ଚୁଡ଼ି ବିକ୍ରି କରୁଥିବା ମୁସଲିମ ଯୁବକଙ୍କୁ ପିଟିଲେ ଲୋକେ

ଭୋପାଲ: ପୁଣି ଜଣେ ମୁସଲିମ ଯୁବକ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି। ଏହି ମୁସଲିମ ଯୁବକ ଜଣଙ୍କ ମଧ୍ୟପ୍ରଦେଶର ଇନ୍ଦୋରରେ ଚୁଡ଼ି ବିକ୍ରି କରୁଥିବା ବେଳେ ତାଙ୍କୁ କିଛି ଲୋକ ସର୍ବସମ୍ମୁଖରେ ପ୍ରବଳ ମାଡ଼ ମାରିଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ମାଡ଼ ମାରିବା ବେଳେ ଆକ୍ରମଣକାରୀମାନେ ତାଙ୍କ ଠାରୁ ୧୦ ହଜାର ଟଙ୍କା ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ପଛର କାରଣ ଜଣାପଡ଼ି ନଥିବା ବେଳେ ରାଜ୍ୟର ଗୃହମନ୍ତ୍ରୀ ନରତ୍ତୋମ ମିଶ୍ରା […]

Muslim

Muslim

Hemant Lenka
  • Published: Monday, 23 August 2021
  • Updated: 23 August 2021, 06:35 PM IST

ଭୋପାଲ: ପୁଣି ଜଣେ ମୁସଲିମ ଯୁବକ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି। ଏହି ମୁସଲିମ ଯୁବକ ଜଣଙ୍କ ମଧ୍ୟପ୍ରଦେଶର ଇନ୍ଦୋରରେ ଚୁଡ଼ି ବିକ୍ରି କରୁଥିବା ବେଳେ ତାଙ୍କୁ କିଛି ଲୋକ ସର୍ବସମ୍ମୁଖରେ ପ୍ରବଳ ମାଡ଼ ମାରିଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ମାଡ଼ ମାରିବା ବେଳେ ଆକ୍ରମଣକାରୀମାନେ ତାଙ୍କ ଠାରୁ ୧୦ ହଜାର ଟଙ୍କା ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ପଛର କାରଣ ଜଣାପଡ଼ି ନଥିବା ବେଳେ ରାଜ୍ୟର ଗୃହମନ୍ତ୍ରୀ ନରତ୍ତୋମ ମିଶ୍ରା ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ଯଦି ଜଣେ ବ୍ୟକ୍ତି ନିଜର ନାଁ, ଜାତି ଓ ଧର୍ମ ଲୁଚାଇ ରଖିବେ, ତା’ହେଲେ ଲୋକମାନଙ୍କ ଅସନ୍ତୋଷ ବଢ଼ିବ।” ତେବେ ସେ ଏହି ଘଟଣାକୁ ସାଂପ୍ରଦାୟିକ ରଙ୍ଗ ଦେବାକୁ ବାରଣ କରିଛନ୍ତି।

ମନ୍ତ୍ରୀ କହିଛନ୍ତି, ସେ ଗୋଟିଏ ଭିନ୍ନ ଧର୍ମର ଲୋକ ହୋଇଥିବା ବେଳେ ହିନ୍ଦୁ ନାମ ଧାରଣ କରି ବ୍ୟବସାୟ କରୁଥିଲେ। ତାଙ୍କ ପାଖରୁ ଦୁଇ ଭିନ୍ନଭିନ୍ନ ଆଧାର କାର୍ଡ ମିଳିଛି। ସେ ବିକ୍ରି କରୁଥିବା ଚୁଡ଼ି ଆମ ଝିଅ ମାନେ ପନ୍ଧନ୍ତି। ସେ ଝିଅମାନଙ୍କ ହାତରେ ମେହେନ୍ଦି ମଧ୍ୟ କରନ୍ତି। ଏପରି ସ୍ଥିତିରେ ସେ ନିଜର ନକଲି ପରିଚୟ ଦେବା ସମସ୍ତଙ୍କୁ କ୍ରୋଧିତ କରିଥିଲା ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି।

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ମାଡ଼ ଖାଉଥିବା ଯୁବକ ଜଣଙ୍କ ହେଉଛନ୍ତି ତସଲୀମ। ଇନ୍ଦୋରର ଗୋଟିଏ ରାସ୍ତାରେ ଅନେକ ଲୋକ ଏକାଠି ହୋଇ ତାଙ୍କୁ ମାଡ଼ ମାରିଛନ୍ତି। ମାଡ଼ ମାରୁଥିବା ଲୋକମାନେ ବିଭିନ୍ନ ଧାର୍ମିକ ନାରା ଦେଉଛନ୍ତି। ସର୍ବସମ୍ମୁଖରେ ଏପରି ଘଟଣା ଘଟିଥିଲେ ହେଁ କେହି ବି ପ୍ରତିବାଦ କରି ନଥିଲେ।

ପୁଲିସ୍‌ ନିକଟରେ ତସଲୀମ କହିଛନ୍ତି, ଅଭିଯୁକ୍ତମାନେ ପ୍ରଥମେ ମୋ ନାଁ ପଚାରିଥିଲେ। ମୁଁ ନାଁ କହିବା ପରେ ସେମାନେ ମାଡ଼ ମାରିବା ଆରମ୍ଭ କରିଥିଲେ। ମୋ ପାଖରେ ଥିବା ୧୦ ହଜାର ଟଙ୍କା ସେମାନେ ନେଇ ଯାଇଥିବା ବେଳେ ମୋ ଚୁଡ଼ି ସବୁ ଭାଙ୍ଗି ଦେଇଛନ୍ତି। ସେହିପରି ମୋ ପାଖରେ ଥିବା ଅନ୍ୟାନ୍ୟ ଜିନିଷ ମଧ୍ୟ ସେମାନେ ନଷ୍ଟ କରିଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ପୁଲିସ୍‌ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଆକ୍ରମଣ କରିଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଏଥିସହ ସୋଶାଲ ମିଡିଆରେ ଘଟଣାକୁ ନେଇ କୌଣସି ପ୍ରକାରର ଧାର୍ମିକ ଭାବାବେଗ ସହ ଜଡ଼ିତ ବୟାନ ନ ଦେବାକୁ ପୁଲିସ୍‌ ସମସ୍ତଙ୍କୁ ଅନୁରୋଧ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story