ନଭେମ୍ବର ୩୦ ଯାଏ ବିଦେଶକୁ ବିମାନ ଉଡ଼ାଣ ବନ୍ଦ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ପୁଣିଥରେ ନଭେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ସେବା ଉପରେ ରୋକ ଲଗାଇଛି ଡିଜିସିଏ। ଗତକାଲି କରୋନା ସଂକ୍ରାନ୍ତ କଟକଣାକୁ କେନ୍ଦ୍ର ସରକାର ନଭେମ୍ବର ୩୦ ଯାଏ ବୃଦ୍ଧି କରିଥିଲେ। ଆଜି ଡିଜିଏସ୍‌ ଏହାକୁ ଅନୁପାଳନ କରି ବିମାନ ଉଡ଼ାଣ ଉପରେ କଟକଣାକୁ ବଢ଼ାଇଛି। ମହାମାରୀ କରୋନା ପାଇଁ ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେବ ବିଦେଶକୁ ନିୟମିତ ବ୍ୟବସାୟିକ ବିମାନ ଉଡ଼ାଣ ବନ୍ଦ ରହିଛି। କେବଳ କିଛି […]

flight

flight

Hemant Lenka
  • Published: Friday, 29 October 2021
  • Updated: 29 October 2021, 07:53 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ପୁଣିଥରେ ନଭେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ସେବା ଉପରେ ରୋକ ଲଗାଇଛି ଡିଜିସିଏ। ଗତକାଲି କରୋନା ସଂକ୍ରାନ୍ତ କଟକଣାକୁ କେନ୍ଦ୍ର ସରକାର ନଭେମ୍ବର ୩୦ ଯାଏ ବୃଦ୍ଧି କରିଥିଲେ। ଆଜି ଡିଜିଏସ୍‌ ଏହାକୁ ଅନୁପାଳନ କରି ବିମାନ ଉଡ଼ାଣ ଉପରେ କଟକଣାକୁ ବଢ଼ାଇଛି।

ମହାମାରୀ କରୋନା ପାଇଁ ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେବ ବିଦେଶକୁ ନିୟମିତ ବ୍ୟବସାୟିକ ବିମାନ ଉଡ଼ାଣ ବନ୍ଦ ରହିଛି। କେବଳ କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ଓ ସ୍ୱତନ୍ତ୍ର ଅନୁମୋଦନ ପ୍ରାପ୍ତ ଦେଶକୁ ଭାରତକୁ ବିମାନ ଉଡ଼ାଣ କରୁଛି।

ଆଜି ଡିଜିସିଏ ଗୋଟିଏ ପ୍ରେସ ବିଜ୍ଞପ୍ତିରେ କହିଛି, ଆସନ୍ତା ନଭେମ୍ବର ୩୦ ତାରିଖ ରାତି ୧୧.୫୯ ଯାଏ ଭାରତରୁ ଓ ଭାରତକୁ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ ରହିବ। ତେବେ କିଛି ନିର୍ଦ୍ଦିଷ୍ଟ ରୁମରେ ସ୍ୱତନ୍ତ୍ର ଅନୁମୋଦନ ପରେ ବିମାନ ଚଳାଚଳ କରିବ।

ସେହିପରି ଯାତ୍ରୀବାହୀ ବିମାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ କାରଗୋ ଅପରେସନକୁ ଏଥିରୁ ବାଦ ଦିଆଯାଇଛି। ପୂର୍ବରୁ ଭାରତରୁ ଓ ଭାରତକୁ ସମସ୍ତ ପ୍ରକାରର ଜରୁରୀ ଏବଂ ମାଲବାହୀ ବିମାନ ଚଳାଚଳ ଜାରି ରହିବ ବୋଲି ଡିଜିସିଏ କହିଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ଡିଜିସିଏ ବିମାନ ଉଡ଼ାଣ ଉପରେ ଲାଗିଥିବା କଟକଣାକୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରିଥିଲା। ଏହା ଶେଷ ହେବା ପୂର୍ବରୁ ହିଁ କଟକଣାକୁ ନଭେମ୍ବର ୩୦ ଯାଏ ବଢ଼ାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story