ବିଜେପିରେ ସାମିଲ୍ ହେଲେ ‘ମେଟ୍ରୋ ମ୍ୟାନ୍’, ନିର୍ବାଚନରେ ପ୍ରାର୍ଥୀ ହେବେ କି ନାହିଁ ବଢ଼ିଲା ଚର୍ଚ୍ଚା
ନୂଆଦିଲ୍ଲୀ: ବିଧିବଦ୍ଧ ଭାବରେ ବିଜେପିରେ ସାମିଲ୍ ହେଲେ ଭାରତର ‘ମେଟ୍ରୋ ମ୍ୟାନ୍’ ଶ୍ରୀଧରନ। କେନ୍ଦ୍ରମନ୍ତ୍ରୀ ଆରକେ ସିଂହଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହୋଇଛନ୍ତି ଶ୍ରୀଧରନ। କେରଳ ବିଜେପି ଟ୍ୱିଟ୍ କରି ଏହି ସୂଚନା ଦେଇଛି। ଶ୍ରୀଧରନ ଦଳରେ ସାମିସ୍ ହୋଇଥିବାରୁ ଏହା ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
Kerala: 'Metro Man' E Sreedharan formally joined Bharatiya Janata Party (BJP) in Malappuram today in presence of Union Minister RK Singh pic.twitter.com/frPy1WQ4u8
— ANI (@ANI) February 25, 2021
ଆଗକୁ କେରଳ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ସେ ବିଜେପି ଟିକେଟରୁ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବିଜେପି ୭୫ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେବନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲା। ଏଥିପାଇଁ ୨୦୧୯ ଲୋକସଭାରେ ଦଳ ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଟିକେଟ ଦେଇ ନଥିଲା। ହେଲେ ୮୮ ବର୍ଷୀୟ ଶ୍ରୀଧରନଙ୍କ କ୍ଷେତ୍ରରେ ବିଜେପି ନିୟମ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପଟେ ଶ୍ରୀଧରନ୍ ଏକ ଜତୀୟ ଖବରକାଗଜକୁ ପ୍ରତିକ୍ରିୟାରେ କହିଥିଲେ ଯେ ଯଦି ବିଜେପି କେରଳ ବିଧାନସଭା ନିର୍ବାଚନରେ ବିଜୟୀ ହେବ ତେବେ ଦଳ ଏବଂ ତାଙ୍କର ଧ୍ୟାନ ରାଜ୍ୟକୁ ଋଣ ଜାଲରୁ ଉଦ୍ଧାର କରିବ, ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେବ। ରାଜ୍ୟରେ ବିଜେପିକୁ କ୍ଷମତାରେ ଆଣିବା ତାଙ୍କର ଉଦ୍ଦେଶ୍ୟ ରହିଛି। ତେଣୁ ସେ ରାଜନୀତିରେ ସାମିଲ୍ ହେଉଛନ୍ତି ବୋଲି କହିଥିଲେ।
ସୁବୁଠୁ ବଡ଼ କଥା ହେଲା ଇ ଶ୍ରୀଧରନ୍ କହିଥିଲେ ଯେ କେରଳରେ ବିଜେପି କ୍ଷମତାକୁ ଆସିଲେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ। ରାଜ୍ୟପାଳ ପଦ ଗ୍ରହଣ କରିବାକୁ ଆଗ୍ରହ ତାଙ୍କର ନାହିଁ। ସାମ୍ବିଧାନିକ ପଦବୀ ଧାରଣ କଲେ ରାଜ୍ୟର ବିକାଶରେ ନିଜସ୍ୱ ଭାବରେ ସାମିଲ ହୋଇପାରିବେ ନାହିଁ ବୋଲି ସେ କହିଥିଲେ। ସେ ପ୍ରଧାନମନ୍ତ୍ରୀଙ୍କର ନିକଟତର ହୋଇଥିବାରୁ ସେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।