ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ: ଚାଷୀଙ୍କ ମୁଣ୍ଡ ଫଟାଇବା ଭଳି ଶବ୍ଦ ବ୍ୟବହାର କରିବା ଭୁଲ କିନ୍ତୁ..

ଚଣ୍ଡିଗଡ଼: ହରିଆଣାର କର୍ଣ୍ଣାଲରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ପୁଲିସ୍‌ର ଲାଠିଚାର୍ଜ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ପୁଲିସ୍‌ର ଲାଠିମାଡ଼ରେ ଅନେକ ଚାଷୀ ଆହତ ହୋଇଛନ୍ତି। ଜଣେ ଆଇଏଏସ୍‌ ଅଫିସର ପୁଲିସ୍‌ ଅଧିକାରୀଙ୍କୁ ଚାଷୀଙ୍କ ମୁଣ୍ଡ ଫଟାଇବାକୁ ନିର୍ଦ୍ଦେଶ ଦେଉଥିବା ବେଳର ଭିଡିଓ ଭାଇରାଲ ହେବା ପରେ ଚାଷୀ ସଂଗଠନ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏପରି କି ଚାଷୀ ସଂଗଠନ ସେପ୍ଟେମ୍ବର ୨୫ରେ ଭାରତ […]

Farmers

Farmers

Hemant Lenka
  • Published: Monday, 30 August 2021
  • Updated: 30 August 2021, 06:02 PM IST

Sports

Latest News

ଚଣ୍ଡିଗଡ଼: ହରିଆଣାର କର୍ଣ୍ଣାଲରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ପୁଲିସ୍‌ର ଲାଠିଚାର୍ଜ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ପୁଲିସ୍‌ର ଲାଠିମାଡ଼ରେ ଅନେକ ଚାଷୀ ଆହତ ହୋଇଛନ୍ତି। ଜଣେ ଆଇଏଏସ୍‌ ଅଫିସର ପୁଲିସ୍‌ ଅଧିକାରୀଙ୍କୁ ଚାଷୀଙ୍କ ମୁଣ୍ଡ ଫଟାଇବାକୁ ନିର୍ଦ୍ଦେଶ ଦେଉଥିବା ବେଳର ଭିଡିଓ ଭାଇରାଲ ହେବା ପରେ ଚାଷୀ ସଂଗଠନ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ଏପରି କି ଚାଷୀ ସଂଗଠନ ସେପ୍ଟେମ୍ବର ୨୫ରେ ଭାରତ ବନ୍ଦର ଡାକରା ମଧ୍ୟ ଦେଇଛନ୍ତି। ଏସବୁ ଭିତରେ ଆଜି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ମୁଣ୍ଡ ଫଟାଇବାକୁ ନିର୍ଦ୍ଦେଶ ଦେଇଥିବା ସବ୍‌ ଡିଭିଜନାଲ ମାଜିଷ୍ଟ୍ରେଟଙ୍କୁ ପରୋକ୍ଷରେ ସମର୍ଥନ କରିଛନ୍ତି। ଏଥିସହ ପୁଲିସ୍‌ ଚାଷୀଙ୍କ ଉପରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ ଠିକ୍‌ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି।

ସେ କହିଛନ୍ତି, ଯିଦିଓ ଅଧିକାରୀ ଜଣଙ୍କ ବ୍ୟବହାର କରିଥିବା ଶବ୍ଦ ଠିକ୍‌ ନୁହେଁ, ତଥାପି ଆଇନଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ସବୁବେଳେ ଶକ୍ତ କାର୍ଯ୍ୟୁନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଯଦି ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତା’ହେଲେ ପ୍ରଥମେ ଜିଲ୍ଲା ପ୍ରଶାସନ ଏହାର ଯାଞ୍ଚ କରିବ। ଡିଜିପି ମଧ୍ୟ ପୂରା ଘଟଣାର ଛାନଭିନ କରୁଛନ୍ତି।

କିନ୍ତୁ ସମସ୍ତେ ଆଇନଶୃଙ୍ଖଳା ପରିସ୍ଥିତିକୁ ସବୁବେଳେ ଗୁରୁତ୍ୱ ଦେବା ଦରକାର। ଚାଷୀମାନେ ବୁଝିବା ଦରକାର ଯେ ଏପରି ବିକ୍ଷୋଭ ଓ ଆନ୍ଦୋଳନରୁ ସେମାନେ କିଛି ବି ଲାଭ ପାଉନାହାନ୍ତି। ସେମାନଙ୍କ ପ୍ରତି ଲୋକମାନଙ୍କର ଆଉ ଦରଦ ନାହିଁ। ଚାଷୀଙ୍କ ସହ ଶକ୍ତ ବ୍ୟବହାର କରିବାକୁ ମୋ ପାଖକୁ ବାରମ୍ବାର ଫୋନ ଆସୁଛି। କିନ୍ତୁ ଆମେ ତଥାପି ସହ୍ୟ କରିଛୁ। କାରଣ ସେମାନେ ଆମ ଲୋକ ବୋଲି ଶ୍ରୀ ଖଟ୍ଟର କହିଛନ୍ତି।

ଚାଷୀମାନେ ରବିବାର କର୍ଣ୍ଣାଲ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ୟାରିକେଡ୍‌କୁ ଠେଲାପେଲା କରିଥିଲେ। ଏହି ସମୟରେ ପୁଲିସ୍‌ ଚାଷୀଙ୍କ ଉପରେ ଲାଠିଚାର୍ଜ କରିଥିଲା। ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‌ ମାଡ଼ରେ ତାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତେବେ ପୁଲିସ୍‌ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ସଫେଇ ଦେଇଛି।

ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବା ବେଳେ କର୍ଣ୍ଣାଲ ସବ ମ୍ୟାଜିଷ୍ଟ୍ରେଟ ଆୟୂଷ ସିହ୍ନାଙ୍କ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ସେ କହିଛନ୍ତି ଯେ “ଏଠାରେ ସମସ୍ତେ ସ୍ପଷ୍ଟ ଭାବେ ଶୁଣି ରଖିବା ଦରକାର ଯେ ଆନ୍ଦୋଳନକାରୀ ଯିଏ ବି ହୁଅନ୍ତୁ କିମ୍ବା ଯେଉଁଠାର ହୁଅନ୍ତ, କେହି ବି ଯେମିତି ଏଠାରେ(ବ୍ୟାରିକେଡ୍‌) ନିକଟରେ ପହଞ୍ଚିବେ ନାହିଁ।

ଆମକୁ ଏହି ସୀମାକୁ ଯେମିତି ହେଲେ ରକ୍ଷା କରିବାକୁ ପଡ଼ିବ। ଏହାକୁ ଯେମିତି କେହି ବି ଲଙ୍ଘିବେ ନାହିଁ। ଆପଣମାନେ ଲାଠି ଧରନ୍ତୁ ଓ ଶକ୍ତ ପ୍ରହାର କରନ୍ତୁ। ଏଥିପାଇଁ ଆଉ କୌଣସି ନିର୍ଦ୍ଦେଶ ଦରକାର ନାହିଁ। ସେମାନଙ୍କୁ ପ୍ରବଳ ମାଡ଼ ମାର। ଯଦି ଜଣେ ବି ଆନ୍ଦୋଳନକାରୀ ଏଠାକୁ ଆସନ୍ତି, ତା’ହେଲେ ମୁଁ ସେମାନଙ୍କ ମୁଣ୍ଡ ଫାଟିଥିବା ଦେଖିବାକୁ ଚାହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story