ଟ୍ରମ୍ପଙ୍କ ଭାରତ ଗସ୍ତ ବେଳେ କେତେ ଟଙ୍କା ଖର୍ଚ୍ଚ କରିଥିଲେ ସରକାର?

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୦ରେ ସପରିବାର ନେଇ ଭାରତ ଗସ୍ତରେ ଆସିଥିଲେ। ଟ୍ରମ୍ପଙ୍କ ପାଇଁ ଭାରତ ସରକାର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରିଥିଲେ। ତେବେ ଟ୍ରମ୍ପଙ୍କ ଦୁଇ ଦିନିଆ ଭାରତ ଗସ୍ତ ପାଇଁ କେନ୍ଦ୍ର ସରକାର ମୋଟ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ତଥ୍ୟ ସାମ୍ନାକୁ ଆସିଛି। ଟ୍ରମ୍ପ ଓ ତାଙ୍କ ପରିବାର ଲୋକଙ୍କ ରହଣୀ, ଯିବା ଆସିବା ଓ ଖାଦ୍ୟ ପାନୀୟ ଇତ୍ୟାଦି ପାଇଁ ୩୮ ଲକ୍ଷ ଟଙ୍କା […]

Trumph

Trumph

Hemant Lenka
  • Published: Thursday, 18 August 2022
  • Updated: 18 August 2022, 08:54 PM IST

Sports

Latest News

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୦ରେ ସପରିବାର ନେଇ ଭାରତ ଗସ୍ତରେ ଆସିଥିଲେ। ଟ୍ରମ୍ପଙ୍କ ପାଇଁ ଭାରତ ସରକାର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରିଥିଲେ। ତେବେ ଟ୍ରମ୍ପଙ୍କ ଦୁଇ ଦିନିଆ ଭାରତ ଗସ୍ତ ପାଇଁ କେନ୍ଦ୍ର ସରକାର ମୋଟ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ତଥ୍ୟ ସାମ୍ନାକୁ ଆସିଛି। ଟ୍ରମ୍ପ ଓ ତାଙ୍କ ପରିବାର ଲୋକଙ୍କ ରହଣୀ, ଯିବା ଆସିବା ଓ ଖାଦ୍ୟ ପାନୀୟ ଇତ୍ୟାଦି ପାଇଁ ୩୮ ଲକ୍ଷ ଟଙ୍କା ଭାରତ ସରକାର ଖର୍ଚ୍ଚ କରିଥିଲେ ବୋଲି ଆରଟିଆଇ ତଥ୍ୟରୁ ଜଣାପଡ଼ିଛି।

୨୦୨୦ ଫେବୃଆରୀ ୨୪-୨୫ରେ ଟ୍ରମ୍ପ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ ତାଙ୍କ ସହ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା, ଜ୍ୱାଇଁ ଜାରେଡ ଓ ଅନେକ ବରିଷ୍ଠ ଅଧିକାରୀ ଆସିଥିଲେ। ସେମାନେ ଅହମଦାବାଦ, ଆଗ୍ରା ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ।

ଟ୍ରମ୍ପ ଫେବୃଆରୀ ୨୪ରେ ଅହମଦାବାଦ ଯାଇ ୩ ଘଣ୍ଟା ପାଇଁ ସେଠାରେ ରହିଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୨୨ କିମି ଲମ୍ବା ରୋଡ ଶୋ’ରେ ମଧ୍ୟ ସାମିଲ ହୋଇଥିଲେ। ସାବରମତି ଆଶ୍ରମ ଯାଇ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିସହ ନୂଆ କରି ତିଆରି ହୋଇଥିବା ମୋଟେରା କ୍ରିକେଟ ଷ୍ଟାଡିୟମରେ ମୋଦିଙ୍କ ସହ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧନ କରିଥିଲେ।

ସେହିଦିନ ଟ୍ରମ୍ପ ପରିବାର ଲୋକଙ୍କ ସହ ଆଗ୍ରା ଯାଇ ତାଜ ମହଲ ବୁଲି ଦେଖିଥିଲେ। ଫେବୃଆରୀ ୨୫ରେ ସେ ଦିଲ୍ଲୀକୁ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପକ୍ଷାକ୍ଷିକ ଆଲୋଚନା କରିଥିଲେ। ଏସବୁ ପାଇଁ ଭାରତ ସରକାର କେତେ ଟଙ୍କା ଖର୍ଚ୍ଚ କରିଥିଲେ, ସେକଥା ଜଣାପଡ଼ି ନଥିଲା।

ଏହା ଜାଣିବା ପାଇଁ ମିଶାଲ ଭାତେନା ଆରଟିଆଇ ଜରିଆରେ ବୈଦେଶିକ ମନ୍ତ୍ରଣାଳୟକୁ ଖର୍ଚ୍ଚର ହିସାବ ମାଗିଥିଲେ। ସେ ଖାଦ୍ୟ, ସୁରକ୍ଷା, ହାଉସିଂ, ଫ୍ଲାଇଟ, ପରିବହନ ଇତ୍ୟାଦି କାମରେ ମୋଟ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତା’ର ତଥ୍ୟ ଦେବାକୁ କହିଥିଲେ। ୨୦୨୦ ଅକ୍ଟୋବର ୨୪ରେ ମିଶାଲ ଆବେଦନ କରିଥିଲେ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଜବାବ ମିଳି ନଥିଲା। ଏଥିପାଇଁ ମିଶାଲ ସୂଚନା କମିଶନଙ୍କ ନିକଟରେ ପୁଣିଥରେ ନିଜର ଆବେଦନ ଦାଖଲ କରିଥିଲେ।

ଚଳିତ ବର୍ଷ ଅଗଷ୍ଟ ୪ରେ ବୈଦେଶିକ ମନ୍ତ୍ରଣାଳୟ କୋଭିଡ୍‌ ଯୋଗୁ ତଥ୍ୟ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ହୋଇଥିବା କଥା କମିଶନକୁ ଜଣାଇଥିଲେ। ଏଥିସହ ଟ୍ରମ୍ପଙ୍କ ଭାରତ ଗସ୍ତ ବେଳେ ସରକାର ପ୍ରାୟ ୩୮ ଲକ୍ଷ ଟଙ୍କା ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ କରିଥିବା ମନ୍ତ୍ରଣାଳୟ ପକ୍ଷରୁ କମିଶନଙ୍କୁ ଜଣାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story