ସହିଦଙ୍କ ପରିବାର ଲୋକଙ୍କୁ ଭେଟିଲେ, ସରକାରୀ ଚାକିରୀର ପ୍ରତିଶ୍ରୁତି ଦେଲେ ଶାହ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୨ ବର୍ଷ ପରେ ପ୍ରଥମଥର ପାଇଁ ଶ୍ରୀନଗରରେ ପହଞ୍ଚିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ଗୋଟିଏ ପଟେ କଶ୍ମୀରରେ ଆତଙ୍କୀ ହମଲା ଚାଲିଥିବା ବେଳେ ଅନ୍ୟପଟେ ଶାହଙ୍କ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି। ଆଜି ପ୍ରଥମ ଦିନରେ ଶାହ ଆତଙ୍କୀଙ୍କ ଗୁଳିରେ ସହିଦ ହୋଇଥିବା ଜମ୍ମୁ-କଶ୍ମୀର ପୁଲିସ୍‌ ଇନସପେକ୍ଟର ପରବେଜ ଅହମଦ ଦାରଙ୍କ […]

amit-shah

amit-shah

Hemant Lenka
  • Published: Saturday, 23 October 2021
  • Updated: 23 October 2021, 01:19 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୨ ବର୍ଷ ପରେ ପ୍ରଥମଥର ପାଇଁ ଶ୍ରୀନଗରରେ ପହଞ୍ଚିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ଗୋଟିଏ ପଟେ କଶ୍ମୀରରେ ଆତଙ୍କୀ ହମଲା ଚାଲିଥିବା ବେଳେ ଅନ୍ୟପଟେ ଶାହଙ୍କ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି।

ଆଜି ପ୍ରଥମ ଦିନରେ ଶାହ ଆତଙ୍କୀଙ୍କ ଗୁଳିରେ ସହିଦ ହୋଇଥିବା ଜମ୍ମୁ-କଶ୍ମୀର ପୁଲିସ୍‌ ଇନସପେକ୍ଟର ପରବେଜ ଅହମଦ ଦାରଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଜୁନ୍‌ ମାସରେ ୨ ଜଣ ଆତଙ୍କବାଦୀ ଦାରଙ୍କୁ ଗୁଳି କରିଥିଲେ। ଦାର ଶ୍ରୀନଗରର ମେଙ୍ଗନୱାଜି ନୱଗାମ ଠାରେ ପ୍ରାର୍ଥନା କରିବାକୁ ଯାଉଥିବା ବେଳେ ଆତଙ୍କୀ ହମଲାର ଶିକାର ହୋଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆଜି ଶାହ ତାଙ୍କ ପତ୍ନୀ, ୧୩ ବର୍ଷୀୟ ଝିଅ ଓ ୧୦ ବର୍ଷର ପୁଅଙ୍କୁ ଶ୍ରୀନଗରରେ ଭେଟିଛନ୍ତି। ଏହି ସମୟରେ ପରବେଜଙ୍କ ପତ୍ନୀଙ୍କୁ ସରକାରୀ ଚାକିରୀ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରୀ ଶାହ ଭେଟଘାଟ ବେଳର ଫଟୋ ଟ୍ୱିଟ କରି କହିଛନ୍ତି, “ଜମ୍ମୁ-କଶ୍ମୀର ପୁଲିସ୍‌ର ସହିଦ ଯବାନ ପରବେଜ ଅହମଦ ଦାରଙ୍କ ଘରକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି।

ମୁଁ ଓ ପୂରା ଦେଶ ତାଙ୍କ ବାହାଦୂରୀ ପାଇଁ ଗର୍ବିତ। ତାଙ୍କ ପରିବାର ଲୋକଙ୍କୁ ଭେଟିଲି ଓ ତାଙ୍କ ପତ୍ନୀଙ୍କୁ ସରକାରୀ ଚାକିରୀ ଦିଆଯିବ। ମୋଦିଜୀ ଯେଉଁ ନୂଆ ଜମ୍ମୁ-କଶ୍ମୀରର ପରିକଳ୍ପନା କରିଛନ୍ତି, ତା’କୁ ସାକାର କରିବା ପାଇଁ ଜମ୍ମୁ-କଶ୍ମୀର ପୁଲିସ୍‌ ପୂରା ପ୍ରସ୍ତୁତ ହୋଇ କାମ କରୁଛି।”

ସହିଦ ପରବେଜଙ୍କ ଘରେ ପ୍ରାୟ ୨୦ ମିନିଟ ରହିବା ପରେ ଶ୍ରୀ ଶାହ ସିଧା ରାଜଭବନରେ ପହଞ୍ଚିଥିଲେ। ପରିବାର ଲୋକଙ୍କୁ ଭେଟିବା ବେଳେ ଶାହଙ୍କ ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଉପସ୍ଥିତ ରହିଥିଲେ। ସେଠାରୁ ବାହାରି ଶ୍ରୀ ଶାହ ୧୧.୫୫ରେ ରାଜଭବନରେ ପହଞ୍ଚିବା ପରେ ୧୨.୩୦ରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଜମ୍ମୁ-କଶ୍ମୀରର ସୁରକ୍ଷା ବ୍ୟବସ୍ଥାର ସେ ସମୀକ୍ଷା କରିବା ସହ ପରିବର୍ତ୍ତୀ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story