ଭାରତରେ ହୋଇଥାନ୍ତା ୧୯୯୩ ସିରିଜ ବ୍ଲାଷ୍ଟର ପୁନରାବୃତ୍ତି

ନୂଆଦିଲ୍ଲୀ: ଭାରତରେ ୧୯୯୩ ମୁମ୍ବାଇ ସିରିଜ ବ୍ଲାଷ୍ଟ ଭଳି ବିସ୍ଫୋରଣ କରିବାକୁ ହୋଇଥିଲା ଯୋଜନା। କେବଳ ସେତିକି ନୁହେଁ ରେଲୱେ ଟ୍ରାକ୍‌ ଏବଂ ବ୍ରିଜ୍‌ ଉଡାଇବାକୁ ଦିଆଯାଇଥିଲା ଟ୍ରେନିଂ। ଏଭଳି କିଛି ବଡ଼ ଖୁଲାସା ହୋଇଛି ମଙ୍ଗଳବାର ଧରାପଡିଥିବା ୬ ଆତଙ୍କବାଦୀଙ୍କ ଠାରୁ। ପାକିସ୍ତାନର ଆତଙ୍କୀ ମଡ୍ୟୁଲର ଯୋଜନା ପଣ୍ଡା ହେବା ପରେ ଲଗାତର ବଡ଼ ବଡ଼ ଖୁଲାସା ହେବାରେ ଲାଗିଛି। ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ୍‌ରୁ ଜଣାପଡିଛି, ଗିରଫ ଆତଙ୍କବାଦୀଙ୍କୁ ରେଲୱେ ଲାଇନ୍‌ ଏବଂ ବ୍ରିଜ୍‌ […]

Bomb Blast

Bomb Blast

Madhupriya Mistry
  • Published: Thursday, 16 September 2021
  • Updated: 16 September 2021, 02:56 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ୧୯୯୩ ମୁମ୍ବାଇ ସିରିଜ ବ୍ଲାଷ୍ଟ ଭଳି ବିସ୍ଫୋରଣ କରିବାକୁ ହୋଇଥିଲା ଯୋଜନା। କେବଳ ସେତିକି ନୁହେଁ ରେଲୱେ ଟ୍ରାକ୍‌ ଏବଂ ବ୍ରିଜ୍‌ ଉଡାଇବାକୁ ଦିଆଯାଇଥିଲା ଟ୍ରେନିଂ। ଏଭଳି କିଛି ବଡ଼ ଖୁଲାସା ହୋଇଛି ମଙ୍ଗଳବାର ଧରାପଡିଥିବା ୬ ଆତଙ୍କବାଦୀଙ୍କ ଠାରୁ।

ପାକିସ୍ତାନର ଆତଙ୍କୀ ମଡ୍ୟୁଲର ଯୋଜନା ପଣ୍ଡା ହେବା ପରେ ଲଗାତର ବଡ଼ ବଡ଼ ଖୁଲାସା ହେବାରେ ଲାଗିଛି। ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ୍‌ରୁ ଜଣାପଡିଛି, ଗିରଫ ଆତଙ୍କବାଦୀଙ୍କୁ ରେଲୱେ ଲାଇନ୍‌ ଏବଂ ବ୍ରିଜ୍‌ ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଟ୍ରେନିଂ ଦିଆଯାଇଥିଲା। କେବଳ ସେତିକି ନୁହେଁ ଭିଡ ସ୍ଥାନ ମଧ୍ୟ ଏମାନଙ୍କ ଟାର୍ଗେଟରେ ଥିଲା। ଆଉ ଏହି ଟ୍ରେନିଂ ଦେଇଥିଲା ପାକିସ୍ତାନ। ସେପଟେ ଏହି ମାମଲାରେ ସ୍ଲିପର ସେଲ୍‌ର ଭୂମିକା ମଧ୍ୟ ସାମ୍ନାକୁ ଆସିଛି।

