କିଏ ହେବେ ଗୁଜରାଟ ମୁଖ୍ୟମନ୍ତ୍ରୀ? ବଢ଼ିଲା ନୀତିନ ପଟେଲଙ୍କ ସୁରକ୍ଷା

ନୂଆଦିଲ୍ଲୀ: ବିଜୟ ରୁପାଣୀ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜନୈତିକ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । କିଏ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ଧରିବ ଗୁଜରାଟର ମଙ୍ଗ ସେ ନେଇ ଚାଲିଛି ମାନସମନ୍ଥନ। କିଏ ସମ୍ଭାଳିବ ଚୌକି ତାକୁ ନେଇ ଚାଲିଛି ଅଙ୍କକଷା । ମୁଖ୍ୟମନ୍ତ୍ରୀ ରେସରେ ଅନେକ ଦାବିଦାର ଅଛନ୍ତି। କିନ୍ତୁ ଏହି ଲିଷ୍ଟରେ ଏବେ ନୀତିନ ପଟେଲଙ୍କ ନାଁ ସବୁଠୁ ଆଗରେ ରହିଛି । ଗୁଜରାଟରେ ଆଜି ବିଜେପି ବିଧାୟକ […]

Nitin Patel

Nitin Patel

Madhupriya Mistry
  • Published: Sunday, 12 September 2021
  • Updated: 12 September 2021, 02:10 PM IST

ନୂଆଦିଲ୍ଲୀ: ବିଜୟ ରୁପାଣୀ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜନୈତିକ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । କିଏ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ଧରିବ ଗୁଜରାଟର ମଙ୍ଗ ସେ ନେଇ ଚାଲିଛି ମାନସମନ୍ଥନ। କିଏ ସମ୍ଭାଳିବ ଚୌକି ତାକୁ ନେଇ ଚାଲିଛି ଅଙ୍କକଷା । ମୁଖ୍ୟମନ୍ତ୍ରୀ ରେସରେ ଅନେକ ଦାବିଦାର ଅଛନ୍ତି। କିନ୍ତୁ ଏହି ଲିଷ୍ଟରେ ଏବେ ନୀତିନ ପଟେଲଙ୍କ ନାଁ ସବୁଠୁ ଆଗରେ ରହିଛି ।

ଗୁଜରାଟରେ ଆଜି ବିଜେପି ବିଧାୟକ ଦଳ ବୈଠକ ବସିବ। ଏଥିରେ ରାଜ୍ୟର କିଏ ହେବେ ପରବର୍ତୀ ମୁଖ୍ୟମନ୍ତ୍ରୀ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ତେବେ ଏହା ପୂର୍ବରୁ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ତାଙ୍କ ଘରେ ଏକାଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେପଟେ ନୀତିନ ପଟେଲ ମୁଖ୍ୟମନ୍ତ୍ରୀ ପଦକୁ ନେଇ କହିଛନ୍ତି, 'ଏଭଳି ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯିବା ଉଚିତ ଯାହାକୁ ପୂରା ଗୁଜରାଟର ଜନତା ଜାଣିଥିବେ।'

ବିଧାୟକ ଦଳ ବୈଠକ ପୂର୍ବରୁ ନୀତିନ କହିଛନ୍ତି, 'ଦଳ ଜଣେ ଶକ୍ତିଶାଳୀ, ଲୋକପ୍ରିୟ ତଥା ଅଭିଜ୍ଞ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଘରେ ଘରେ ପରିଚିତ ଥିବା ଚେହେରା ଆବଶ୍ୟକ। ବିକାଶମୂଳକ କାର୍ଯ୍ୟକୁ ଯିଏ ଆଗକୁ ବଢ଼ାଇବ ତାକୁ ହିଁ ମୁଖ୍ୟମନ୍ତ୍ରୀ କରିବା ଉଚିତ।'

ସୂଚନା ମୁତାବକ, ନୀତିନ ପଟେଲ ନିଜେ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି। ତାଙ୍କ ବ୍ୟତୀତ ମନସୁଖ ମାଣ୍ଡଭିୟ, ପୁରୁଷୋତ୍ତମ ରୁପାଲଙ୍କ ନାଁ ମଧ୍ୟ ଏହି ରେସ୍‌ରେ ସାମିଲ ଅଛି। ତେବେ ବିଜେପି କିଛି ନୂଆ ନାଁ ମଧ୍ୟ ଘୋଷଣା କରିପାରେ। ମୁଖ୍ୟମନ୍ତ୍ରୀକୁ ନେଇ ବିଜେପି ପୁଣି ଥରେ ସରପ୍ରାଇଜ ଦେଇପାରେ।

୨୦୧୬ ଅଗଷ୍ଟରେ ଆନନ୍ଦୀବେନ୍‌ ପଟେଲ ଇସ୍ତଫା ଦେବା ପରେ ନୀତିନ ପଟେଲ୍‌ ମୁଖ୍ୟମନ୍ତ୍ରୀ ହେବା ନେଇ ଆଲୋଚନା ହେଉଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେପି ସମସ୍ତଙ୍କୁ ଚକିତ କରି ମୁଖ୍ୟମନ୍ତ୍ରୀ ରୂପେ ବିଜୟ ରୁପାଣୀଙ୍କ ନାଁ ଘୋଷଣା କରିଥିଲା। ଏବେ ନୀତିନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସୋସିଆଲ ମିଡିଆରେ ଦାବି ହେଉଛି।

ସେହିପରି ମାଣ୍ଡଭିୟ ପ୍ରଭାବଶାଳୀ ପଟିଦାର ସମ୍ପ୍ରଦାୟର ହୋଇଥିବାରୁ ସେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗଧାଡ଼ିରେ ଥିବା କୁହାଯାଉଛି । ଏହା ବ୍ୟତୀତ ଦାଦ୍ରା ଓ ନଗର ହାଭେଲି ଏବଂ ଡାମନ୍‌ ଓ ଡିଉ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ ଥିବା ପ୍ରଫୁଲ୍ଲ ଖୋଡ଼ା ପଟେଲଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।

ସୂଚନାଯୋଗ୍ୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଗତକାଲି ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି। ସେ ପାଞ୍ଚ ବର୍ଷ ଧରି ବିଜେପିର ମୁଖ୍ୟମନ୍ତ୍ରୀ ଥିଲେ। ତେବେ ରୁପାଣୀ କାହିଁକି ଇସ୍ତଫା ଦେଲେ, ତାହା ଏଯାଏଁ ସ୍ପଷ୍ଟ କରିନାହାନ୍ତି।

ଅନ୍ୟପକ୍ଷରେ ଗତ କିଛି ମାସ ଧରି ବିଜେପି ରାଜ୍ୟଗୁଡ଼ିକରେ ମୁଖ୍ୟମନ୍ତ୍ରୀ ଅଦଳବଦଳ କରୁଛି। ପ୍ରଥମେ ଦୁଇଥର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ବଦଳା ଯାଇଥିଲା। ନିକଟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବିଏସ୍ ୟେଦୁରପ୍ପାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଉତ୍ତରାଖଣ୍ଡର ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପୁଷ୍କର ସିଂହ ଧାମୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos