କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର କେଉଁଠି? ଆଫଗାନିସ୍ତାନକୁ ଚିଠି ଲେଖିଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତରେ ଏକାଧିକ ଆତଙ୍କୀ ହମ୍‌ଲାର ମାଷ୍ଟର ମାଇଣ୍ଡ୍, ଜେଇଏମ୍ ମୁଖ୍ୟ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର କେଉଁଠି ? ମାସୁଦ ପାକିସ୍ତାନରେ ଥିବା ନେଇ ଦୀର୍ଘ ଦିନ ଧରି ଭାରତର ବାରମ୍ବାର ଦାବି କରି ଆସୁଛି। ଏ ସଂକ୍ରାନ୍ତରେ ବହୁ ପ୍ରମାଣ ପରେ ବି, ଇସଲାମାବାଦରୁ ଏବେ ଏକ ରୋଚକ ଖବର ସାମ୍ନାକୁ ଆସିଛି ଆତଙ୍କୀ ମାସୁଦ୍ ଆଝାରକୁ ଧରିବାକୁ ଆଫଗାନ୍ ସରକାରଙ୍କୁ ଚିଠି ଲେଖିଛି ପାକିସ୍ତାନ। ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଏଇ ସୂଚନା […]

Masood Azhar

Masood Azhar

Madhupriya Mistry
  • Published: Wednesday, 14 September 2022
  • Updated: 14 September 2022, 11:23 AM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଏକାଧିକ ଆତଙ୍କୀ ହମ୍‌ଲାର ମାଷ୍ଟର ମାଇଣ୍ଡ୍, ଜେଇଏମ୍ ମୁଖ୍ୟ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର କେଉଁଠି ? ମାସୁଦ ପାକିସ୍ତାନରେ ଥିବା ନେଇ ଦୀର୍ଘ ଦିନ ଧରି ଭାରତର ବାରମ୍ବାର ଦାବି କରି ଆସୁଛି। ଏ ସଂକ୍ରାନ୍ତରେ ବହୁ ପ୍ରମାଣ ପରେ ବି, ଇସଲାମାବାଦରୁ ଏବେ ଏକ ରୋଚକ ଖବର ସାମ୍ନାକୁ ଆସିଛି ଆତଙ୍କୀ ମାସୁଦ୍ ଆଝାରକୁ ଧରିବାକୁ ଆଫଗାନ୍ ସରକାରଙ୍କୁ ଚିଠି ଲେଖିଛି ପାକିସ୍ତାନ। ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଏଇ ସୂଚନା ମିଳିଛି।

ତାଲିବାନ୍ କ୍ଷମତାକୁ ଆସିବା ପରଠାରୁ ମାସୁଦ୍ ଆଫଗରନିସ୍ତାନ ପଳାଇଛି। ଏବେ ସେ ଆଫଗାନିସ୍ତାନର ନଙ୍ଗରହର୍ କିମ୍ବା କୁନୁରରେ ଥିବା ଅନୁମାନ କରି ତାକୁ ଠାବ କରି ଗିରଫ ପାଇଁ ଆଫଗାନିସ୍ତାନକୁ କହିଛି ପାକିସ୍ତାନ। କୁହାଯାଉଛି ଅନ୍ତର୍ଜାତୀୟ ସଂସ୍ଥା ଫାଇନାନ୍ସିଆଲ୍ ଆକ୍ସନ ଟାସ୍କଫୋର୍ସ FATF ଗ୍ରେ ଲିଷ୍ଟରୁ ମୁକୁଳିବା ପାଇଁ ପାକିସ୍ତାନ ବାଧ୍ୟ ହୋଇ ଏପରି ଉଦ୍ୟମ କରିଛି। କାରଣ ପାକିସ୍ତାନର ପ୍ରରୋଚନା ଓ ଶରଣରେ ମାସୁଦ୍ ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଥିବାରୁ ଇସ୍ଲାମାବାଦ୍ ବିରୋଧରେ ଏଫ୍ଏଟିଏଫର କଟକଣା ବଳବତ୍ତର ରହିଛି।

ତେଣୁ ଏବେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଚରମ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ଅନ୍ୟ ଉପାୟ ନପାଇ ଏଫ୍ଏଟିଏଫ୍‌ର ଗ୍ରେ ଲିଷ୍ଟରୁ ବର୍ତ୍ତିବାକୁ ଏଭଳି ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି। ଭାରତରେ ସଂସଦ ଭବନ ଆକ୍ରମଣଠୁ ନେଇ, ମୁମ୍ବାଇ ବିସ୍ଫୋରଣ, ପଠାନକୋଟ ଓ ପୁଲୱାମା ଭଳି ଏକାଧିକ ଆତଙ୍କୀ ହମ୍‌ଲାରେ ମାସୁଦର ହାତ ଥିବାର ପ୍ରମାଣ ପୂର୍ବରୁ ପାକିସ୍ତାନକୁ ଦେଇ ସାରିଛି ଭାରତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos