ବାପାଙ୍କୁ ଡାକି ଦେଇ ପୁଅ ଚାଲିଗଲା...

ଲକ୍ଷ୍ନୌ: ବାପା ଜଲ୍‌ଦି ଆସ। ମୁଁ ହସପିଟାଲରେ ଅଛି। ମୁଁ ପଚାରିଲି ପୁଅ କେମିତି ଅଛୁ। ପୁଅ ସେପଟୁ ଉତ୍ତର ଦେଲା ମୁଁ ଠିକ୍‌ ଅଛି। ତୁମେ ଶୀଘ୍ର ଆସ। କିନ୍ତୁ ମୁଁ ଯାଇ ହସପିଟାଲରେ ପହଞ୍ଚିବା ବେଳକୁ ପୁଅ ଆଉ ନଥିଲା। ଦୁଃଖ ଓ ଦରଦ ଭରା କଣ୍ଠରେ ଏହା କହିଛନ୍ତି ଲଭେପ୍ରୀତ ସିଂଙ୍କ ବାପା । ଉତ୍ତରପ୍ରଦେଶର ଲଖିମପୁର ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଚାଷୀଙ୍କ ମଧ୍ୟରେ ଲଭେପ୍ରୀତ ହେଉଛନ୍ତି ଅନ୍ୟତମ। ଲଭେପ୍ରୀତଙ୍କୁ ବୟସ ମାତ୍ର […]

hnb

hnb

Tapas Behera
  • Published: Tuesday, 05 October 2021
  • Updated: 05 October 2021, 05:32 PM IST

ଲକ୍ଷ୍ନୌ: ବାପା ଜଲ୍‌ଦି ଆସ। ମୁଁ ହସପିଟାଲରେ ଅଛି। ମୁଁ ପଚାରିଲି ପୁଅ କେମିତି ଅଛୁ। ପୁଅ ସେପଟୁ ଉତ୍ତର ଦେଲା ମୁଁ ଠିକ୍‌ ଅଛି। ତୁମେ ଶୀଘ୍ର ଆସ। କିନ୍ତୁ ମୁଁ ଯାଇ ହସପିଟାଲରେ ପହଞ୍ଚିବା ବେଳକୁ ପୁଅ ଆଉ ନଥିଲା। ଦୁଃଖ ଓ ଦରଦ ଭରା କଣ୍ଠରେ ଏହା କହିଛନ୍ତି ଲଭେପ୍ରୀତ ସିଂଙ୍କ ବାପା । ଉତ୍ତରପ୍ରଦେଶର ଲଖିମପୁର ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଚାଷୀଙ୍କ ମଧ୍ୟରେ ଲଭେପ୍ରୀତ ହେଉଛନ୍ତି ଅନ୍ୟତମ। ଲଭେପ୍ରୀତଙ୍କୁ ବୟସ ମାତ୍ର ୧୯ ବର୍ଷ। କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗସ୍ତକୁ ବିରୋଧ କରି ଚାଷୀମାନେ ଆନ୍ଦୋଳ କରୁଥିବା ବେଳେ ଅପ୍ରୀତିକର ପରିସ୍ଥିତି ଘଟିଥିଲା।

କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆନ୍ଦୋଳନରତ ଚାଷୀଙ୍କ ଉପରକୁ କାର ମଡ଼ାଇ ଦେବାରୁ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଘଟଣାସ୍ଥଳରେ ସଂଘର୍ଷ ଘଟି କାର ଜାଳି ଦିଆଯାଇଥିଲା। କୃଷକମାନେ ଅଭିଯୋଗ କରିଛନ୍ତି ଯେ, ଉକ୍ତ କାରଟି ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କର।  ୟୁପି ପୁଲିସ ମଧ୍ୟ ଆଶିଷଙ୍କ ବିରୋଧରେ ମାମଲା ଦାୟର କରିଛି। ସେପଟେ ଲଭେପ୍ରୀତଙ୍କ ଶବ ସଂସ୍କାର କରିବାକୁ ମନାକରିଦେଇଥିଲେ ପରିବାର ଲୋକେ। ଆଉ ଥରେ ଶବ ବ୍ୟବଚ୍ଛେଦ ଓ ଏଫ୍‌ଆଇଆର କପି ଦେବାକୁ  ଦାବି କରି ଅଡ଼ିବସିଥିଲେ ପରିବାର ଲୋକେ।

ଶ୍ରୀ ସିଂହ କହିଛନ୍ତି, "ମୋ ପୁଅକୁ ନିର୍ଦ୍ଦୟ ଭାବରେ ମରାଯାଇଛି। ପ୍ରଶାସନ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଲଭେପ୍ରୀତଙ୍କ ଦୁଇ ଭଉଣୀ ଅଛନ୍ତି। ଘରୁ ଗଲା ବେଳେ ଲଭେପ୍ରୀତ କହିଥିଲେ ଯେ, ସେ ଚାଷୀ ଆନ୍ଦୋଳନକୁ ଯାଉଛନ୍ତି। ହେଲେ ସେଠାରେ ତାଙ୍କୁ ନୃଶଂସ ଭାବେ ମାରିଦିଆଗଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ପୁଲିସ ଓ ଚାଷୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ଲେଭେପ୍ରୀତଙ୍କ ମୃତ ଦେହକୁ ରାତି ୩ଟାରେ ସଂସ୍କାର ପାଇଁ ନିଆଯାଇଥିଲା। ଏହି ଘଟଣାର ମଧ୍ୟରେ ବିଜେପି ସାଂସଦ ବରୁଣ ଗାନ୍ଧୀ ଏବଂ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ୱିଟ୍‌ କରି କଡ଼ା ନିନ୍ଦା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story