'ଶାଶୁ ଘରେ ବୋହୂ ନିର୍ଯାତିତ ହେଲେ ସ୍ୱାମୀ ଦାୟୀ'

ନୂଆଦିଲ୍ଲୀ: ଶାଶୁ ଘରେ ବୋହୂ ନିର୍ଯାତନାର ଶିକାର ହେଲେ ଏଥିପାଇଁ ସ୍ୱାମୀ ଦାୟୀ। ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ଶୁଣାଇଛନ୍ତି। ଏକ ଘରୋଇ ହିଂସା ମାମଲାର ରାୟ ଶୁଣାଣି କରିବା ବେଳେ ସ୍ତ୍ରୀକୁ ମାଡ ମାରିଥିବା ଅଭିଯୋଗରେ ସ୍ୱାମୀର ଜାମିନ ଆବେଦନ ଖାରଜ କରିଥିଲେ ସୁପ୍ରିମକୋର୍ଟ। ଏହାପରେ କୋର୍ଟ କହିଥିଲେ ଶାଶୁ ଘରେ ଯଦି ସ୍ତ୍ରୀ କୌଣସି କାରଣ ପାଇଁ ଆହତ କିମ୍ୱା ଆଘାତ ପାଇଲେ ସ୍ୱାମୀ ଦାୟୀ ରହିବେ। ସୁପ୍ରିମକୋର୍ଟର ପ୍ରଧାନ […]

Supreme Court

Supreme Court

Subhransu Sekhar
  • Published: Tuesday, 09 March 2021
  • Updated: 09 March 2021, 09:13 PM IST

Sports

Latest News

ନୂଆଦିଲ୍ଲୀ: ଶାଶୁ ଘରେ ବୋହୂ ନିର୍ଯାତନାର ଶିକାର ହେଲେ ଏଥିପାଇଁ ସ୍ୱାମୀ ଦାୟୀ। ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ଶୁଣାଇଛନ୍ତି। ଏକ ଘରୋଇ ହିଂସା ମାମଲାର ରାୟ ଶୁଣାଣି କରିବା ବେଳେ ସ୍ତ୍ରୀକୁ ମାଡ ମାରିଥିବା ଅଭିଯୋଗରେ ସ୍ୱାମୀର ଜାମିନ ଆବେଦନ ଖାରଜ କରିଥିଲେ ସୁପ୍ରିମକୋର୍ଟ। ଏହାପରେ କୋର୍ଟ କହିଥିଲେ ଶାଶୁ ଘରେ ଯଦି ସ୍ତ୍ରୀ କୌଣସି କାରଣ ପାଇଁ ଆହତ କିମ୍ୱା ଆଘାତ ପାଇଲେ ସ୍ୱାମୀ ଦାୟୀ ରହିବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଶୁଣାଣି କରି ଏହା କହିଛନ୍ତି।

ଅଭିଯୁକ୍ତ ଜଣଙ୍କ ତୃତୀୟ ବିବାହ କରିଥିବା ବେଳେ ମହିଳାଙ୍କର ଏହା ହେଉଛି ଦ୍ୱିତୀୟ ବିବାହ। ବିବାହର ଗୋଟିଏ ବର୍ଷ ପରେ ମହିଳା ଜଣକ 2018ରେ ସନ୍ତାନ ଜନ୍ମ ଦେଇଥିଲେ। ଗତ ବର୍ଷ ଜୁନ୍ ମାସରେ ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ଲୁଧିଆନା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ମହିଳା ଜଣକ ଅଭିଯୋଗ କରିଥିଲେ ଯେ ଯୌତୁକ ଦାବି ପୂରଣ ନକରିବାରୁ ତାଙ୍କୁ ତାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ଶାଶୁ ନିର୍ମମ ଭାବରେ ପିଟିଥିଲେ।

ଅଭିଯୁକ୍ତର ଓକିଲ କୁଶଗ୍ରା ମହାଜନ କୋର୍ଟରେ ଜାମିନ ଆବେଦନ କରିଥିଲେ। ଏହି ସମୟରେ ବିଚାରପତି ଅଭିଯୁକ୍ତଙ୍କୁ ପଚାରିଥିଲେ, 'ଆପଣ କେଉଁ ପ୍ରକାରର ବ୍ୟକ୍ତି? ଆପଣଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ମାଡ଼ ମାରୁଛନ୍ତି। ଆପଣ ଗର୍ଭପାତ କରିବାକୁ ବାଧ୍ୟ କରୁଛନ୍ତି। ଆପଣ କେଉଁ ପ୍ରକାରର ପୁରୁଷ ଯେ ତୁମେ ତୁମ ସ୍ତ୍ରୀଙ୍କୁ ମାଡ଼ ମାରିବା ପାଇଁ କ୍ରିକେଟ୍ ବ୍ୟାଟ୍ ବ୍ୟବହାର କରୁଛ?'

କୋର୍ଟଙ୍କ ପ୍ରଶ୍ନର ଉତ୍ତରରେ ଅଭିଯୁକ୍ତଙ୍କ ଓକିଲ କୁଶଗ୍ରା ମହାଜନ ପକ୍ଷ ରଖି କହିଥିଲେ ଯେ ମହିଳା ଜଣକ ନିଜେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର ତାଙ୍କୁ ବ୍ୟାଟ୍‌ରେ ପିଟିଥିଲେ। ବାପା ଏବଂ ଶ୍ୱଶୁର ବ୍ୟାଟରେ ବାଡ଼େଇବାର କିଛି ଫରକ ନାହିଁ।

ଏହାପରେ କୋର୍ଟ କହିଥିଲେ ଯେତେବେଳେ ଜଣେ ମହିଳା ଶାଶୁଙ୍କ ଦ୍ୱାରା କୌଣସି ପ୍ରକାରର ଆଘାତ ପାଇଲେ, ସେତେବେଳେ ପ୍ରାଥମିକ ଦାୟିତ୍ୱ ହେଉଛି ସ୍ୱାମୀଙ୍କର। ଏହାପରେ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲା। ପୂର୍ବରୁ ଏହି ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ମଧ୍ୟ ମହିଳାଙ୍କ ସ୍ୱାମୀଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story