ଲିଫ୍ଟରୁ ବାହାରି ସିକ୍ୟୁରିଟି ଗାର୍ଡଙ୍କୁ ନିର୍ଧୁମ ପିଟିଲେ, ବନ୍ଧା ହେଲେ

ନୂଆଦିଲ୍ଲୀ: ଥମୁନି ଚାପୁଡା କାଣ୍ଡ। ନିରୀହଙ୍କ ଉପରେ ବଡ ବଡିଆମାନେ ଦେଖାଉଛନ୍ତି ବଳ। ପ୍ରଥମେ ନଏଡା ଆଉ ଏବେ ଗୁରୁଗ୍ରାମ। ଲିଫ୍ଟ ଭିତରୁ ବାହାରି ଜଣେ ବ୍ୟକ୍ତି ସିକ୍ୟୁରିଟି ଗାର୍ଡଙ୍କୁ ନିର୍ଧୁମ ପିଟିଛନ୍ତି। କେବଳ ମାଡ ମାରି ନାହାନ୍ତି ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଛନ୍ତି। ଯହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଗୁରୁଗ୍ରାବର ଦ କ୍ଲୋଜ ନର୍ଥ ସୋସାଇଟିରେ ରହୁଥିବା ବ୍ୟବସାୟୀ ବରୁଣ ନାଥ ୧୪ ମହଲାରୁ ତଳକୁ ଲିଫ୍ଟ ସହାୟତାରେ […]

man-was-slapping-guard

man-was-slapping-guard

Madhupriya Mistry
  • Published: Tuesday, 30 August 2022
  • Updated: 30 August 2022, 01:34 PM IST

Sports

Latest News

ନୂଆଦିଲ୍ଲୀ: ଥମୁନି ଚାପୁଡା କାଣ୍ଡ। ନିରୀହଙ୍କ ଉପରେ ବଡ ବଡିଆମାନେ ଦେଖାଉଛନ୍ତି ବଳ। ପ୍ରଥମେ ନଏଡା ଆଉ ଏବେ ଗୁରୁଗ୍ରାମ। ଲିଫ୍ଟ ଭିତରୁ ବାହାରି ଜଣେ ବ୍ୟକ୍ତି ସିକ୍ୟୁରିଟି ଗାର୍ଡଙ୍କୁ ନିର୍ଧୁମ ପିଟିଛନ୍ତି। କେବଳ ମାଡ ମାରି ନାହାନ୍ତି ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଛନ୍ତି। ଯହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।

ଗୁରୁଗ୍ରାବର ଦ କ୍ଲୋଜ ନର୍ଥ ସୋସାଇଟିରେ ରହୁଥିବା ବ୍ୟବସାୟୀ ବରୁଣ ନାଥ ୧୪ ମହଲାରୁ ତଳକୁ ଲିଫ୍ଟ ସହାୟତାରେ ଆସୁଥିଲେ। ଏତିକି ବେଳେ ହଠାତ୍ ଲିଫ୍ଟଟି ଖରାପ ହୋଇଯାଇଥିଲା। ଏହାପରେ ଲିଫ୍ଟରେ ଲାଗିଥିବା ଇଣ୍ଟରକମ୍ ଫୋନ ସହାୟତାରେ ସେ ସିକ୍ୟୁରିଟି ଗାର୍ଡଙ୍କୁ ଫୋନ କରିଥିଲେ। ସିକ୍ୟୁରିଟି ଗାର୍ଡ ଲିଫ୍ଟମ୍ୟାନ ସହାୟତାରେ ୫ ମିନିଟ ମଧ୍ୟରେ ବରୁଣଙ୍କୁ ଲିଫ୍ଟରୁ ବାହାର କରିଥିଲେ।

ହେଲେ ଲିପ୍ଟରୁ ବାହାରିବା ପରେ ବରୁଣ ଡେରି ହୋଇଥିବା ଅଭିଯୋଗ କରି ସିକ୍ୟୁରିଟି ଗାର୍ଡଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଚାପୁଡା ଉପରେ ଚାପୁଡା ମାରି ଚାଲିଥିଲେ। ଏହି ସମସ୍ତ ଘଟଣା ସିସିଟିଭି ଫୁଟେଜରେ କଏଦ୍‌ ହୋଇଛି, ଯାହା ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହେବାରେ ଲାଗିଛି। ସେପଟେ ଅଭିଯୋଗ ହେବା ପରେ ଗୁରୁଗ୍ରାମ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବରୁଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଧାରା ୩୨୩ ଓ ୫୦୬ରେ ମାମଲା ରୁଜୁ କରିଛି।

https://twitter.com/ANI/status/1564293859957305344?s=20&t=VUAxxw06l_u0rlJmrKvv0g

ସେଠାରେ ଥିବା ସମସ୍ତ ସୁରକ୍ଷା କର୍ମୀ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବିରେ ଧାରଣାରେ ବସିଛନ୍ତି। ସୋସାଇଟର ସମସ୍ତ ସୁରକ୍ଷା କର୍ମୀ କାମ ବନ୍ଦ କରିଦେଇଛନ୍ତି। ଦିନ ରାତି ପରିଶ୍ରମ କରି ସୋସାଇଟରେ ରହୁଥିବା ଲୋକଙ୍କ ସେବା କରୁଛନ୍ତି। ହେଲେ ସୋସାଇଟିର କିଛି ଲୋକ ତାଙ୍କୁ ଚାକର ଭଳି ବ୍ୟବହାର କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos