ପାଞ୍ଚମାସର ଶିଶୁ ପାଇଁ ୬ କୋଟି ଟଙ୍କାର ଟ୍ୟାକ୍ସ ଛାଡ଼ିଦେଲେ ମୋଦି
ନୂଆଦିଲ୍ଲୀ: ନବଜାତ ଶିଶୁଟି ଜନ୍ମ ହେବା ପରେ ବାପା-ମା’ଙ୍କର ଖୁସି ନକହିଲେ ସରେ। ଜନ୍ମ ପରେ ବାପା-ମା’ ନିଜ ଶିଶୁର ସୁସ୍ଥ କାମନା କରିଥାନ୍ତି। କିନ୍ତୁ ଆଜି ଆମେ ଏମିତି ଜଣେ ଶିଶୁକନ୍ୟା କଥା କହିବୁ, ଯାହାକୁ ଜନ୍ମ ହେବାର ୬ମାସ ବି ହୋଇନି, କିନ୍ତୁ ସେ ପ୍ରତିଦିନ ନିଜ ଜୀବନ ସହ ସଂଘର୍ଷ କରୁଛୁ। ସେହି ଶିଶୁ କନ୍ୟା ଜଣକ ହେଉଛନ୍ତି ତୀରା କାମତ। ତୀରା ଏକ ବିରଳ ରୋଗରେ ଆକ୍ରାନ୍ତ ଅଛନ୍ତି, ଯାହାକୁ ସ୍ପାଇନାଲ୍ ମସ୍କୁଲର ଏଟ୍ରୋଫୀ (SMA) କୁହାଯାଏ। ଏହା ଏଭଳି ଏକ ରୋଗ, ଯାହାର ଚିକିତ୍ସା କେବଳ Zolgensma ନାମକ ଏକ ବିଶେଷ ଇଞ୍ଜେକ୍ସନ୍ ଦ୍ୱାରା ସମ୍ଭବ।
ଏହି ଇଞ୍ଜେକ୍ସନକୁ ଆମେରିକାରୁ ମଗାଇବାକୁ ପଡ଼ିବ ଏବଂ ଏଥିରେ ଚିକିତ୍ସା ପାଇଁ ପାଖାପାଖି ୧୬କୋଟି ଟଙ୍କା ଖର୍ଚ୍ଚ ହେବ, ତାପୁଣି ବିନା ଟ୍ୟାକ୍ସରେ ହେବ। ଏଥିରେ ଇମ୍ପୋର୍ଟ ଡ୍ୟୁଟି ଓ ଟ୍ୟାକ୍ସକୁ ଯଦି ମିଶାଯିବ, ତାହେଲେ ଏହାର ଦାମ ୨୨ କୋଟି ହେବ। ଯାହା କୌଣସି ମଧ୍ୟବର୍ଗୀୟ ପରିବାର ପାଇଁ ଏହି ରୋଗର ଚିକିତ୍ସା କରାଇବା ସମ୍ଭବ ନୁହେଁ। ଏଭଳି ସ୍ଥିତିରେ କୁନି ଶିଶୁର ବାପା ମିହିର କାମତ ଓ ମା’ ପ୍ରିୟଙ୍କା କ୍ରାଉଣ୍ଡଫଣ୍ଡିଂ ଜରିଆରେ ଏହି ଟଙ୍କା ଜମା କରିଛନ୍ତି। ସୋଶାଲ ମିଡିଆରେ ଏକ ପେଜ୍ ତିଆରି କରି ତୀରାର ମାତାପିତା ପାଖାପାଖି ୧୫କୋଟି ଟଙ୍କା ଯୋଗାଡ଼ କରିଥିବା ଜଣାପଡ଼ିଛି।
Sincere gratitude to Hon PM @narendramodi ji for your humanitarian and extremely sensitive approach towards exempting all the taxes (approx ₹6.5 crore) for importing the life saving drug for Mumbai’s 5 month old Teera Kamat!
I wish Teera a speedy recovery & healthy life! pic.twitter.com/wxT8PsnSx5— Devendra Fadnavis (@Dev_Fadnavis) February 9, 2021
ତେବେ ବଡ଼ କଥା ହେଉଛି ଶିଶୁଟିର ଚିକିତ୍ସାରେ ୬.୫ କୋଟି ଟଙ୍କାର ଟ୍ୟାକ୍ସ ଲାଗିଥାନ୍ତା। ହେଲେ ବିଜେପି ନେତା ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ହସ୍ତକ୍ଷେପ ପରେ ମୋଦି ସରକାର ଇଞ୍ଜେକ୍ସନ ଉପରେ ଲାଗିବାକୁ ଥିବା ସମସ୍ତ ଟ୍ୟାକ୍ସ (୨୩ ପ୍ରତିଶତ ଇମ୍ପୋର୍ଟ ଡ୍ୟୁଟି ଓ ୧୨ ପ୍ରତିଶତ ଜିଏସଟି)କୁ ଛାଡ଼ କରିଦେଇଛନ୍ତି, ଯାହାର ମୂଲ୍ୟ ପାଖାପାଖି ସାଢ଼େ ୬କୋଟି ଟଙ୍କ ହେବ।
View this post on Instagram
ଏହି ମାମଲା ସାମ୍ନାକୁ ଆସିବା ପରେ ଫଡନାଭିସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ଏବଂ ଆମେରିକାରୁ ଆସିବାକୁ ଥିବାରୁ ଏହି ଇଞ୍ଜେକ୍ସନକୁ ଟ୍ୟାକ୍ସ ଫ୍ରି’ କରିବାକୁ ନିବେଦନ କରିଥିଲେ। ଏବେ ମୋଦି ସରକାରଙ୍କ ଏହି ପଦକ୍ଷେପ ଏବଂ ଲୋକଙ୍କ ସହାୟତା କାରଣରୁ ଶିଶୁଟିର ଚିକିତ୍ସା ବାଟ ଫିଟି ଯାଇଛି। ଆମେରିକାର ଖୁବଶୀଘ୍ର ଏହି ଇଞ୍ଜେକ୍ସନ୍ ମଗାଯିବ।
ଶିଶୁଟିର ମାତାପିତାଙ୍କ କହିବା ଅନୁଯାୟୀ, ଜନ୍ମ ବେଳେ ତୀରା ସମ୍ପୂର୍ଣ୍ଣ ସୁସ୍ଥ ଥିଲା। ହେଲେ ପରେ ଧୀରେ ଧୀରେ ତା’ର ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଲା। ସ୍ପାଇନାଲ୍ ମସ୍କୁଲର ଏଟ୍ରୋଫୀ ଟାଇପ୍-୧ ଏକ ବିରଳ ରୋଗ। ଯାହାଦ୍ୱାରା ପିଲାମାନଙ୍କ ମାଂସପେଶୀ ଦୁର୍ବଳ ହେବାରେ ଲାଗିଥାଏ। ଏହାସହ ଶରୀରରେ ପାଣିର ଅଭାବ ଏବଂ ସ୍ତନପାନ ଓ ନିଶ୍ୱାସ ବେଳେ ବହୁତ ସମସ୍ୟା ହୋଇଥାଏ। ଏହି ରୋଗ ପିଲାମାନଙ୍କୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରିଦେଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।