ସେରମ୍ ପ୍ରସ୍ତୁତ କରୁଛି ଆଉ ଏକ ଟିକା, ଟ୍ୱିଟ୍ କରି ଜଣାଇଲେ ପୁନାଓ୍ୱାଲା

ନୂଆଦିଲ୍ଲୀ: କରୋନାକୁ ମାତ୍ ଦେବା ପାଇଁ ବିଶ୍ୱରେ ବିଭିନ୍ନ ପ୍ରକାରର ଟିକା ତିଆରି ଚାଲିଛି। ଭାରତ ମଧ୍ୟ ଏଯାବତ ଦୁଇଟି ଟିକା କୋଭାକ୍ସିନ ଏବଂ କୋଭିଶିଲ୍ଡ ଅନୁମତି ଦେଇଛି। ଏବେ ଆଉ ଏକ ଟିକା ଆସନ୍ତା ସେପ୍ଟେମ୍ୱର ସୁଦ୍ଧା ଭାରତ ତିଆରି କରିବ ବୋଲି ଜଣାପଡ଼ିଛି। ଦୁନିଆର ସବୁଠୁ ବଡ଼ ଟିକା ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସଆଇଆଇ)ର ସିଇଓ ଅଦର ପୁନାଓ୍ୱାଲା ଟ୍ୱିଟ୍ କରି କହିଛନ୍ତି ସେପ୍ଟେମ୍ୱର ସୁଦ୍ଧା ତାଙ୍କ କମ୍ପାନୀ ଆଉ […]

SII-COVOVAX

SII-COVOVAX

Subhransu Sekhar
  • Published: Saturday, 27 March 2021
  • Updated: 27 March 2021, 05:25 PM IST

Sports

Latest News

ନୂଆଦିଲ୍ଲୀ: କରୋନାକୁ ମାତ୍ ଦେବା ପାଇଁ ବିଶ୍ୱରେ ବିଭିନ୍ନ ପ୍ରକାରର ଟିକା ତିଆରି ଚାଲିଛି। ଭାରତ ମଧ୍ୟ ଏଯାବତ ଦୁଇଟି ଟିକା କୋଭାକ୍ସିନ ଏବଂ କୋଭିଶିଲ୍ଡ ଅନୁମତି ଦେଇଛି। ଏବେ ଆଉ ଏକ ଟିକା ଆସନ୍ତା ସେପ୍ଟେମ୍ୱର ସୁଦ୍ଧା ଭାରତ ତିଆରି କରିବ ବୋଲି ଜଣାପଡ଼ିଛି। ଦୁନିଆର ସବୁଠୁ ବଡ଼ ଟିକା ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସଆଇଆଇ)ର ସିଇଓ ଅଦର ପୁନାଓ୍ୱାଲା ଟ୍ୱିଟ୍ କରି କହିଛନ୍ତି ସେପ୍ଟେମ୍ୱର ସୁଦ୍ଧା ତାଙ୍କ କମ୍ପାନୀ ଆଉ ଏକ ଟିକା ତିଆରି କରିପାରେ। ଏହି ଟିକାର ନାମ 'କୋଭୋଭାକ୍ସ' ରହିଛି। ଏବେ ଏହି ଟିକାର ଟ୍ରାଏଲ ଆରମ୍ଭ ହୋଇଯାଇଛି।

ସେରମ୍ ଏହି ଟିକା ତିଆରି କରିବା ପାଇଁ ଆମେରିକାର ଟିକା ନିର୍ମାତା ନୋଭାଭାକ୍ସ ସହିତ ହାତ ମିଳାଇଛି। ଆଫ୍ରିକା ଏବଂ ବ୍ରିଟେନରୁ ଆସିଥିବା କୋଭିଡର ନୂଆ ଭେରିଆଣ୍ଟ ଯେଉଁମାନଙ୍କ ପାଖରେ ରହିଛି ସେମାନଙ୍କ ଶରୀରରେ ଟ୍ରାଏଲ ହୋଇଛି ଏହି କୋଭୋଭାକ୍ସ। ଆଉ ଏହା ୮୯ ପ୍ରତିଶତ ପ୍ରଭାବୀ ରହିଥିବା ଜଣାପଡ଼ିଛି। ସେରମ୍ ନୋଭାଭାକ୍ସ ସହିତ ମିଶି ପାଖାପାଖି ୨୦ କୋଟି ଟିକା ତିଆରି କରିବ ବୋଲି ଜଣାପଡ଼ିଛି। ଏବେ ସେରମ୍ ଯେଉଁ କୋଭିଶିଲ୍ଡ ଟିକା ତିଆରି କରିଛି ସେଥିରେ ବ୍ରିଟେନର ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟର ଭାଗିଦାରୀ ରହିଛି।

ସୂଚନାଯୋଗ୍ୟ, କରୋନା ବିରୋଧରେ ଲଢ଼େଇ ପାଇଁ ଭାରତ ସରକାର ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ କରିଛନ୍ତି। ଏବେ ଟିକାକରଣକୁ ଜୋରଦାର କରିବା ଉପରେ ସମସ୍ତ ସରକାର ଗୁରୁତ୍ୱ ଦେଉଛନ୍ତି। ଖାଲି ଭାରତର ଲୋକ ନୁହନ୍ତି ଅନ୍ୟ ଦେଶର ଲୋକଙ୍କ ପାଇଁ ମଧ୍ୟ କେନ୍ଦ୍ର ସରକାର ଟିକା ରପ୍ତାନୀ କରୁଛନ୍ତି। ସାରା ବିଶ୍ୱର ଅନେକ ଦେଶରେ ଭାରତର ଟିକା ବ୍ୟବହାର ହେଉଥିବା ଜଣାପଡ଼ିଛି। ତେବେ ଭାରତରେ ଦୁଇଟି ଟିକା ନେଲେ କୋଭିଡ ଟିକାକରଣ ଶେଷ ହେଉଛି। ହେଲେ ଅନ୍ୟ ଦେଶର ଯାତ୍ରୀମାନେ ଏକାଧିକ ଟିକା ନେଉଥିବା ଜଣାପଡ଼ିଛି।

ସେରମ ଦ୍ୱାରା ପ୍ରସ୍ତୁତ କୋଭିଶି୍ଲଡକୁ ଜରୁରୀକାଳୀନ ଟିକା ଭାବରେ ବ୍ୟବହାର ପାଇଁ ଅନୁମତି ଦେଇଥିବା ବେଳେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡକୁ ମଧ୍ୟ ସମାନ ଅନୁମତି ମିଳିଛି। ଏଯାବତ ଦେଶରେ ୫.୬୯ଟି କରୋନା ଡୋଜ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story