ଗୁଜରାଟରେ ପଟେଲଙ୍କ ନୂଆ ଟିମ୍, ମନ୍ତ୍ରିମଣ୍ଡଳରେ ପଟିଦାରଙ୍କ ଭାଉ 

ଗାନ୍ଧୀନଗର: ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ନୂଆ କ୍ୟାବିନେଟ ସ୍ଥିର ହୋଇଛି। ଆସନ୍ତା ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ ପଟେଲ । ଭବିଷ୍ୟତକୁ ଦୃଷ୍ଟିରେ ରଖି ‘ନୋ ରିପିଟ୍‌ ଫର୍ମୂଲା’ ଆପଣାଇଛି ବିଜେପି। ଅନେକ ନୂଆ ଚେହେରାକୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ। ନୂଆ ମନ୍ତ୍ରିମଣ୍ଡଳରେ ଏମିତି କିଛି ବିଧାୟକ ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ନିର୍ବାଚନ ଜିତିବା ପରେ ଆସିଛନ୍ତି। […]

Bhupendra Patel

Bhupendra Patel

Madhupriya Mistry
  • Published: Thursday, 16 September 2021
  • Updated: 16 September 2021, 03:16 PM IST

ଗାନ୍ଧୀନଗର: ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ନୂଆ କ୍ୟାବିନେଟ ସ୍ଥିର ହୋଇଛି। ଆସନ୍ତା ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ ପଟେଲ । ଭବିଷ୍ୟତକୁ ଦୃଷ୍ଟିରେ ରଖି 'ନୋ ରିପିଟ୍‌ ଫର୍ମୂଲା' ଆପଣାଇଛି ବିଜେପି।

ଅନେକ ନୂଆ ଚେହେରାକୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ। ନୂଆ ମନ୍ତ୍ରିମଣ୍ଡଳରେ ଏମିତି କିଛି ବିଧାୟକ ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ନିର୍ବାଚନ ଜିତିବା ପରେ ଆସିଛନ୍ତି। ରାଜ୍ୟପାଳ ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଶପଥ ସମାରୋହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି।

ଗୁଜରାଟର ଗଣଦେବି ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ଆସିଥିବା ନରେଶଭାଇ ପଟେଲଙ୍କୁ ଭୂପେନ୍ଦ୍ର ପଟେଲ ତାଙ୍କ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି। ସେ ପଟିଦାର ସମ୍ପ୍ରଦାୟର ଲେଉଓ୍ୱା ପଟେଲର । ନରେଶ ପଟେଲ ପଟିଦାରଙ୍କ କୁଳ ଦେବୀ ମନ୍ଦିର ଖୋଦଲଡମ୍ ଟ୍ରଷ୍ଟର ସଭାପତି। ୨୦୧୭ ନିର୍ବାଚନରେ ସେ ୧ ଲକ୍ଷ ୨୫ ହଜାର ଭୋଟରେ ଜିତି ବିଧାୟକ ହୋଇଥିଲେ।

[caption id="attachment_676255" align="aligncenter" width="650"]Gujurat minister resuffel ଅନେକ ନୂଆ ଚେହେରାକୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ।[/caption]

ସେହିପରି ନୂଆ ମନ୍ତ୍ରିମଣ୍ଡଳରେ ଅର୍ଜୁନ ସିଂ ଚୌହାନ, ମୋହନ ଲାଲ ଦେଶାଇ, କିରିତ୍ ସିଂ ରଣା, ହର୍ଷ ରମେଶ କୁମାର, ମନୀଷା ଓକିଲ, କଠୋର ସାଙ୍ଗଭି, ବ୍ରିଜେଶ ମର୍ଜା, ଜିତୁ ଭୋଚୌଧୁରୀ, ଜଗଦୀଶ ପଞ୍ଚଲ, ଅରବିନ୍ଦ ରାୟାନୀ, କିର୍ତ୍ତୀସିଂହ ଭାଗେଲା, ନିମିଶାବେନ୍ କାର୍ପେଣ୍ଟର, କୁବେର ସିଂ ଦିନ୍ଦୋର ପ୍ରମୁଖ ରହିଛନ୍ତି।

୨୦୨୨ ଶେଷ ଆଡକୁ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରି ନିର୍ବାଚନୀ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏଥିସହ ମଳିନ ପଡ଼ିଥିବା ସରକାରର ତ୍ରୁଟିକୁ ସୁଧାରି ଠିକ୍ ଭାବରେ ଚାଲିବା ପାଇଁ ରାଜ୍ୟ ବିଜେପି ଫୁଲଦମରେ ପ୍ରସ୍ତୁତି କରିଛି।

ବିଧାନସଭା ନିର୍ବାଚନରେ ପଟିଦାର ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ହେଲେ ବିଗତ କିଛି ବର୍ଷ ମଧ୍ୟରେ ବିଜେପି ସରକାର ଉପରେ ପଟିଦାର ଭାରି ପଡ଼ିଥିଲେ। ଯାହାର ପରିଣାମ ୨୦୧୭ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। କଂଗ୍ରେସ ଅଧିକ ଆସନରେ ଜିତିଥିଲା। ତେଣୁ ଏବେ ବେଳ ଥାଉ ଥାଉ ବିଜେପି ପଟିଦାର ଭୋଟ ବ୍ୟାଙ୍କକୁ ହାତମୁଠାରେ ରଖି ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ଚେଷ୍ଟା କରୁଛି। ନିଜେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଟେଲ ସମୁଦାୟର ହୋଇଥିଲେ ମଧ୍ୟ କ୍ୟାବିନେଟରେ ପଟିଦାରଙ୍କୁ ଅଧିକ ଗୁରୁତ୍ୱ ଦେଇଛି ବିଜେପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story