କହିଛି। ଲୋକସଭାରେ ପାରିତ ହେବା ବେଳେ ମଧ୍ୟ ଆପ୍ ସୁପ୍ରିମକୋର୍ଟ ଯିବ ବୋଲି ଇଙ୍ଗିତ କରିସାରିଥିଲା। ଯେହେତୁ ଉଭୟ ସଦନରେ ଏନଡିଏ କ୍ଷମତାରେ ଅଛି ତେଣୁ ବିଲ୍ ପାରିତ ହେବାରେ କୌଣସି ବାଧା ସୃଷ୍ଟି ହେବ ନାହିଁ ବୋଲି ଜାଣିଥିଲା ଆପ୍।

ସୋମବାର (ମାର୍ଚ୍ଚ ୨୨) ଲୋକସଭାରେ ଏବଂ ବୁଧବାର (ମାର୍ଚ୍ଚ ୨୪)ରେ ରାଜ୍ୟସଭାରେ GNCTD ବିଲ୍ ପାରିତ ହୋଇଛି। ଯାହା ଲେଫ୍ଟନାଣ୍ଟ ଗଭର୍ଣ୍ଣର ବା ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ପ୍ରଦାନ କରିଥାଏ।

ସେହିପରି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି, "ଗଣତନ୍ତ୍ର ପାଇଁ ଆଜି ଏକ ଅନ୍ଧକାର ଦିନ। ଦିଲ୍ଲୀବାସୀଙ୍କ ଦ୍ୱାରା ମନୋନୀତ ସରକାରଙ୍କ ଅଧିକାର ଛଡ଼ାଇ ନିଆଯାଇଛି। ଯେଉଁ ସଂସଦକୁ ଗଣତନ୍ତ୍ରର ମନ୍ଦିର ବୋଲି କୁହାଯାଏ ସେହି ସଂସଦରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି ସିସୋଦିଆ କହିଛନ୍ତି। ଆଗାମୀ ଦିନରେ ଦିଲ୍ଲୀବାସୀ ଏହି ଏକଛତ୍ରବାଦ ସରକାରକୁ କଡ଼ା ଜବାବ ଦେବେ ବୋଲି ସେ କହିଛନ୍ତି।

ବୁଧବାର ରାଜ୍ୟସଭା ଏହି ବିଲକୁ ଅନୁମୋଦନ ଦେଇଛି। ଯାହାକୁ ବିରୋଧୀ ତୀବ୍ର ବିରୋଧ କରିଥିଲେ। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସଂସଦରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଜି କିଶାନ ରେଡ୍ଡୀ କହିଥିଲେ ସମ୍ବିଧାନ ଅନୁଯାୟୀ ଦିଲ୍ଲୀ ସୀମିତ କ୍ଷମତା ବିଶିଷ୍ଟ ଏକ କେନ୍ଦ୍ରଶାସିତ ଅଞ୍ଚଳ। ସମ୍ବିଧାନର ଧାରା 239A ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ନିଯୁକ୍ତ। ଯଦି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏବଂ ଦିଲ୍ଲୀର ନିର୍ବାଚିତ ସରକାରଙ୍କ ମଧ୍ୟରେ ମତଭେଦ ହୁଏ, ତେବେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏହା ବିଷୟରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇବେ। ଏହାପରେ ଗୃହରୁ କଂଗ୍ରେସ, ବିଜେଡି, ସମାଜବାଦୀ ପାର୍ଟି, YSR କଂଗ୍ରେସ ସମେତ ଅନେକ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos