ତୁମାକୁରୁ (କର୍ଣ୍ଣାଟକ): ହୋଲି ଅବସରରେ ସମଗ୍ର ଦେଶ ରଙ୍ଗ ଖେଳରେ ମାତି ଥିବା ବେଳେ କର୍ଣ୍ଣାଟକରେ ଏକ ଅଭାବନୀୟ ଘଟଣା ଘଟିଛି। କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାରେ ଏକ ଘରୋଇ ବସ୍ ଓଲଟି ୮ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨୦ ଜଣ ଆହତ ହୋଇଛନ୍ତି। ଯାତ୍ରୀମାନଙ୍କୁ ଉଦ୍ଧାର ଉଦ୍ୟମ ଆରମ୍ଭ ହୋଇଛି। ବସ୍ଟି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିବା ଦୃଶ୍ୟମାନ ହେଉଛି । ବସ୍ ବସ୍ଟି ୱାଇ ଏନ୍ ହୋସାକୋଟେରୁ ବାହାରି ପାଭାଗାଡ଼ା ଅଭିମୁଖେ ଯାଉଥିଲା। କିଛି ଯାତ୍ରୀ ବସ ତଳେ ଚାପି ହୋଇ ଯାଇଥିବା ଜଣାପଡ଼ିଛି। ପୁଲିସ କହିବା ଅନୁଯାୟୀ, ବସ୍ଟି ୬୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ପ୍ରବଳ ଥଣ୍ଡା, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍କୁଲ ଛୁଟି
ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଅନୁଭୂତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିଛନ୍ତି।
National
ଆଶ୍ଚର୍ଯ୍ୟ! ଡାକ୍ତର ଘୋଷଣା କରିଥିଲେ ମୃତ, କିନ୍ତୁ ଜୀବନ ଫେରାଇ ଦେଲା ହମ୍ପସ
ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିବା ଜଣେ ବୃଦ୍ଧ ଘଟଣାକ୍ରମରେ ଜୀବିତ ଅବସ୍ଥାରେ ହସ୍ପିଟାଲରୁ ବାହାରିଛନ୍ତି।
National
ବାହା ହେବା ନିଶାରେ ଭାରତରୁ ପାକିସ୍ତାନ ପଳାଇଲେ, କିନ୍ତୁ...
ଯେଉଁ ଅନାଲାଇନ ବନ୍ଧୁଙ୍କୁ ବାହା ହେବାକୁ ଯୁବକ ଜଣଙ୍କ ଏତେ ରିସ୍କ ନେଇଥିଲେ, ସେ ନିଜେ ହିଁ ତାଙ୍କ ବାହାଘର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।
Crime
ପୁଲିସ ଉପରେ ଗାଡି ଚଢ଼ାଇ ଚମ୍ପଟ ମାରିଲେ ଗଞ୍ଜେଇ ଗ୍ୟାଙ୍ଗ; ଦେଖନ୍ତୁ ଭିଡିଓ
ପୂର୍ବରୁ ସୂଚନା ପାଇ ଗଞ୍ଜେଇ ଗ୍ୟାଙ୍ଗକୁ ଧରିବା ପାଇଁ ଟୋଲ ପ୍ଲାଜାରେ ଅଟକାଇଥିଲା ପୁଲିସ। ଗାଡ଼ି ଚଢ଼ାଇ ଫେରାର୍ ହୋଇଗଲେ ଗଞ୍ଜେଇ ମାଫିଆ।
Crime
ପଡ଼ୋଶୀଙ୍କୁ ହତ୍ୟା କଲେ ବାପ-ପୁଅ, କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲେ
ସୁରେଶଙ୍କ ଝିଅ ଫେରାର ହେବା ପଛରେ ରାମଚନ୍ଦ୍ରଙ୍କ ହାତ ଥିବା ଆଶଙ୍କାରେ ତାଙ୍କୁ ବାପ-ପୁଅ ମାରି ଦେଇଛନ୍ତି।