ଓଡ଼ିଶା ସମେତ ୨୨ଟି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଶୂନ

ନୂଆଦିଲ୍ଲୀ: କରୋନା ମୁକାବିଲାରେ ଭାରତକୁ ବଡ଼ ସଫଳତା। ବିଗତ ୨୪ ଘଣ୍ଟା ମଧ୍ୟରେ ୨୨ଟି ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ଶୂନରେ ପହଞ୍ଚିଛି। ରବିବାର କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ୍ ୧୦୧ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଥିରୁ ୮୦ ପ୍ରତିଶତ ପାଞ୍ଚୋଟି ରାଜ୍ୟରୁ ରହିଛନ୍ତି। ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ ପ୍ରତିଶତ କେରଳ ଏବଂ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି। ଏହାବାଦ ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ, ଜମ୍ମୁ […]

corona

corona

Subhransu Sekhar
  • Published: Sunday, 21 February 2021
  • Updated: 21 February 2021, 07:07 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମୁକାବିଲାରେ ଭାରତକୁ ବଡ଼ ସଫଳତା। ବିଗତ ୨୪ ଘଣ୍ଟା ମଧ୍ୟରେ ୨୨ଟି ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ଶୂନରେ ପହଞ୍ଚିଛି। ରବିବାର କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ୍ ୧୦୧ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଥିରୁ ୮୦ ପ୍ରତିଶତ ପାଞ୍ଚୋଟି ରାଜ୍ୟରୁ ରହିଛନ୍ତି।

ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ ପ୍ରତିଶତ କେରଳ ଏବଂ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି। ଏହାବାଦ ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ, ଜମ୍ମୁ କଶ୍ମୀରରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ସରକାରଙ୍କ ରିପୋର୍ଟରୁ ଜଣାପଡ଼ିଛି।

ଯେଉଁ ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ମୃତକଙ୍କ ସଂଖ୍ୟା ବିଗତ ୨୪ ଘଣ୍ଟାରେ ଶୂନ ରହିଛି ସେଗୁଡ଼ିକ  ହେଲା ଓଡ଼ିଶା, ଝାଡଖଣ୍ଡ, ଆସାମ, ଗୁଜରାଟ, ଜମ୍ମୁ ଏବଂ କଶ୍ମୀର, ଲଦାଖ, ଆନ୍ଧ୍ର ପ୍ରଦେଶ, ହିମାଚଳ ପ୍ରଦେଶ, ଗୋଆ, ମେଘାଳୟ, ଲାକ୍ଷାଦ୍ୱୀପ, ମଣିପୁର, ଆସାମ, ମିଜୋରାମ, ସିକ୍କିମ୍,ନାଗାଲାଣ୍ଡ, ଆଣ୍ଡାମାନ ନିକୋବାର ଦ୍ୱୀପପୁଞ୍ଜ, ତ୍ରିପୁରା, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ଡାମନ ଡିଓ, ଦାଦ୍ରା ଏବଂ ନଗର।

ଅନ୍ୟପଟେ ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣେ ସହରକୁ ପୁଣିରେ ପୁଣିଥରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। ସହରରେ ରାତି ୧୧ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ସମୟରେ ଜରୁରୀ ସେବାରେ ନିୟୋଜିତ ଗାଡିକୁ ଛାଡିଦେଲେ ଅନ୍ୟ ସମସ୍ତ ଗାଡି ଚଳାଚଳ ବନ୍ଦ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story