ଓମିକ୍ରନକୁ ନେଇ ସାରା ବିଶ୍ୱକୁ ଏମିତି ସତର୍କବାଣୀ ଶୁଣାଇଲା ହୁ’

ଜେନେଭା: ମହାମାରୀ କରୋନାର ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଦିନକୁ ଦିନ ସାଂଘାତିକ ସ୍ଥିତି ସୃଷ୍ଟି କରିବାରେ ଲାଗିଛି। ବିଶେଷ କରି ଦକ୍ଷିଣ କୋରିଆ, ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାର ଅବସ୍ଥା ସବୁଠାରୁ ଭୟଙ୍କର ହୋଇଛି। ଆଗକୁ ଓମିକ୍ରନ ଆହୁରି ସାଂଘାତିକ ସ୍ଥିତି ସୃଷ୍ଟି କରିବ। ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବ। ଅନେକ ଲୋକ ପ୍ରାଣ ମଧ୍ୟ ହରାଇପାରନ୍ତି। ବର୍ତ୍ତମାନ ଓମିକ୍ରନ ଜନିତ ସଂକ୍ରମଣ ଅଭୂତପୂର୍ବ ଢଙ୍ଗରେ ବ୍ୟାପିବାରେ ଲାଗିଛି। ତେଣୁ ବିଶ୍ୱର ସବୁ ରାଷ୍ଟ୍ର […]

Omicron

Omicron

Hemant Lenka
  • Published: Wednesday, 15 December 2021
  • Updated: 15 December 2021, 07:39 AM IST

Sports

Latest News

ଜେନେଭା: ମହାମାରୀ କରୋନାର ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଦିନକୁ ଦିନ ସାଂଘାତିକ ସ୍ଥିତି ସୃଷ୍ଟି କରିବାରେ ଲାଗିଛି। ବିଶେଷ କରି ଦକ୍ଷିଣ କୋରିଆ, ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାର ଅବସ୍ଥା ସବୁଠାରୁ ଭୟଙ୍କର ହୋଇଛି। ଆଗକୁ ଓମିକ୍ରନ ଆହୁରି ସାଂଘାତିକ ସ୍ଥିତି ସୃଷ୍ଟି କରିବ। ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବ।

ଅନେକ ଲୋକ ପ୍ରାଣ ମଧ୍ୟ ହରାଇପାରନ୍ତି। ବର୍ତ୍ତମାନ ଓମିକ୍ରନ ଜନିତ ସଂକ୍ରମଣ ଅଭୂତପୂର୍ବ ଢଙ୍ଗରେ ବ୍ୟାପିବାରେ ଲାଗିଛି। ତେଣୁ ବିଶ୍ୱର ସବୁ ରାଷ୍ଟ୍ର ସଂକ୍ରମଣକୁ ରୋକିବା ସହ ନିଜର ସ୍ୱାସ୍ଥ୍ୟ ସେବା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରନ୍ତୁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) କହିଛି।

ହୁ’ର ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରିୟସ କହିଛନ୍ତି, ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ଠାବ ହୋଇଥିବା ଓମିକ୍ରନ ଭାରିଏଣ୍ଟ ଏବେ ବିଶ୍ୱର ୭୭ଟି ଦେଶରେ ପହଞ୍ଚିଲାଣି। ଏହାବାଦ ଏଯାଏ ଚିହ୍ନଟ ହୋଇ ନଥିବା ଦେଶଗୁଡ଼ିକରେ ମଧ୍ୟ ଓମିକ୍ରନ ରହିଥିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

ଓମିକ୍ରନ ଯେଉଁଭଳି ଭାବେ ବ୍ୟାପୁଛି ପୂର୍ବରୁ କୌଣସି ଭାରିଏଣ୍ଟ ସମୟରେ ଏପରି ଦେଖାଯାଇ ନଥିଲା। ତେଣୁ ସବୁ ଦେଶ ଏଥିପ୍ରତି ସତର୍କ ରହିବା ଦରକାର ବୋଲି ସେ କହିଛନ୍ତି। ଘେବ୍ରିୟସ ବିଭିନ୍ନ ଦେଶ ପକ୍ଷରୁ ଆରମ୍ଭ ହୋଇଥିବା ବୁଷ୍ଟର ଡୋଜ୍‌ ବିରୋଧରେ ମଧ୍ୟ ମତ ରଖିଛନ୍ତି। ବୁଷ୍ଟର ଡୋଜ୍‌ ଦ୍ୱାରା ଧନୀ ଓ ଗରିବ ରାଷ୍ଟ୍ର ମଧ୍ୟରେ ଟିକାକରଣରେ ଥିବା ପାର୍ଥକ୍ୟ ବଢ଼ିବ। ତେଣୁ ସେ ବୁଷ୍ଟର ଡୋଜ୍‌ ଆରମ୍ଭ ନ କରିବାକୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, ଏବେ ସୁଦ୍ଧା ବିଶ୍ୱର ୪୧ରୁ ଅଧିକ ରାଷ୍ଟ୍ରରେ ୧୦% ଲୋକ ବି କରୋନା ଟିକାର ପ୍ରଥମ ଡୋଜ୍‌ ନେଇନାହାନ୍ତି। ହୁ’ କେବେ ହେଲେ ବୁଷ୍ଟର ଡୋଜ୍‌ ବିରୋଧରେ ନାହିଁ। କିନ୍ତୁ ଟିକା ବିତରଣରେ ହେଉଥିବା ଅସମାନତାକୁ ସଂଗଠନ ବିରୋଧ କରୁଛି। ବିଶ୍ୱର ସବୁ ସ୍ଥାନରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ଆମେ ଚାହୁଁଛୁ ବୋଲି ସେ କହିଛନ୍ତି।

ହୁ’ର ବିଶେଷଜ୍ଞ ଆବିଦ ମହମ୍ମଦ କହିଛନ୍ତି, ଏବେ ୟୁରୋପର କିଛି ଦେଶ କରୋନାର ୫ମ ୱେଭକୁ ସମ୍ମୁଖୀନ ହେଉଛନ୍ତି। କିଛି ଦିନ ମଧ୍ୟରେ ଓମିକ୍ରନ ସବୁ ଭାରିଏଣ୍ଟକୁ ପଛରେ ପକାଇ ଡୋମିନାଣ୍ଟ ହୋଇଯିବ। ଏହାର ଅର୍ଥ ଓମିକ୍ରନ ପାଇଁ ସଂକ୍ରମଣ ହୁହୁ ହୋଇ ବଢ଼ିବ ଓ ଅଧିକାଂଶ ଲୋକ ଏହି ଭାରିଏଣ୍ଟ ଦ୍ୱାରା ହିଁ ଆକ୍ରାନ୍ତ ହେବେ। ତେଣୁ ଏହାକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେବା ଦରକାର ବୋଲି ସେ କହିଛନ୍ତି।

ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି ଯେ କରୋନାର ପୂର୍ବ ଭାରିଏଣ୍ଟ ଗୁଡ଼ିକ ତୁଳନାରେ ଓମିକ୍ରନ ବେଶ ସହଜରେ ଟିକା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ମାତ୍‌ ଦେଇପାରୁଛି। ଫାଇଜର ପକ୍ଷରୁ ଜାରି ରିପୋର୍ଟ ଅନୁସାରେ, କରୋନା ଟିକାର ଦୁଇଟି ଡୋଜ୍ ଓମିକ୍ରନ ଭାରିଏଣ୍ଟରୁ ୭୦% ସୁରକ୍ଷା ଦେଉଥିବା ବେଳେ ଡେଲ୍ଟା ବେଳେ ଏହା ୯୩% ଥିଲା।

ତେବେ ଓମିକ୍ରନ ଭାରିଏଣ୍ଟ ଟିକା ନେଇଥିବା ଲୋକଙ୍କୁ ଗୁରୁତର କରିପାରୁନି। ସେମାନେ କରୋନାରେ ଆକ୍ରାନ୍ତ ହେଲେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story