ଆଫଗାନର ଉଦାହରଣ ଦେଇ କେନ୍ଦ୍ରକୁ ବାଣ ମାରିଲେ ମେହବୁବା ମୁଫତି

ଶ୍ରୀନଗର: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବାର ଉଦାହରଣ ଦେଇ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ବାଣ ମାରିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଆଫଗାନ ସ୍ଥିତିରୁ ଶିକ୍ଷାଲାଭ କରି ଜମ୍ମୁ-କଶ୍ମୀରରେ ଧାରା ୩୭୦ ପୁଣି ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି। ଶନିବାର ଉପତ୍ୟକାର ଗୁଲଗାମରେ ଆୟୋଜିତ ଏକ ସଭାରେ ସେ ଉଦବୋଧନ ଦେଇ କହିଛନ୍ତି, “ଜମ୍ମୁ-କଶ୍ମୀରର ଲୋକମାନେ ବର୍ତ୍ତମାନ ଯେଉଁ ସବୁ ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ତା’କୁ ସାମ୍ନା କରିବାକୁ କେନ୍ଦ୍ର […]

Mufti

Mufti

Hemant Lenka
  • Published: Saturday, 21 August 2021
  • Updated: 21 August 2021, 09:01 PM IST

Sports

Latest News

ଶ୍ରୀନଗର: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବାର ଉଦାହରଣ ଦେଇ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ବାଣ ମାରିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଆଫଗାନ ସ୍ଥିତିରୁ ଶିକ୍ଷାଲାଭ କରି ଜମ୍ମୁ-କଶ୍ମୀରରେ ଧାରା ୩୭୦ ପୁଣି ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି।

ଶନିବାର ଉପତ୍ୟକାର ଗୁଲଗାମରେ ଆୟୋଜିତ ଏକ ସଭାରେ ସେ ଉଦବୋଧନ ଦେଇ କହିଛନ୍ତି, “ଜମ୍ମୁ-କଶ୍ମୀରର ଲୋକମାନେ ବର୍ତ୍ତମାନ ଯେଉଁ ସବୁ ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ତା’କୁ ସାମ୍ନା କରିବାକୁ କେନ୍ଦ୍ର ସରକାର ସାହସ କରନ୍ତୁ। ଯେଉଁଦିନ କଶ୍ମୀରବାସୀଙ୍କ ଧୈର୍ଯ୍ୟ ବନ୍ଧ ଭାଙ୍ଗିବ, ସେଦିନ ଆପଣ ବହୁତ ସମସ୍ୟାର ସମ୍ମୁଖୀନ ହେବେ।

ଆମ ଧୈର୍ଯ୍ୟର ପରୀକ୍ଷା କରନ୍ତୁ ନାହିଁ। ଆପଣ ଥରେ ଆମ ପଡ଼ୋଶୀ (ଆଫଗାନିସ୍ତାନ)ରେ କ’ଣ ଘଟିଲା ଦେଖନ୍ତୁ। ତାଲିବାନ ଫୋର୍ସ ଶକ୍ତିଶାଳୀ ଆମେରିକା ସେନା ବାହିନୀ ଆଗରେ ଏମିତି ସ୍ଥିତି ସୃଷ୍ଟି କଲା ଯେ ସେମାନେ ନିଜର ପେଡ଼ିପୁଟୁଳା ବାନ୍ଧି ଦେଶ ଛାଡ଼ିବାକୁ ବାଧ୍ୟ ହେଲେ।

କିନ୍ତୁ ଆପଣଙ୍କ ପାଖରେ ଏବେ ବି ସୁଯୋଗ ରହିଛି। ସମ୍ବିଧାନକୁ ସମ୍ମାନ ଜଣାଇ ଅଟଳ ବିହାରୀ ବାଜପେୟୀ ଯେଉଁଭଳି ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ, ଆପଣ ସେଭଳି କାମ ପୁଣି ଆରମ୍ଭ କରନ୍ତୁ। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଲାଗୁ କରନ୍ତୁ ଓ ଏଠାରୁ ଯାହା ସବୁ ନେଇଛନ୍ତି ସବୁ କିଛି ଫେରାଇ ଦିଅନ୍ତୁ।”

ମେହବୁବା ମୁଫତିଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କୁ ବର୍ତ୍ତମାନ ସମୟରେ ଏପରି ବୟାନବାଜୀରୁ ଦୂରେଇ ରହିବାକୁ କହିଛନ୍ତି। ଏଥିସହ ଜମ୍ମୁ-କଶ୍ମୀର ସବୁବେଳେ ଭାରତର ଗୋଟିଏ ଅଭିନ୍ନ ଅଙ୍ଗ ବୋଲି ସେ କହିଛନ୍ତି।

ମେହବୁବା ମୁଫତି ତାଲିବାନକୁ ଆଫଗାନ ଲୋକଙ୍କ ଉପରେ ହିଂସାକାଣ୍ଡ ନ ଘଟାଇବାକୁ ବି କହିଛନ୍ତି। ସେ କହିଛନ୍ତି, ପୂରା ବିଶ୍ୱ ସେମାନଙ୍କ କାର୍ଯ୍ୟକଳାପ ଦେଖୁଛି। ତାଲିବାନୀମାନେ ଏମିତି କିଛି କାମ କରନ୍ତୁ ନାହିଁ, ଯାହା ଆଫଗାନବାସୀଙ୍କୁ କ୍ଷତି ପହଞ୍ଚାଇବ। ସେମାନେ ଏମିତି କିଛି କାମ କରନ୍ତୁ ନାହିଁ, ଯାହାଦ୍ୱାରା ବିଶ୍ୱର ସବୁ ରାଷ୍ଟ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ।

ତାଲିବାନରେ ବନ୍ଧୁକର ଭୂମିକା ଶେଷ ହୋଇଛି ଓ ପୂରା ବିଶ୍ୱ ସମୂହ ସେମାନେ ଲୋକଙ୍କ ସହ କେମିତି ବ୍ୟବହାର କରୁଛନ୍ତି, ତା’ ଉପରେ ନଜର ରଖିଥିବା ମୁଫତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story