ନୂଆଦିଲ୍ଲୀ: ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଔଷଧ। ସାଧାରଣରେ କରୋନା ଔଷଧ ବିକ୍ରି କରିବାକୁ ଅନୁମତି ଦେଇଛି ଡିସିଜିଆଇ। ଫେଭିପିରାଭିର ଟାବେ୍ଲଟ୍ ଓ ରେମଡିସିଭିର ଇଞ୍ଜେକସନ୍ ବିକ୍ରି ପାଇଁ ଡ୍ରଗସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ପକ୍ଷରୁ ଅନୁମତି ଦିଆଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ ଥିଲେ ଏହି ଔଷଧ କିଣି ହେବ ବୋଲି ଡିସିଜିଆଇ କହିଛି।
କେତେକ ସର୍ତ୍ତ ସହିତ ଫେଭିପିରାଭିର୍ ଟାବ୍ଲେଟ୍ ଓ ରେମଡେସିଭ୍ ଇଞ୍ଜେକ୍ସନ ବିକ୍ରିକୁ ଅନୁମତି ମିଳିଛି। ଚିକିତ୍ସା ଆରମ୍ଭ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଫର୍ମରେ ରୋଗୀ କିମ୍ବା ତାଙ୍କ ପ୍ରତିନିଧିଙ୍କଠାରୁ ସମ୍ମତି ପତ୍ର ଆଣିବାକୁ ପଡିବ । ଏହି ଔଷଧ ବିକ୍ରି ବେଳେ ଦୋକାନୀ ଡାକ୍ତରଙ୍କ ପ୍ରେସକ୍ରିପସନ, ରୋଗୀଙ୍କ ସମ୍ମତି ପତ୍ର, ଔଷଧ କିଣୁଥିବା ବ୍ୟକ୍ତିଙ୍କ ବାସସ୍ଥାନ ପ୍ରମାଣପତ୍ର, ଯୋଗାଯୋଗର ସମ୍ପୂର୍ଣ୍ଣ ଠିକଣାର ଫଟୋ କପି ରଖିବାକୁ ପଡିବ ।
ଔଷଧ ଦୋକାନୀ ପ୍ରତି ସପ୍ତାହରେ ଡ୍ରଗ୍ସ ଇନସପେକ୍ଟରଙ୍କୁ ଏହି ଔଷଧଗୁଡିକର କିଣା ବିକା ସମ୍ପର୍କରେ ଜଣାଇବେ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।