୩ ମାସ ପରେ ପ୍ରଥମଥର କରୋନାର ଆର୍‌ ଭ୍ୟାଲୁ ୧ ଟପିଲା

ନୂଆଦିଲ୍ଲୀ: ଦୀର୍ଘ ୩ ମାସ ପରେ ମହାମାରୀ କରୋନାର ରିପ୍ରଡକ୍ସନ ନମ୍ବର ବା ଆର୍‌ ଭ୍ୟାଲୁ ଭାରତରେ ୧ ଟପିଛି। କରୋନା ସଂକ୍ରମଣ କେତେ ବେଗରେ ବ୍ୟାପୁଛି, ତା’ର ଆକଳନ କରିବା ପାଇଁ ଆର ଭ୍ୟାଲୁକୁ ବିଚାରକୁ ନିଆଯାଏ। ଏହା ୧ ତଳେ ରହିଲେ, ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ରହିଛି ବୋଲି ବିବେଚନା କରାଯାଇ ଥାଏ। କିନ୍ତୁ ଏବେ ଆର୍‌ ଭ୍ୟାଲୁ ୧ ଟପିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଜାନୁଆରୀ ମାସ ପରେ ପ୍ରଥମଥର ପାଇଁ ଏପରି […]

corona

corona

Hemant Lenka
  • Published: Wednesday, 20 April 2022
  • Updated: 20 April 2022, 03:37 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୩ ମାସ ପରେ ମହାମାରୀ କରୋନାର ରିପ୍ରଡକ୍ସନ ନମ୍ବର ବା ଆର୍‌ ଭ୍ୟାଲୁ ଭାରତରେ ୧ ଟପିଛି। କରୋନା ସଂକ୍ରମଣ କେତେ ବେଗରେ ବ୍ୟାପୁଛି, ତା’ର ଆକଳନ କରିବା ପାଇଁ ଆର ଭ୍ୟାଲୁକୁ ବିଚାରକୁ ନିଆଯାଏ। ଏହା ୧ ତଳେ ରହିଲେ, ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ରହିଛି ବୋଲି ବିବେଚନା କରାଯାଇ ଥାଏ। କିନ୍ତୁ ଏବେ ଆର୍‌ ଭ୍ୟାଲୁ ୧ ଟପିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଜାନୁଆରୀ ମାସ ପରେ ପ୍ରଥମଥର ପାଇଁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଚେନ୍ନାଇର ଇନଷ୍ଟିଚ୍ୟୁଟ ଅଫ ମ୍ୟାଥମେଟିକାଲ ସାଇନ୍ସ ପକ୍ଷରୁ କୁହାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ଦେଶର କିଛି ସପ୍ତାହ ହେଲାଣି କରୋନାର ଆର ଭ୍ୟାଲୁ ବଢ଼ିବାରେ ଲାଗିଛି। ଏପ୍ରିଲ ୧୨-୧୮ ମଧ୍ୟରେ ଦେଶର ଆର ଭ୍ୟାଲୁ ୧.୦୭ ରହିଛି। ଏପ୍ରିଲ ୫ରୁ ୧୧ ମଧ୍ୟରେ ଏହା ୦.୯୩ ଥିଲା। ଶେଷଥର ପାଇଁ ଜାନୁଆରୀ ୧୬-୨୨ ସପ୍ତାହ ମଧ୍ୟରେ ଆର ଭ୍ୟାଲୁ ୧ ଉପରେ ରେକର୍ଡ କରାଯାଇଥିଲା। ସେହି ସମୟରେ ଆର ଭ୍ୟାଲୁ ୧.୨୮ ରହିଥିଲା।

କେବଳ ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବାରୁ ଯେ ଆର୍ ଭ୍ୟାଲୁ ବଢ଼ୁଛି, ତାହା ନୁହେଁ। ବରଂ ହରିଆଣା ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ୁଛି। ମହାମାରୀ ଭାରତରେ ପ୍ରବେଶ କରିବା ଦିନ ଠାରୁ ଏହି ଇନଷ୍ଟିଚ୍ୟୁଟ ଆର୍‌ ଭ୍ୟାଲୁ ଉପରେ ନଜର ରଖି ଆସିଛି। ଏବେ ସଂକ୍ରମଣର ଲେଉଟାଣିକୁ ନେଇ ଇନଷ୍ଟିଚ୍ୟୁଟ ପକ୍ଷରୁ ଆଗୁଆ ସତର୍କ କରାଯାଇଛି।

ଆର ଭ୍ୟାଲୁ ୧ ଉପରେ ରହିବାର ଅର୍ଥ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ମହାମାରୀକୁ ନିୟନ୍ତ୍ରଣ ଭିତରେ ରଖିବାକୁ ହେଲେ ଆର୍‌ ଭ୍ୟାଲୁକୁ ୧ ତଳେ ରହିବା ଜରୁରୀ ବୋଲି ବିଶେଷଜ୍ଞମାନେ ସବୁବେଳେ ମତ ଦେଇ ଆସୁଛନ୍ତି। ଚଳିତ ବର୍ଷ ଜାନୁଆରୀ ୧-୧୦ ମଧ୍ୟରେ ଦେଶର ଆର ଭ୍ୟାଲୁ ସବୁଠାରୁ ଅଧିକ ୨.୯୮ ଥିଲା। ଏହି ସମୟରେ ଓମିକ୍ରନ ଯୋଗୁ ଦେଶରେ କରୋନାର ତୃତୀୟ ଲହର ଅନୁଭୂତ ହେଉଥିଲା।

ଚେନ୍ନାଇ ଇନଷ୍ଟିଚ୍ୟୁଟର ଗବେଷକ ସୀତାବ୍ର ସିହ୍ନା କହିଛନ୍ତି, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ ଭଳି ବଡ଼ବଡ଼ ସହରରେ ଏବେ ଆର ଭ୍ୟାଲୁ ୧ ଉପରେ ରହିଛି। ସେହିପରି ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ଏହା ୨ ଉପରେ ରେକର୍ଡ କରାଯାଇଛି। କୋଲକାତାର ତଥ୍ୟ ଏଯାଏ ମିଳିନି।

ଗତ ସପ୍ତାହରେ ଦିଲ୍ଲୀରେ ଆର ଭ୍ୟାଲୁ ୨.୧୨, ଉତ୍ତର ପ୍ରଦେଶରେ ୨.୧୨, କର୍ଣ୍ଣାଟକାରେ ୧.୦୪, ହରିଆଣାରେ ୧.୧୭, ମୁମ୍ବାଇରେ ୧.୧୩, ଚେନ୍ନାଇରେ ୧.୧୮ ଓ ବେଙ୍ଗାଲୁରୁରେ ଏହା ୧.୦୪ ରହିଥିଲା। କେରଳ ଓ ମହାରାଷ୍ଟ୍ରରେ ଏଯାଏ ଆର ଭ୍ୟାଲୁ ୧ ଟପିନି।

କେରଳର ଆର ଭ୍ୟାଲୁ ୦.୭୧ ଓ ମହାରାଷ୍ଟ୍ରରେ ଏହା ୦.୮୮ ରହିଛି। ବେଙ୍ଗାଲୁରୁରେ ସଂକ୍ରମଣ ବଢ଼ୁଥିବାରୁ କର୍ଣ୍ଣାଟକାରେ ଆର ଭ୍ୟାଲୁ ୧ ଅତିକ୍ରମ କରିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story