ସୂତ୍ରରୁ ଜଣାପଡିଛି ଯେ, ଗିରଫ ୬ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ଆତଙ୍କବାଦୀ ଜଶୀନ ଓ ଓସାମା ତାଲିମ ପାଇଁ ପାକିସ୍ତାନ ଯାଇଥିଲେ, କିନ୍ତୁ ସେମାନଙ୍କ ପାସପୋର୍ଟରେ କୌଣସି ଷ୍ଟାମ୍ପ ନଥିଲା। ଦୁହେଁ ୧୧ଟି ବନ୍ଦର ଦେଇ ସମୁଦ୍ର ମାର୍ଗ ବାଛିଥିଲେ। ଓମାନରୁ ପାକିସ୍ତାନ ଯିବାବେଳେ ସେ ମୋଟର ବୋଟ୍‌କୁ ମଧ୍ୟ ବଦଳାଇ ଦେଇଥିଲେ। ୧୫ ଦିନ ଧରି ପାକିସ୍ତାନରେ ଏମାନଙ୍କୁ ଟ୍ରେନିଂ ଦିଆଯାଇଥିଲା। ଏହାପରେ ଏମାନେ ଭାରତ ଫେରିଥିଲେ।

ଏଥିସହ ତଦନ୍ତରୁ ଆହୁରି ଜଣାପଡିଛି ଯେ ୧୯୯୩ ମସିହାରେ ମୁମ୍ବାଇରେ ଯେଉଁଭଳି ସିରିଜ ବୋମା ବିସ୍ଫୋରଣର ହୋଇଥିଲା ସେହିଭଳି ଭାରତରେ ବଡ ଧରଣର ବିସ୍ଫୋରଣ କରିବାକୁ ପ୍ଲାନିଂ କରିଥିଲେ ଏହି ଆତଙ୍କବାଦୀ।

ଏବେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ଗିରଫ ଆତଙ୍କବାଦୀ ଓସାମାର ସମ୍ପର୍କୀୟ ଦାଦା ହୁମେଦଙ୍କୁ ଖୋଜୁଛି।  ଦେଶ ଛାଡି ଯେପରି ସେ ବିଦେଶକୁ ପଳାୟନ ନକରେ ସେଥିପାଇଁ ତାଙ୍କ ବିରୋଧରେ ଏଲ୍‌ଓସି ମଧ୍ୟ ଜାରି କରାଯିବ ବୋଲ ପୁଲିସ କହିଛି। ସେପଟେ ଓସାମାଙ୍କ ବାପାଙ୍କୁ ମଧ୍ୟ ଦୁବାଇରୁ ଭାରତ ଆଣିବା ପାଇଁ ରେଡ୍‌ କର୍ଣ୍ଣର ନୋଟିସ ସିବିଆଇ ଜରିଆରେ ଜାରି କରାଯିବାକୁ ଯୋଜନ ଚାଲିଛି। ଏହି ତଦନ୍ତ ରେ ୧୨ରୁ ଅଧିକ ରାଜ୍ୟର ଏଟିଏସ୍‌ ଲାଗିଛନ୍ତି। ତଦନ୍ତରେ ବଡ଼ ବଡ଼ ସଂସ୍ଥାର ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି।

ସୂଚନା ମୁତାବକ, ମଙ୍ଗଳବାର ଦିଲ୍ଲୀ ସ୍ପେଶାଲ ପୁଲିସ ସେଲ ୬ ଜଣ ଆତଙ୍କାବଦୀ ଗିରଫ କରିଥିଲା। ଏହି ସବୁ ଆତଙ୍କବାଦୀ ଦିଲ୍ଲୀ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶକୁ ଦୋହଲାଇବାକୁ ଷଡଯନ୍ତ୍ର ରଚିଥିଲେ। ଏମାନେ ସମସ୍ତେ ନବରାତ୍ରୀ ଓ ରାମଲୀଲା ବେଳେ ଭାରତରେ ସିରିଜ୍‌ ହମଲା କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। କିନ୍ତୁ ସେମାନଙ୍କ ଯୋଜନା ଏବେ ଫସର ଫାଟିଛି। ତଥାପି ସମ୍ଭାବ୍ୟ ବିପଦ ଟଳି ନଥିବାରୁ ସୁରକ୍ଷାକର୍ମୀମାନଙ୍କୁ ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି। ସେପଟେ ଗିରଫ ଆତଙ୍କବାଦୀଙ୍କ ଦାଉଦ କନେକ୍ସନ ଥିବା ମଧ୍ୟ ସାମ୍ନାକୁ ଆସିଛି।

https://twitter.com/ANI/status/1438394881731350528?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos