ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ପୁଷ୍କର ସିଂ ଧାମି

ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ରାଜ୍ୟ ରାଜଧାନୀ ଡେରାଡୁନ ସ୍ଥିତ ରାଜ ଭବନରେ ଧାମି ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ସମାରୋହ ପୂର୍ବରୁ ଧାମିଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏବଂ ତିରଥ ସିଂ ରାୱତ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। […]

DHAMI-UTARAKAHAND-NEW-CM

DHAMI-UTARAKAHAND-NEW-CM

Subhransu Sekhar
  • Published: Sunday, 04 July 2021
  • Updated: 04 July 2021, 08:15 PM IST

ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ରାଜ୍ୟ ରାଜଧାନୀ ଡେରାଡୁନ ସ୍ଥିତ ରାଜ ଭବନରେ ଧାମି ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଶପଥ ସମାରୋହ ପୂର୍ବରୁ ଧାମିଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏବଂ ତିରଥ ସିଂ ରାୱତ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଉଦ୍ଧମ ସିଂ ନଗର ଜିଲ୍ଲର ଖାତିମା ବିଧାନସଭାରୁ ପୁଷ୍କର ସିଂ ଧାମି ଦୁଇଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ଧାମି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ରାଜ୍ୟରେ ସେ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶପଥ ଗ୍ରହଣ ସମାରୋହରେ ଉତ୍ତରାଖଣ୍ଡ ସରକାରଙ୍କ ସମସ୍ତ କ୍ୟାବିନେଟ ମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ରହିଛନ୍ତି।

ପୁଷ୍କର ସିଂ ଧାମି ରବିବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ ଦଳର କିଛି ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା। ହେଲେ ସେହି ନେତାମାନଙ୍କୁ ଧାମି ମନାଇଥିବା ଜଣାପଡ଼ିଛି। ବିଜେପି ସୂତ୍ର ଅନୁଯାୟୀ, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସତ୍ୟପାଲ ମହାରାଜ ଏବଂ ହରକସିଂ ରାୱତଙ୍କ ଭଳି କିଛି ନେତା ଦଳର ଶୀର୍ଷ ନେତାଙ୍କ ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ତେବେ ସତ୍ୟପାଲ ମହାରାଜ କିନ୍ତୁ ଶପଥ ସମାରୋହରେ ଉପସ୍ଥିତ ଥିଲେ।

ତିରଥ ଚାରି ମାସରୁ କମ୍ ସମୟ ମୁଖ୍ୟମନ୍ତ୍ରୀ ଆସନରେ ରହିଥିଲେ। ହେଲେ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଦର୍ଶାଇ ଶୁକ୍ରବାର ବିଳମ୍ବିତ ରାତିରେ ତିରଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ଏହି ଆସନରେ ତ୍ରିବେନ୍ଦ୍ର ସିଂ ରାଓ୍ୱତ ବସିଥିଲେ।

https://twitter.com/ANI/status/1411651212949164038?s=20

ଧାମି ଆରଏସଏସ ସଂଗଠନ ସହ ଜଡ଼ିତ। ସେ ୧୦ ବର୍ଷ ପାଇଁ ଏବିଭିପିର ସଦସ୍ୟ ଥିଲେ। ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜନାଥ ସିଂହଙ୍କର ସେ ନିକଟତମ ବ୍ୟକ୍ତି ବୋଲି କୁହାଯାଉଛି। ତେବେ ଧାମି ୨୦୦୨ ରୁ ୨୦୦୮ ପର୍ଯ୍ୟନ୍ତ ଦୁଇଥର ବିଜେପିର ଉତ୍ତରାଖଣ୍ଡ ଯୁବା ମୋର୍ଚ୍ଚାର ସଭାପତି ରହି ଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭଗତ ସିଂ କୋଶାରିଙ୍କ ନିକଟରେ ଧାମି ସ୍ପେଶାଲ ଡ୍ୟୁଟି (ଓଏସଡି) ଅଧିକାରୀ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।

ଧାମି ପାହାଡ ଅଞ୍ଚଳର ଠାକୁର ଜାତିର ହୋଇଥିବାରୁ ବିଜେପି ଆସନ୍ତା ବର୍ଷ ନିର୍ବାଚନ ପୂର୍ବରୁ ଜାତି ଓ ଆଞ୍ଚଳିକ ସମୀକରଣକୁ ସନ୍ତୁଳିତ କରିବାକୁ ଚେଷ୍ଟା କରି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କୁ ମନୋନୀତ କରିଛି। ଉତ୍ତରାଖଣ୍ଡରେ ଭୋଟ୍ ତିନୋଟି କାରଣ ଉପରେ ବିଭକ୍ତ ହୋଇଛି - କୁମାଓନ୍ ବନାମ ଗରୱାଲ୍ ଅଞ୍ଚଳ, ଠାକୁର ବନାମ ବ୍ରାହ୍ମଣ ଏବଂ ପାହାଡି ବନାମ ସମତଳ। ଉଦାହରଣ ସ୍ୱରୂପ, ବିଜେପି ରାଜ୍ୟ ସଭାପତି ମଦନ କୌଶିକ ଗରୱାଲର ଏକ ସମତଳ ଅଞ୍ଚଳର ଏବଂ ହରିଦ୍ୱାରର ଜଣେ ବ୍ରାହ୍ମଣ ନେତା। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ହେଉଛନ୍ତି ଠାକୁର କିନ୍ତୁ ଗରୱାଲ ଅଞ୍ଚଳର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story