କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଜାରି ହେଲା ନୂଆ କଟକଣା

ଅମୃତସର: ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ରାଜ୍ୟରେ ନୂଆ କଟକଣା ଲଗାଇଛନ୍ତି। ନୂଆ ନିୟମ ଅନୁଯାୟୀ, ବନ୍ଦ ପ୍ରକୋଷ୍ଠ ଅର୍ଥାତ ଅଡିଟୋରିୟମ କିମ୍ବା ହୋଟେଲ ପରିସରରେ ହେଉଥିବା ସମାବେଶ ଗୁଡ଼ିକରେ ଏଣିକି ୧୦୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ସେହିପରି ଖୋଲା ସ୍ଥାନରେ ହେଉଥିବା ସମାବେଶଗୁଡ଼ିକରେ ୨୦୦ରୁ ଅଧିକ ଲୋକ ଯୋଗଦେଇ ପାରିବେ ନାହିଁ। ମାର୍ଚ୍ଚ ୧ ତାରିଖ ଠାରୁ ରାଜ୍ୟରେ କଡ଼ାକଡ଼ି ଭାବେ ଏହି ନିୟମ […]

punjab

punjab

Hemant Lenka
  • Published: Tuesday, 23 February 2021
  • Updated: 23 February 2021, 08:30 PM IST

Sports

Latest News

ଅମୃତସର: ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ରାଜ୍ୟରେ ନୂଆ କଟକଣା ଲଗାଇଛନ୍ତି। ନୂଆ ନିୟମ ଅନୁଯାୟୀ, ବନ୍ଦ ପ୍ରକୋଷ୍ଠ ଅର୍ଥାତ ଅଡିଟୋରିୟମ କିମ୍ବା ହୋଟେଲ ପରିସରରେ ହେଉଥିବା ସମାବେଶ ଗୁଡ଼ିକରେ ଏଣିକି ୧୦୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ସେହିପରି ଖୋଲା ସ୍ଥାନରେ ହେଉଥିବା ସମାବେଶଗୁଡ଼ିକରେ ୨୦୦ରୁ ଅଧିକ ଲୋକ ଯୋଗଦେଇ ପାରିବେ ନାହିଁ। ମାର୍ଚ୍ଚ ୧ ତାରିଖ ଠାରୁ ରାଜ୍ୟରେ କଡ଼ାକଡ଼ି ଭାବେ ଏହି ନିୟମ ପାଳନ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ କଡ଼ାକଡ଼ି ଭାବେ ମାସ୍କ ପରିଧାନ ଓ ସାମାଜିକ ଦୂରତା ନିୟମ ପାଳନ କରାଯିବ। ସେହିପରି କରୋନା ଟେଷ୍ଟକୁ ମଧ୍ୟ ବୃଦ୍ଧି କରାଯିବ। ଦୈନିକ ୩୦ ହଜାର ଲୋକଙ୍କ ନମୁନା ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ କରୋନା ସ୍ଥିତି ବିଗୁଡ଼ୁଥିବାରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ, ଜିଲ୍ଲା ପ୍ରଶାସନ କରୋନା ହଟସ୍ପଟ ଚିହ୍ନଟ କରି ନିଜ ଇଚ୍ଛାରେ ନାଇଟ କର୍ଫ୍ୟୁ ଓ ଅନ୍ୟାନ୍ୟ କଟକଣା ଲାଗୁ କରିପାରିବେ। ରାଜ୍ୟ ପୁଲିସ୍‌ ବାହାଘର ପାର୍ଟି, ରେଷ୍ଟୁରାଣ୍ଟ ଓ ବିଭିନ୍ନ ସ୍ଥାନରେ କରୋନା କଟକଣା ଠିକ୍‌ ଭାବେ ପାଳନ ହେଉଛି କି ନାହିଁ, ତା’ର ତଦାରଖ କରିବ।

ସିନେମା ହଲରେ ଦର୍ଶକଙ୍କ ସଂଖ୍ୟା କମ ହେବ କି ନାହିଁ, ତା’ର ନିଷ୍ପତ୍ତି ମାର୍ଚ୍ଚ ୧ ପରେ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଘରୋଇ ଅଫିସ ଓ ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ସେମାନଙ୍କ ପାଖରେ କାମ କରୁଥିବା କର୍ମଚାରୀଙ୍କ କରୋନା ଟେଷ୍ଟ କରିବାକୁ କୁହାଯିବ।

ଏପରି କି ସେମାନେ ଅଫିସ ଓ ରେଷ୍ଟୁରାଣ୍ଟ ଆଗରେ ସଦ୍ୟତମ ଟେଷ୍ଟର ରିପୋର୍ଟ ମଧ୍ୟ ମାରିବେ। ଯଦି କେହି କରୋନା ପଜିଟିଭ ଆସୁଛି, ତା’ହେଲେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଥମ ୧୫ ଜଣଙ୍କ ଟେଷ୍ଟ ଏଣିକି ରାଜ୍ୟରେ ବାଧ୍ୟତାମୂଳକ ହେବ ବୋଲି ସେ କହିଛନ୍ତି।

କିଛି ଦିନର ବ୍ୟବଧାନ ପରେ ପଞ୍ଜାବର ଅମୃତସର, ହୋସିଆରପୁର, ଜଲନ୍ଧର, ଲୁଧିଆନା, ପଟିଆଲା, ଏସଏଏସ ନଗର ଓ ଏସବିଏସ୍‌ ନଗରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ରାଜ୍ୟକୁ କରୋନାର ଦ୍ୱିତୀୟ ଲହରୀ ପ୍ରବେଶ କରିବାର ଆଶଙ୍କା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story