ଚିନ୍ତା ବଢ଼ାଇଲା ଓମିକ୍ରନ, ୩ ଦିନରେ ୨ ଗୁଣ ହେଉଛି ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ଏବେ ଦ୍ରୁତଗତିରେ ବ୍ୟାପିବାର ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ରେ ପହଞ୍ଚି ଗଲାଣି। ଗତକାଲି ଏହି ସଂଖ୍ୟା ୨୩୬ ଥିଲା। ହେଲେ ୨୪ ଘଣ୍ଟାରେ ଆଉ ୧୨୨ ଜଣ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ସେହିପରି ଓମିକ୍ରନ ମାମଲା ୧.୫ରୁ ୩ ଦିନରେ ୨ ଗୁଣ ବଢ଼ୁଛି। ଏହା ଦ୍ରୁତ ସଂକ୍ରମଣର ବିପଦକୁ ଦର୍ଶାଉଥିବା ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ […]

Omicron2

Omicron2

Hemant Lenka
  • Published: Friday, 24 December 2021
  • Updated: 24 December 2021, 06:11 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ଏବେ ଦ୍ରୁତଗତିରେ ବ୍ୟାପିବାର ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ରେ ପହଞ୍ଚି ଗଲାଣି। ଗତକାଲି ଏହି ସଂଖ୍ୟା ୨୩୬ ଥିଲା। ହେଲେ ୨୪ ଘଣ୍ଟାରେ ଆଉ ୧୨୨ ଜଣ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇଛି।

ସେହିପରି ଓମିକ୍ରନ ମାମଲା ୧.୫ରୁ ୩ ଦିନରେ ୨ ଗୁଣ ବଢ଼ୁଛି। ଏହା ଦ୍ରୁତ ସଂକ୍ରମଣର ବିପଦକୁ ଦର୍ଶାଉଥିବା ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ଆଜି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭୂଷଣ କହିଛନ୍ତି, ଭାରତରେ ଦୁଇ ସପ୍ତାହ ଧରି ଦୈନିକ ସଂକ୍ରମଣ ହାର ପ୍ରାୟ ୭ ହଜାର ରହୁଛି। ୪ ସପ୍ତାହ ହେଲାଣି ଏହା ୧୦ ହଜାର ତଳେ ରହୁଥିଲା। ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ। ଦୁନିଆର ଅନେକ ଦେଶରେ କରୋନାର ୪ର୍ଥ ଲହର ଦେଖାଗଲାଣି। ଭାରତରେ ଦୁଇଟି ଲହର ଦେଖାଯାଇଛି।

ବିଶ୍ୱରେ କରୋନା ପଜିଟିଭିଟି ୬% ରହିଥିବା ବେଳେ ଭାରତରେ ଏହା ୫.୩% ରହିଛି। କ୍ରମାଗତ ଭାବେ ଏହା ବଢ଼ିବା ଆରମ୍ଭ ହୋଇଛି। କେରଳରେ ପଜିଟିଭିଟି ୬.୧ ଥିବା ବେଳେ ମିଜୋରାମରେ ୮.୧ ରହିଛି। ଏହି ଦୁଇ ରାଜ୍ୟରେ ସଂକ୍ରମଣ ହାର ଢେର ଅଧିକ।

ଏହି ଦୁଇ ରାଜ୍ୟରେ ଆରଟିପିସିଆର ଟେଷ୍ଟ ମଧ୍ୟ ୬୦ରୁ ୭୦% ହ୍ରାସ ପାଇଛି। ଦେଶର ୨୦ଟି ଜିଲ୍ଲାରେ ପଜିଟିଭିଟି ରେଟ ୫%ରୁ ଅଧିକ। ଏହା ମଧ୍ୟରୁ କେରଳରେ ୯ ଜିଲ୍ଲା ଓ ମିଜୋରାମର ୮ ଜିଲ୍ଲା ରହିଛନ୍ତି। ୟୁରୋପ, ନରୱେ ଓ କାନାଡାରେ ଓମିକ୍ରନ ଜନିତ ସଂକ୍ରମଣ ବଢ଼ିବାରେ ଲାଗିଛି।

କରୋନା ଯେଉଁ ହାରରେ ବଢ଼ୁଛି, ତା’ଠାରୁ ୩ ଗୁଣା ଅଧିକ ବେଗରେ ଓମିକ୍ରନ ମାଡ଼ୁଛି। ବିଶ୍ୱର ୧୦୮ ଦେଶରେ ଏଯାବତ ଲକ୍ଷେ ୫୧ ହଜାରରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏମାନଙ୍କ ମଧ୍ୟରୁ ୨୬ ଜଣଙ୍କ ଜୀବନ ମଧ୍ୟ ଯାଇଛି। ଏହା ଡେଲ୍ଟାଠାରୁ ଅଧିକ ସଂକ୍ରାମକ ବୋଲି ସେ କହିଛନ୍ତି।

ଭାରତରେ ଏଯାଏ ଚିହ୍ନଟ ହୋଇଥିବା ୩୫୮ ଜଣଙ୍କ ମଧ୍ୟରୁ ୧୫୧ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୮୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୬୭, ତେଲେଙ୍ଗାନାରେ ୩୮, ତାମିଲନାଡୁରେ ୩୪, କର୍ଣ୍ଣାଟକାରେ ୩୧, ଗୁଜରାଟରେ ୩୦, କେରଳରେ ୨୭, ରାଜସ୍ଥାନରେ ୨୨, ହରିୟାଣାରେ ୪, ଓଡ଼ିଶାରେ ୪, ଜମ୍ମୁ-କଶ୍ମୀରରେ ୩, ପଶ୍ଚିମବଙ୍ଗରେ ୩, ଆନ୍ଧ୍ରରେ ୨, ଉତ୍ତର ପ୍ରଦେଶରେ ୨, ଚଣ୍ଡିଗଡ଼, ଲଦାଖ ଓ ଉତ୍ତରାଖଣ୍ଡରେ ଜଣେ ଲେଖାଏ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

୯୧% ଓମିକ୍ରନ ଆକ୍ରାନ୍ତ ଟିକା ନେଇଥିବା ବେଳେ ୨୭%ଙ୍କ ଟ୍ରାଭେଲ ହିଷ୍ଟ୍ରୀ ନାହିଁ। ଅର୍ଥାତ ଏମାନେ ବିଦେଶ ଯାତ୍ରା କରିନାହାନ୍ତି।

ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, କେବଳ ବୁଷ୍ଟର ଡୋଜ୍‌ ଓମିକ୍ରନରୁ ସୁରକ୍ଷା ପାଇଁ ମୂଳମନ୍ତ୍ର ନୁହେଁ। ଟିକାକରଣ ସହ ଭିଡ଼ରୁ ଦୂରେଇ ରହିବା ଓ କୋଭିଡ ପ୍ରୋଟକଲର ଅନୁକରଣ କରିବା ଜରୁରୀ। ୨୬ ନଭେମ୍ବର ଠାରୁ ୟୁରୋପ, ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ନିୟମିତ ବଢ଼ୁଥିବା ହୁ’ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story