କ୍ରମାଗତ ଦ୍ୱିତୀୟ ଥର ପାଇଁ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ: ଭାରତର ଜିଏସ୍‌ଟି ରାଜସ୍ୱ ସଂଗ୍ରହ କ୍ରମାଗତ ଦ୍ୱିତୀୟ ମାସ ପାଇଁ ୧ ଲକ୍ଷ କୋଟି ଉପରେ ରହିଛି। ଅଗଷ୍ଟ ମାସରେ ଜିଏସ୍‌ଟି ବାବଦକୁ ସରକାର ୧.୧୨ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଏହା ଗତବର୍ଷ ଏହି ସମୟରେ ସଂଗ୍ରହ ହୋଇଥିବା ଜିଏସ୍‌ଟି ରାଜସ୍ୱ ଠାରୁ ୩୦% ଅଧିକ। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ୨୦୨୧ ମସିହା ଅଗଷ୍ଟ ମାସରେ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ପରିମାଣ ୧,୧୨,୦୨୦ କୋଟି ରହିଛି। ଏହା ମଧ୍ୟରେ କେନ୍ଦ୍ରୀୟ […]

GST

GST

Hemant Lenka
  • Published: Wednesday, 01 September 2021
  • Updated: 01 September 2021, 04:57 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଜିଏସ୍‌ଟି ରାଜସ୍ୱ ସଂଗ୍ରହ କ୍ରମାଗତ ଦ୍ୱିତୀୟ ମାସ ପାଇଁ ୧ ଲକ୍ଷ କୋଟି ଉପରେ ରହିଛି। ଅଗଷ୍ଟ ମାସରେ ଜିଏସ୍‌ଟି ବାବଦକୁ ସରକାର ୧.୧୨ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଏହା ଗତବର୍ଷ ଏହି ସମୟରେ ସଂଗ୍ରହ ହୋଇଥିବା ଜିଏସ୍‌ଟି ରାଜସ୍ୱ ଠାରୁ ୩୦% ଅଧିକ।

ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ୨୦୨୧ ମସିହା ଅଗଷ୍ଟ ମାସରେ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ପରିମାଣ ୧,୧୨,୦୨୦ କୋଟି ରହିଛି। ଏହା ମଧ୍ୟରେ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣ ୨୦,୫୨୨ କୋଟି ଓ ରାଜ୍ୟ ଜିଏସ୍‌ଟି ୨୬,୬୦୫ କୋଟି ରହିଛି।

ସେହିପରି ଆଇଜିଏସଟି ବାବଦରେ ୫୬,୨୪୯ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଏହା ମଧ୍ୟରେ ଆମଦାନୀ ଦ୍ରବ୍ୟରୁ ସଂଗୃହୀତ ୨୬,୮୮୪ କୋଟିର ଆଇଜିଏସ୍‌ଟି ରହିଛି। ଅନ୍ୟପକ୍ଷରେ ଚଳିତ ବର୍ଷ ଅଗଷ୍ଟ ମାସରେ ସେସ୍ ବାବଦରେ ୮,୬୪୬ କୋଟି ଟଙ୍କା ଆଦାୟ କରାଯାଇଛି। ଏହା ମଧ୍ୟରେ ଆମଦାନୀ ହୋଇଥିବା ଦ୍ରବ୍ୟଗୁଡ଼ିକ ଠାରୁ ୬୪୬ କୋଟି ଟଙ୍କାର ସେସ୍‌ ସଂଗ୍ରହ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଗଷ୍ଟ ମାସରେ ଜିଏସଟି ବାବଦରେ ୧ ଲକ୍ଷ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରାଯାଇଥିଲେ ହେଁ ଏହା ଜୁଲାଇ ମାସ ତୁଳନାରେ କମ। ଜୁଲାଇ ମାସରେ ୧.୧୬ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ୨୦୨୦ ଅଗଷ୍ଟ ମାସରେ ୮୬,୪୪୯ କୋଟିର ଜିଏସ୍‌ଟି ସଂଗ୍ରହ ହୋଇଥିଲା।

ଦୀର୍ଘ ୯ ମାସ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ଉପରେ ରହିବା ପରେ ଚଳିତ ବର୍ଷ ଜୁନ ମାସରେ ଏହା ହ୍ରାସ ପାଇଥିଲା। ମହାମାରୀ କରୋନାର ଦ୍ୱିତୀୟ ଲହର ପାଇଁ ଏପରି ଘଟିଥିବା କୁହାଯାଇଥିଲା। ତେବେ ସଂକ୍ରମଣ କମିବା ପରେ କଟକଣା ହଟିବାରୁ ଜୁଲାଇ ମାସରେ ଜିଏସ୍‌ଟି ସଂଗ୍ରହ ରେକର୍ଡ ୧.୧୬ ଲକ୍ଷ କୋଟିରେ ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story