ଖେରୀ ହିଂସା ଘଟଣାରେ ନିଜ ଆଡ଼ୁ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖିମପୁର ଖେରୀ ହିଂସା ଘଟଣାରେ ନିଜ ଆଡ଼ୁ ଶୁଣାଣି କରିବେ ସୁପ୍ରିମକୋର୍ଟ। ମାମଲାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଗୁରୁବାର ପ୍ରଧାନ ବିଚାରପତି ଏନଭି ରମଣଙ୍କ ଅଧ୍ୟକ୍ଷତାରେ ମାମଲାର ଶୁଣାଣି ହେବ। ଖେରୀ ହିଂସା ଘଟଣାରେ ପ୍ରାଣ ହରାଇଥିବା ୮ ଜଣଙ୍କୁ ନେଇ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି। ଲଖିମପୁରର ଖେରୀ ହିଂସାରେ ଚାଷୀଙ୍କ ମୃତ୍ୟୁକୁ ନେଇ ରାଜନୀତି  ତେଜିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତିକୁ ବିରୋଧ […]

supreme-court

supreme-court

Tapas Behera
  • Published: Wednesday, 06 October 2021
  • Updated: 06 October 2021, 10:14 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖିମପୁର ଖେରୀ ହିଂସା ଘଟଣାରେ ନିଜ ଆଡ଼ୁ ଶୁଣାଣି କରିବେ ସୁପ୍ରିମକୋର୍ଟ। ମାମଲାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଗୁରୁବାର ପ୍ରଧାନ ବିଚାରପତି ଏନଭି ରମଣଙ୍କ ଅଧ୍ୟକ୍ଷତାରେ ମାମଲାର ଶୁଣାଣି ହେବ। ଖେରୀ ହିଂସା ଘଟଣାରେ ପ୍ରାଣ ହରାଇଥିବା ୮ ଜଣଙ୍କୁ ନେଇ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି। ଲଖିମପୁରର ଖେରୀ ହିଂସାରେ ଚାଷୀଙ୍କ ମୃତ୍ୟୁକୁ ନେଇ ରାଜନୀତି  ତେଜିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତିକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଉପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଗାଡ଼ି ଚଢ଼ାଇଦେବା ଅଭିଯୋଗ ହୋଇଥିଲା। ଏଥିରେ ପ୍ରଥମେ  ଘଟଣାସ୍ଥଳରେ ଦୁଇଜଣ କୃଷକଙ୍କର ମୃତ୍ୟୁ ଘଟି ଥିଲା।

ଏକାଧିକ ଆହତ ହୋଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଥିଲା। ଲଖିମପୁର ଖେରୀର ଟିକୁନିଆରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦଙ୍କ ସହ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁତ୍ର ଆଶିଷ ମିଶ୍ର ତାଙ୍କ ଗାଡ଼ିରେ ଯାଉଥିଲେ।

ସେଠାରେ ଆନ୍ଦୋଳନରତ କୃଷକମାନେ ତାଙ୍କ ଗାଡ଼ି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଳାପତାକା ପ୍ରଦର୍ଶନ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ତାଙ୍କ କାର ଚଢ଼ାଇ ଦେଇଥିଲେ। ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ହିଂସା ଘଟି ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିଲା। ଯେଉଁ ମାମଲା ଦିନକୁ ଦି ଗମ୍ଭୀର ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos