ଲକଡାଉନ ବେଳେ ଶ୍ରମିକଙ୍କୁ ବିମାନରେ ପଠାଇଥିବା ଚାଷୀଙ୍କ ମୃତଦେହ ମନ୍ଦିରରୁ ଉଦ୍ଧାର

ନୂଆଦିଲ୍ଲୀ: ଲକଡାଉନ ବେଳେ ବିଶାଳ ହୃଦୟ ଦେଖାଇଥିବା ଜଣେ ଛତୁ ଚାଷୀଙ୍କ ମୃତଦେହ ଗୋଟିଏ ମନ୍ଦିରରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଏହି ଚାଷୀ ଜଣଙ୍କ ୨୦୨୦ କରୋନା ଲକଡାଉନ ବେଳେ ତାଙ୍କ ପାଖରେ କାମ କରୁଥିବା ଶ୍ରମିକମାନଙ୍କୁ ବିମାନ ଯୋଗେ ସେମାନଙ୍କ ରାଜ୍ୟ ବିହାରକୁ ପଠାଇ ଚର୍ଚ୍ଚାର ପରିସରକୁ ଆସିଥିଲେ। ହେଲେ ଆଜି ତାଙ୍କର ଝୁଲନ୍ତା ମୃତଦେହ ଦିଲ୍ଲୀରେ ଥିବା ଗୋଟିଏ ମନ୍ଦିର ପରିସରରୁ ମିଳିଛି। ୨୦୨୦ରେ ଯେତେବେଳେ ସମଗ୍ର ଦେଶରେ କରୋନା ପାଇଁ ଲକଡାଉନ ଲାଗୁ […]

Farmer

Farmer

Hemant Lenka
  • Published: Wednesday, 24 August 2022
  • Updated: 24 August 2022, 11:29 AM IST

Sports

Latest News

ନୂଆଦିଲ୍ଲୀ: ଲକଡାଉନ ବେଳେ ବିଶାଳ ହୃଦୟ ଦେଖାଇଥିବା ଜଣେ ଛତୁ ଚାଷୀଙ୍କ ମୃତଦେହ ଗୋଟିଏ ମନ୍ଦିରରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଏହି ଚାଷୀ ଜଣଙ୍କ ୨୦୨୦ କରୋନା ଲକଡାଉନ ବେଳେ ତାଙ୍କ ପାଖରେ କାମ କରୁଥିବା ଶ୍ରମିକମାନଙ୍କୁ ବିମାନ ଯୋଗେ ସେମାନଙ୍କ ରାଜ୍ୟ ବିହାରକୁ ପଠାଇ ଚର୍ଚ୍ଚାର ପରିସରକୁ ଆସିଥିଲେ। ହେଲେ ଆଜି ତାଙ୍କର ଝୁଲନ୍ତା ମୃତଦେହ ଦିଲ୍ଲୀରେ ଥିବା ଗୋଟିଏ ମନ୍ଦିର ପରିସରରୁ ମିଳିଛି।

୨୦୨୦ରେ ଯେତେବେଳେ ସମଗ୍ର ଦେଶରେ କରୋନା ପାଇଁ ଲକଡାଉନ ଲାଗୁ କରାଯାଇଥିଲା ସେତେବଳେ ବିଭିନ୍ନ ରାଜ୍ୟରେ କାମ କରୁଥିବା ଶ୍ରମିକମାନେ ନିଜ ନିଜ ଘରକୁ ଫେରିବା ପାଇଁ ଅନେକ କସରତ କରୁଥିଲେ। ଏହି ସମୟରେ ୫୫ ବର୍ଷୀୟ ପାପ୍ପନ ସିଂହ ଗେହଲଟ ତାଙ୍କ ପାଖରେ କାମ କରୁଥିବା ଶ୍ରମିକମାନଙ୍କୁ ଘରକୁ ପଠାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ। ସେ ସମସ୍ତଙ୍କ ପାଇଁ ଦିଲ୍ଲୀରୁ ବିହାର ଯିବା ପାଇଁ ବିମାନ ଟିକେଟ କିଣିଥିଲେ। ଫଳରେ ତାଙ୍କ ପାଖରେ କାମ କରୁଥିବା ଶ୍ରିମକ ଓ ଅନ୍ୟ କର୍ମଚାରୀମାନେ ବେଶ ସହଜରେ ନିଜ ଘର ବିହାରକୁ ଫେରି ପାରିଥିଲେ।

ପାପ୍ପନ ଦିଲ୍ଲୀର ଅଲିପୋରା ଅଞ୍ଚଳରେ ରହୁଥିଲେ। ତାଙ୍କ ଘର ସାମ୍ନାରେ ଥିବା ଗୋଟିଏ ମନ୍ଦିର ଭିତରୁ ଆଜି ତାଙ୍କ ମୃତଦେହ ମିଳିଛି। ମନ୍ଦିରରେ ଥିବା ଗୋଟିଏ ସିଲିଂ ଫ୍ୟାନରେ ପାପ୍ପନଙ୍କ ଝୁଲନ୍ତା ମୃତଦେହ ରହିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଗୋଟିଏ ସୁଇସାଇଡ ନୋଟ ଠାବ କରିଛି।

ଏହି ହାତ ଲେଖା ଚିଠିରେ ପାପ୍ପନ ଅସୁସ୍ଥତା ଯୋଗୁ ଜୀବନ ହାରିଥିବା କଥା କହିଛନ୍ତି। ତେବେ ପୁଲିସ୍‌ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ କରୁଛି। ପାପ୍ପନ କେଉଁ ରୋଗରେ ପୀଡ଼ିତ ଥିଲେ, ସେକଥା ମଧ୍ୟ ପରିବାର ଲୋକଙ୍କ ଠାରୁ ଜାଣିବାକୁ ଚେଷ୍ଟା ଆରମ୍ଭ କରିଛି।

ନିଜର ବିନ୍ଦାସ ଜୀବନଶୈଳୀ ପାଇଁ ଜଣାଶୁଣା ଥିଲେ ପାପ୍ପନ। ଲକଡାଉନ ବେଳେ ଯେମିତି ବିମାନ ଯୋଗେ ସମସ୍ତଙ୍କୁ ସେ କର୍ମଚାରୀମାନଙ୍କୁ ନିଜ ନିଜ ଘରକୁ ପଠାଇଥିଲେ, ଠିକ୍‌ ସେହିପରି ଦେଶରେ କରୋନା ସ୍ଥିତି ସୁଧୁରିବା ପରେ ସମସ୍ତଙ୍କୁ ବିମାନ ଯୋଗେ କର୍ମକ୍ଷେତ୍ରକୁ ଫେରିବାର ବ୍ୟବସ୍ଥା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story