ଘରେ ପହଞ୍ଚି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, ଟ୍ୱିଟ କଲେ ନବୀନ

ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନେକ କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳର ନେତା ଓ ସାଧାରଣ ଲୋକଙ୍କ ଯାଏ ସମସ୍ତେ ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି। India scripts history. At a time when 1.3 billion Indians are marking Azadi […]

Modi

Modi

Hemant Lenka
  • Published: Thursday, 21 July 2022
  • Updated: 21 July 2022, 09:17 PM IST

Sports

Latest News

ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନେକ କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳର ନେତା ଓ ସାଧାରଣ ଲୋକଙ୍କ ଯାଏ ସମସ୍ତେ ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ପ୍ରଥମେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ସେ ତାଙ୍କ ଦିଲ୍ଲୀ ସ୍ଥିତି ବାସଭବନରେ ପହଞ୍ଚି ଅଭିନନ୍ଦନ ଜଣାଇଛନ୍ତି। ସେ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ବେଳେ ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିଥିଲେ। କିଛି ସମୟର ଆଲୋଚନା ପରେ ସମସ୍ତେ ବାହାରକୁ ଆସି ଫଟୋ ପୋଜ ମଧ୍ୟ ଦେଇଥିଲେ।

ଦ୍ରୌପଦୀ ମୁର୍ମୁ ବିଜୟୀ ହୋଇଥିବାରୁ ଦିଲ୍ଲୀ ଠାରୁ ଓଡ଼ିଶା ଯାଏ ବିଜୟ ଉତ୍ସବ ପାଳନ କରାଯାଉଛି। ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ଡ୍ୟାନ୍ସ କରିଛନ୍ତି। ମୋଦି ଓ ନଡ୍ଡାଙ୍କ ପରେ ପ୍ରତରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ  ମଧ୍ୟ ମୁର୍ମୁଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇଛନ୍ତି।

ମୋଦି ଟ୍ୱିଟ କରି କହିଛନ୍ତି, ଭାରତ ଇତିହାସ ସୃଷ୍ଟି କରିଛି। ଯେତେବେଳେ ୧୩୦ କୋଟି ଲୋକ ଆଜାଦି କୀ ଅମୃତ ମହୋତ୍ସବ ପାଳନ କରୁଛନ୍ତି ସେତେବେଳେ ପୂର୍ବ ଭାରତରେ ଗୋଟିଏ ଉପାନ୍ତ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ଜଣେ ଆଦିବାସୀ ସଂପ୍ରଦାୟର ଝିଅ ରାଷ୍ଟ୍ରପତି ହୋଇଛନ୍ତି। ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ, ପ୍ରାରମ୍ଭିକ ସଂଘର୍ଷ, ତାଙ୍କ ସେବା ଓ ତାଙ୍କ ସଫଳତା ପ୍ରତିଟି ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ।

ସେ ଆମ ନାଗରିକ ବିଶେଷ କରି ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ଆଶାର କିରଣ ଭାବେ ଉଭା ହୋଇଛନ୍ତି। ଦ୍ରୌପଦୀ ମୁର୍ମୁ ଜଣେ ଦକ୍ଷ ବିଧାୟକ ଓ ମନ୍ତ୍ରୀ ଭାବେ କାମ କରିଛନ୍ତି। ଝାରଖଣ୍ଡର ରାଜ୍ୟପାଳ ଭାବେ ମଧ୍ୟ ସେ ଚମତ୍କାର ପାରଦର୍ଶିତା ଦେଖାଇଛନ୍ତି। ମୁଁ ନିଶ୍ଚିତ ଯେ ସେ ଜଣେ ଦକ୍ଷତା ସମ୍ପନ୍ନ ରାଷ୍ଟ୍ରପତି ହୋଇ ନେତୃତ୍ୱ ନେବେ ଓ ଭାରତର ବିକାଶ ଯାତ୍ରାକୁ ଅଧିକ ସଶକ୍ତ କରିବେ। ଦଳମତ ନିର୍ବିଶେଷରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଥିବା ସମସ୍ତ ବିଧାୟକ ଓ ସାଂସଦ ମାନଙ୍କୁ ଧନ୍ୟବାଦ। ତାଙ୍କ ରେକର୍ଡ ବିଜୟ ଆମ ଗଣତନ୍ତ୍ର ଭାବେ ଶୁଭଙ୍କର ବୋଲି ମୋଦି କହିଛନ୍ତି।

ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନନ୍ଦନ ଜଣାଇ ଏହା ଓଡ଼ିଶା ପାଇଁ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି। ଦେଶର ପ୍ରଥମ ନାଗରିକ ହେବା ଯାଏ ତାଙ୍କର ଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ। ତାଙ୍କ ଯାତ୍ରା ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏକ ଉଦାହରଣ ବୋଲି ନବୀନ ଟ୍ୱିଟ କରିଛନ୍ତି।

ସେହିପରି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, “ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀକୁ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା। ସେ ପ୍ରଥମ ଆଦିବାସୀ ଭାବେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚିତ ହେବା ଆମ ପାଇଁ ଗର୍ବର ବିଷୟ।”

ଏମାନଙ୍କ ବ୍ୟତୀତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜନାଥ ସିଂହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ବିରୋଧୀ ମେଣ୍ଟର ଉପ ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା, ଲୋଭସଭା ବାଚସ୍ପତି ଓମ ବିର୍ଲା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ମେଘାଳୟ ମୁଖ୍ୟମନ୍ତ୍ରୀ କର୍ଣ୍ଣଡ ସାଙ୍ଗମା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର, ନିର୍ମଳା ସୀତାରମଣ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରମୁଖ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story