ବନ୍ଧା ହେଲା ପଟିଆଲା ହିଂସାର ମାଷ୍ଟର ମାଇଣ୍ଡ 

ଚଣ୍ଡିଗଡ: ବନ୍ଧା ହେଲା ପଞ୍ଜାବ ପଟିଆଲା ହିଂସାର ମାଷ୍ଟର ମାଇଣ୍ଡ। ଆଜି ସକାଳ ସାଢ଼େ ୭ଟାରେ ମୋହାଲିରୁ ଏହି ଘଟଣାର ମୁଖ୍ୟ ଅଭିଯକ୍ତ ବରଜିନ୍ଦର ସିଂହଙ୍କୁ ପୁଲିସ ଗିରଫ କରିଛି। କୁହାଯାଉଛି ଯେ, ବରଜିନ୍ଦର ଜଣେ ପେଶାଗତ ଅପରାଧୀ । ପୂର୍ବରୁ ମଧ୍ୟ ତାଙ୍କ ନାମରେ ୪ ଟି ଅପରାଧିକ ମାମଲା ରହିଛି। ସୂଚନା ମୁତାବକ ଏହି ହିଂସା ମାମଲାରେ ପୁଲିସ ମୋଟ ୬ଟି ଅଭିଯୋଗ ଦାଖଲ କରିଛି। ଏଥିରେ ୨୫ ଜଣ ଅଭିଯୁକ୍ତଙ୍କ ନାଁ ରହିଛି। […]

barjinder-singh

barjinder-singh

Madhupriya Mistry
  • Published: Sunday, 01 May 2022
  • Updated: 01 May 2022, 11:40 AM IST

Sports

Latest News

ଚଣ୍ଡିଗଡ: ବନ୍ଧା ହେଲା ପଞ୍ଜାବ ପଟିଆଲା ହିଂସାର ମାଷ୍ଟର ମାଇଣ୍ଡ। ଆଜି ସକାଳ ସାଢ଼େ ୭ଟାରେ ମୋହାଲିରୁ ଏହି ଘଟଣାର ମୁଖ୍ୟ ଅଭିଯକ୍ତ ବରଜିନ୍ଦର ସିଂହଙ୍କୁ ପୁଲିସ ଗିରଫ କରିଛି। କୁହାଯାଉଛି ଯେ, ବରଜିନ୍ଦର ଜଣେ ପେଶାଗତ ଅପରାଧୀ । ପୂର୍ବରୁ ମଧ୍ୟ ତାଙ୍କ ନାମରେ ୪ ଟି ଅପରାଧିକ ମାମଲା ରହିଛି।

ସୂଚନା ମୁତାବକ ଏହି ହିଂସା ମାମଲାରେ ପୁଲିସ ମୋଟ ୬ଟି ଅଭିଯୋଗ ଦାଖଲ କରିଛି। ଏଥିରେ ୨୫ ଜଣ ଅଭିଯୁକ୍ତଙ୍କ ନାଁ ରହିଛି। ଏନେଇ ପୁଲିସ ପକ୍ଷରୁ ହରିଶ ସିଂଗଲା, କୁଲଦୀପ ସିଂ ଓ ଦଲଜୀତ ସିଂଙ୍କୁ ପ୍ରଥମେ ପୁଲିସ ଗିରଫ କରିସାରିଛି। ସେପଟେ ରବିବାର ସକାଳେ ମୋହାଲି ବିମାନବନ୍ଦର ଇନସ୍ପେକ୍ଟର ଶମିନ୍ଦର ସିଂଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ବରଜିନ୍ଦରଙ୍କୁ ଗିରଫ କରିଛି। ସେ ମୁମ୍ବାଇରୁ ଆସି ମୋହାଲି ବିମାନ ବନ୍ଦରରେ ଓହ୍ଲାଉଥିବା ବେଳେ ପୁଲିସ ତାଙ୍କୁ ଧରିବାରେ ସଫଳ ହୋଇଛି।

ବରଜିନ୍ଦର ଜଣେ ପେଶାଗତ ଅପରାଧୀ। ୧୯୮୪ ମସିହାରେ ଜନ୍ମିତ ବରଜିନ୍ଦର ସ୍ନାତୋକ ପାସ କରିବା ପରେ ଦୁଇବର୍ଷ ପାଇଁ ସିଙ୍ଗାପୁର ପଳାଇ ଯାଇଥିଲେ। ସେଠାରୁ ଫେରିବା ପରେ ସେ ଭାରତରେ କିଛି ଅପରାଧୀକ ତତ୍ତ୍ୱଙ୍କ ସହ ମିଶି ଅପରାଧ ଆରମ୍ଭ କରିଦେଇଥିଲା। ଏହାସହ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସର୍ବାଧିକ ଆତଙ୍କବାଦୀ ଗତିବିଧିକୁ ପ୍ରୋତ୍ସାହିତ କରିବା ଭଳି କଣ୍ଟେଣ୍ଟ ପୋଷ୍ଟ କରୁଥିବା ପୁଲିସ କହିଛି। ବରଜିନ୍ଦର ସିଂହ ପରୱାନା ପଞ୍ଜାବର ଶିଖ ଧର୍ମ ନେତାମାନଙ୍କ ମଧ୍ୟରୁ ଜଣେ।, ଯିଏ ଦାମଦାମୀ ଟକସାଲ ରାୟପୁରର ମୁଖ୍ୟ ଅଟନ୍ତି ବୋଲି ସୂଚନା ମିଳିଛି।

ଗତବର୍ଷ ଜୁଲାଇ ୮ ତାରିଖରେ ମୋହାଲି ଠାରେ ପୁଲିସ ତାଙ୍କୁ ଗିରଫ କରିଥିଲା । ଶିବସେନା ନେତା ସୁଧୀର ସୁରୀଙ୍କ ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ସିଖ ଫର୍‌ ଜଷ୍ଟିସର ଆତଙ୍କୀ ଗୁରପତବନ୍ତ ପନ୍ନୁଙ୍କ ବିରୋଧରେ ଶୁକ୍ରବାର ପଟିଆଲାରେ ଖଲିସ୍ତାନୀ ବିରୋଧୀ ଶୋଭାଯାତ୍ରା ବାହାରିଥାଆନ୍ତି। ଏନେଇ ସିଖ ସଙ୍ଗଠନକୁ ସୂଚନା ମିଳିବା ପରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା। ଏହାରି ଭିତରେ ଶିବସେନା ଓ ସିଖ ସଙ୍ଗଠନ ମଧ୍ୟରେ ଜୋରଦାର ଟକ୍କର ହୋଇଥିବା ଦେଖିବାକୁ ମିଳିଥିଲା। ଏହି ହିଂସା ଏତେ ବଢ଼ିଯାଇଥିଲା ଯେ, ପ୍ରଶାସନ ଶେଷରେ ପୂରା ଅଞ୍ଚଳରେ କର୍ଫ୍ୟୁ ଲଗାଇବାକୁ ବାଧ୍ୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos