୩ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଦିଶା ରବି

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ସମ୍ବନ୍ଧିତ ଗ୍ରେଟା ଥନବର୍ଗ ଟୁଲକିଟ୍ ମାମଲାରେ ୨୧ ବର୍ଷୀୟା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ପଟିଆଲା ହାଉସ୍ କୋର୍ଟ ତିନିଦିନର ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଟୁଲକିଟ୍ ମାମଲାର ପଚରାଉଚରା ବେଳେ ଦିଶା ଉତ୍ତର ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ଏବଂ ସେ ସବୁ ଦୋଷ ସହଯୋଗୀ ନିକିତା ଜ୍ୟାକବ୍ ଓ ଶାନ୍ତନୁ ମୁଲୁକଙ୍କ ଉପରକୁ ଲଦି ଦେଇଥିବା ପୁଲିସ୍ କୋର୍ଟଙ୍କୁ କହିଛି। ତେଣୁ ପୁଲିସ୍ ଏହି ମାମଲାରେ ଶାନ୍ତନ୍ତୁ ଓ ନିକିତାଙ୍କ […]

disha

disha

Ranjit Kumar Jena
  • Published: Friday, 19 February 2021
  • Updated: 19 February 2021, 06:06 PM IST

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ସମ୍ବନ୍ଧିତ ଗ୍ରେଟା ଥନବର୍ଗ ଟୁଲକିଟ୍ ମାମଲାରେ ୨୧ ବର୍ଷୀୟା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ପଟିଆଲା ହାଉସ୍ କୋର୍ଟ ତିନିଦିନର ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଟୁଲକିଟ୍ ମାମଲାର ପଚରାଉଚରା ବେଳେ ଦିଶା ଉତ୍ତର ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ଏବଂ ସେ ସବୁ ଦୋଷ ସହଯୋଗୀ ନିକିତା ଜ୍ୟାକବ୍ ଓ ଶାନ୍ତନୁ ମୁଲୁକଙ୍କ ଉପରକୁ ଲଦି ଦେଇଥିବା ପୁଲିସ୍ କୋର୍ଟଙ୍କୁ କହିଛି। ତେଣୁ ପୁଲିସ୍ ଏହି ମାମଲାରେ ଶାନ୍ତନ୍ତୁ ଓ ନିକିତାଙ୍କ ସାମ୍ନାରେ ଦିଶାଙ୍କୁ ପଚରାଉଚରା କରିବା ପାଇଁ କୋର୍ଟଙ୍କୁ ନିବେଦନ କରିଛି।

ଏ ନେଇ ଦିଲ୍ଲୀ ପୁଲିସର ସରକାରୀ ଓକିଲ ଇରଫାନ୍ ଅହମ୍ମଦ କହିଛନ୍ତି, ପଚରାଉଚରା ବେଳେ ଦିଶା ଉତ୍ତର ଦେବା ପାଇଁ ଆଦୌ ରାଜି ହୋଇନଥିଲେ। ଏହି ମାମଲାର ସହ ଅଭିଯୁକ୍ତ ଶାନ୍ତନ୍ତୁଙ୍କୁ ବି ଆମେ ନୋଟିସ୍ ପଠାଇଛୁ, ଯିଏ ଫେବୃଆରୀ ୨୨ ତାରିଖରେ ତଦନ୍ତ ପ୍ରକ୍ରିୟାରେ ସାମିଲ୍‌ ହେବେ। ଏହା ପରେ ଉଭୟଙ୍କୁ ମୁହାଁମୁହିଁ ଜେରା କରାଯିବ। ପଚରାଉଚରା ବେଳେ ଦିଶା ରବି ତାଙ୍କ ସହଯୋଗୀ ନିକିତା ଓ ଶାନ୍ତନୁଙ୍କ ନାଁ ନେଇଥିଲେ। ତେଣୁ ଏଭଳି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଏକାଠି ଜେରା କରାଇବାର ଆବଶ୍ୟକ ରହିଛି। ଏଥିପାଇଁ ଆମେ କୋର୍ଟଙ୍କୁ ତିନିଦିନର ବିଚାର ବିଭାଗୀୟ ହେପାଜତ ପାଇଁ ନିବେଦନ କରିଥିଲୁ।

କୋର୍ଟ ମଧ୍ୟ କହିଛନ୍ତି ଯେ ଆସନ୍ତା ୨୦ ତାରିଖରେ ଦିଶା ରବିଙ୍କର ଜାମିନ୍ ଉପରେ ଶୁଣାଣି ହେବ। ଚାଷୀଙ୍କ ଆନ୍ଦୋଳନ ସମ୍ବନ୍ଧିତ ସୋଶାଲ ମିଡିଆରେ 'ଟୁଲକିଟ୍' ଶେଆର୍ କରିବା ଏବଂ ଏହାକୁ ସମ୍ପାଦକ କରିବା ଅଭିଯୋଗରେ ଦିଶା ରବିଙ୍କୁ ଫେବୃଆରୀ ୧୩ ତାରିଖରେ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା। ଏହା ପରେ ତାଙ୍କୁ ୫ ଦିନିଆ ପୁଲିସ୍ ରିମାଣ୍ଡକୁ ପଠାଇ ଦିଆଯାଇଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀ ପୁଲିସ୍ ଟୁଲକିଟ୍ ପ୍ରସ୍ତୁତକାରୀଙ୍କ ବିରୋଧରେ ଆଇପିସି ଧାରା 124-A, 120-A ଓ 153-A ଆଧାରରେ ଦେଶଦ୍ରୋହ, ଅପରାଧିକ ଷଡଯନ୍ତ୍ର ଓ ସର୍ବସାଧାରଣରେ ଘୃଣାଭାବକୁ ପ୍ରୋତ୍ସାହନ କରିବା ଅଭିଯୋଗରେ ଫେବୃଆରୀ ୪ ତାରିଖରେ ଏଫଆଇଆର୍ ଦାୟର କରିଥିଲା। ଟୁଲକିଟକୁ ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଶେଆର୍ କରିଥିଲେ। ପୁଲିସ ଅନୁଯାୟୀ, ଜାନୁଆରୀ ୨୬ ତାରିଖରେ ଚାଷୀ ଆନ୍ଦୋଳନ ବେଳେ ହୋଇଥିବା ହିଂସାକାଣ୍ଡକୁ ଟୁଲକିଟରେ ଏକ ‘ଆକ୍ସନ ପ୍ଲାନ୍’ ଭାବରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story