ନୂଆଦିଲ୍ଲୀ: ଓୟୋ ଫାର୍ମ ଅଧୀନ ଦିଲ୍ଲୀର ଏକ ହୋଟେଲର ଜଣେ ଜମ୍ମୁ କଶ୍ମୀର ଯୁବକଙ୍କୁ ହଟ୍ଟହଟ୍ଟା ହେବାକୁ ପଡ଼ିଛି। ଯୁବକ ଜଣକ ରୁମ୍ ବୁକ୍ କରି ଆସିଥିଲେ ମଧ୍ୟ ତାଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଥିଲା। ହୋଟଲରେ ପ୍ରବେଶକୁ ନେଇ ରିସେପ୍ସ୍ନିଷ୍ଟ ଏବଂ ଯୁବକଙ୍କ ମଧ୍ୟରେ ହେଉଥିବା କଥା କଟାକଟିର ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା। ଯୁବକ ଜଣଙ୍କୁ ହୋଟେଲ ଆକମୋଣ୍ଡେସନ ପାଇଁ ରିସେପ୍ସ୍ନିଷ୍ଟ ମନା କରୁଥିବା ଭିଡିଓରେ ଦୃଶ୍ୟମାନ ହେଉଛି। ଯୁବକ ଜଣକର ଘର ଜମ୍ମୁ କଶ୍ମୀର ହୋଇଥିବାରୁ ତାଙ୍କୁ ଅନୁମତି ଦିଆଯାଇ ନଥିଲା। ଦିଲ୍ଲୀ ପୁଲିସର ଏହି ନିର୍ଦ୍ଦେଶ ଥିବା ହୋଟେଲେ କର୍ତ୍ତୃପପକ୍ଷ କହିବା ପରେ ପୁଲିସ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି।
https://twitter.com/_sayema/status/1506849483178770435?s=20&t=ajI8VPMAO5-UaG7MgCOUlg
ସୂଚନା ଅନୁଯାୟୀ ଯୁବକ ଜଣକ ପୂର୍ବରୁ ଓୟୋ ସାଇଟ୍ରେ ରୁମ ବୁକ କରିଥିଲେ। ପରେ ସେ ଉକ୍ତ ହସପିଟାଲକୁ ଆସିଥିଲେ। ସେଠାରେ ରିସେପ୍ସ୍ନିଷ୍ଟ ତାଙ୍କ ପରିଚୟ ମାଗିଥିଲେ। ଯୁବକ ଜଣକ ତାଙ୍କ ପରିଚୟ ଦାଖଲ କରିଥିଲେ। ତେବେ ସେ ଜମ୍ମୁ କଶ୍ମୀରର ବାସିନ୍ଦା ହୋଇଥିବାରୁ ତାଙ୍କୁ ହୋଟାଲ ଆକମଣ୍ଡେସନ୍ ପାଇଁ ରିସେପ୍ସ୍ନିଷ୍ଟ ମନା କରିଥିଲେ । ଯୁବକ ଜଣକ ଏହାର କାରଣ ପଚାରିଥିଲେ। ଜବାବରେ ରିସେପ୍ସ୍ନିଷ୍ଟ ଦିଲ୍ଲୀ ପୁଲିସର ଏହି ନିର୍ଦ୍ଦେଶ ଥିବା କହିଥିଲେ। ହୋଟେଲ ରିସେପ୍ସ୍ନିଷ୍ଟଙ୍କ ସହ ଯୁବକଙ୍କ ମଧ୍ୟରେ ହୋଇଥିବା କେଇ କ୍ଷଣର ବାର୍ତ୍ତାଳପର
ଭିଡିଓକୁ ନାସିର ଖୁଏମ ନାମକ ଜଣେ ଯୁବକ ସେୟାର କରିଛନ୍ତି । ନାସିର ହେଉଛନ୍ତି ଜମ୍ମୁ କଶ୍ମୀର ଛାତ୍ର ସଂଘର ମୁଖପାତ୍ର। ନାସିର ଉକ୍ତ ଭିଡିଓକୁ ଟ୍ୱିଟ୍ କରି ଏହା ହେଉଛି ‘କାଶ୍ମୀର ଫାଇଲସ୍’ର ପ୍ରଭାବ। ଗ୍ରାଉଣ୍ଡରେ କାଶ୍ମୀର ଫାଇଲସ୍ର ଏହା ହେଉଛି ପ୍ରତିଫଳନ ବୋଲି ଉଲ୍ଲେଖ କରିଛନ୍ତି। କଶ୍ମୀରବାସୀ ହେବା କଣ ଅପରାଧ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ଭିଡିଓକୁ ନେଇ ଚର୍ଚ୍ଚା ହେବା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି । ଜମ୍ମୁ କଶ୍ମୀରବାସୀଙ୍କୁ ହୋଟେଲରେ ବାରଣ ସମ୍ପର୍କରେ ଦିଲ୍ଲୀ ପୁଲିସ ପକ୍ଷରୁ କୌସି ନିର୍ଦ୍ଦେଶ ଜାରି କରାଯାଇ ନଥିବା ଟ୍ୱିଟ୍ କରି କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।