କଂଗ୍ରେସ ସଭାପତି ରେସ୍‌ରେ ଶଶି ଥରୁର!

ନୂଆଦିଲ୍ଲୀ: କିଏ ହେବ କଂଗ୍ରେସର ନୂଆ ମୁଖିଆ? କାହା ହାତରେ ରହିବ ଦେଶର ସର୍ବପୁରାତନ ଦଳର ଦାୟିତ୍ୱ? ଏଥର ଜଣେ ଅଣ-ଗାନ୍ଧି ହେବେ କି ଦଳର ସଭାପତି? ଏନେଇ କଂଗ୍ରେସର ଶୀର୍ଷ ସ୍ତରରେ ବିତର୍କ ଚାଲିଛି। ଏପରିକି ସିଡବ୍ଲୁସି ବୈଠକରେ ଆଲୋଚନା ବି ହୋଇଛି। ଭୋଟିଂ ସହ ଅକ୍ଟୋବର ୧୯ରେ ଜଣାପଡିବ କାହାକୁ ଦଳର ଶୀର୍ଷ ଦାୟିତ୍ୱ ମିଳୁଛି। ଏହାରି ଭିତରେ ଅନେକ ବରିଷ୍ଠ ନେତାଙ୍କ ନାଁ ସାମ୍ନାକୁ ଆସିଛି। ଆଉ ଏହି ରେସ୍‌ରେ ବରିଷ୍ଠ କଂଗ୍ରେସ […]

shashi-tharoor

shashi-tharoor

Madhupriya Mistry
  • Published: Tuesday, 30 August 2022
  • Updated: 30 August 2022, 12:41 PM IST

Sports

Latest News

ନୂଆଦିଲ୍ଲୀ: କିଏ ହେବ କଂଗ୍ରେସର ନୂଆ ମୁଖିଆ? କାହା ହାତରେ ରହିବ ଦେଶର ସର୍ବପୁରାତନ ଦଳର ଦାୟିତ୍ୱ? ଏଥର ଜଣେ ଅଣ-ଗାନ୍ଧି ହେବେ କି ଦଳର ସଭାପତି? ଏନେଇ କଂଗ୍ରେସର ଶୀର୍ଷ ସ୍ତରରେ ବିତର୍କ ଚାଲିଛି। ଏପରିକି ସିଡବ୍ଲୁସି ବୈଠକରେ ଆଲୋଚନା ବି ହୋଇଛି। ଭୋଟିଂ ସହ ଅକ୍ଟୋବର ୧୯ରେ ଜଣାପଡିବ କାହାକୁ ଦଳର ଶୀର୍ଷ ଦାୟିତ୍ୱ ମିଳୁଛି। ଏହାରି ଭିତରେ ଅନେକ ବରିଷ୍ଠ ନେତାଙ୍କ ନାଁ ସାମ୍ନାକୁ ଆସିଛି। ଆଉ ଏହି ରେସ୍‌ରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ବି ସାମିଲ ହୋଇପାରନ୍ତି।

କଂଗ୍ରେସର ବରିଷ୍ଠ ନେତା ତଥା ତିରୁବନ୍ତପୁରର ସାଂସଦ ଶଶି ଥରୁର କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି। ଶୀଘ୍ର ସେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନା ନାହିଁ ତାହା ଉପରେ ନିଷ୍ପତ୍ତି ନେବେ।

କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ କ୍ୟାମେରା ଆଗରେ କିଛି କହିବାକୁ ମନା କରିଥିବା ବେଳେ ଥରୁର କିନ୍ତୁ ଏକ ଆର୍ଟିକିଲ ଲେଖିଛନ୍ତି। ଏଥିରେ ସେ "ମୁକ୍ତ ଏବଂ ନିରପେକ୍ଷ" ନିର୍ବାଚନ ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଆର୍ଟିକିଲରେ ସେ କହିଛନ୍ତି ଯେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ର ଏକ ଡଜନ ଆସନ ପାଇଁ ମଧ୍ୟ ଦଳ ନିର୍ବାଚନ ଘୋଷଣା କରିବା ଉଚିତ୍।

https://twitter.com/ANI/status/1564477506274480128?s=20&t=aeU2TWbM5VFcusp0mLZPOA

କଂଗ୍ରେସର ଜି-୨୩ ନେତାଙ୍କ ମଧ୍ୟରେ ସାମିଲ ଥିବା ଥରୁର ଲଗାତର ଦଳରେ ସାଂଗଠନିକ ପରିବର୍ତ୍ତନ ପାଇଁ ଦାବି କରିଆସୁଛନ୍ତି।ଏହି ଆର୍ଟିକିଲରେ ଥରୁର ଲେଖିଛନ୍ତି ଯେ ସିଡବ୍ଲ୍ୟୁସି ସଦସ୍ୟ ପଦ ପାଇଁ ମଧ୍ୟ ଦଳ ଆଦର୍ଶ ଭାବେ ନିର୍ବାଚନ ଘୋଷଣା କରିବା ଉଚିତ୍। ଥରୁର କହିଛନ୍ତି ଯେ ଦଳର ଏହି ପ୍ରମୁଖ ପଦବୀରେ କିଏ ନେତୃତ୍ୱ ନେବେ ତାହା ବାଛିବା ପାଇଁ AICC ଏବଂ PCC ସଦସ୍ୟଙ୍କୁ ଅନୁମତି ଦିଆଯିବା ଉଚିତ।

ଦଳର ବର୍ତ୍ତମାନର ପରିସ୍ଥିତି, ସଙ୍କଟ ଏବଂ ଜାତୀୟ ମାହୋଲକୁ ଦୃଷ୍ଟିରେ ରଖି ଯିଏ ନୂଆ ସଭାପତି ହେବେ ତାଙ୍କୁ ଦଳର କର୍ମୀଙ୍କୁ ସକ୍ରିୟ କରିବା ଏବଂ ଭୋଟରଙ୍କୁ ଆକର୍ଷିତ କରିବା ଭଳି ଯୁଗ୍ମ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିବ। ନୂଆ ମୁଖିଆଙ୍କୁ କେବଳ ଦଳର ସମସ୍ୟାର ସମାଧାନ ପାଇଁ କାମ କରିବାକୁ ପଡ଼ିବ ନାହିଁ, ବରଂ ଭାରତ ପାଇଁ ଏକ ଭିଜନ ମଧ୍ୟ ଦେବାକୁ ପଡ଼ିବ। କଂଗ୍ରେସ ସଭାପତି ପଦ ପାଇଁ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଜରିଆରେ ଏହି ଚ୍ୟାଲେଞ୍ଜଗୁଡ଼ିକୁ ସହଜରେ ସମାଧାନ କରିହେବ ବୋଲି ଶଶି ଥରୁର କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସଭାପତି କରିବାକୁ ହାଇକମାଣ୍ଡ ସୋନିଆ ଗାନ୍ଧି ଆଗ୍ରହୀ। ଏପରିକି ଗେହଲଟଙ୍କୁ ସଭାପତି ହେବାକୁ ସୋନିଆ କହିଥିବା ଚର୍ଚ୍ଚା ହେଉଛି। ତେବେ ଗେହଲଟ କିନ୍ତୁ ଆଗ୍ରହୀ ନୁହନ୍ତି। ତାଙ୍କ ଇଚ୍ଛା ରାହୁଲ ଗାନ୍ଧି ପୁଣି ଥରେ ସଭାପତି ହୁଅନ୍ତୁ। ସେ ହିଁ କଂଗ୍ରେସର ଉତ୍ଥାନ କରିପାରିବେ। କେବଳ ଗେହଲଟ କାହିଁକି ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ରାହୁଲଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି। କିନ୍ତୁ ରାହୁଲ ମୁଖିଆ ନହେବାକୁ ଜିଦ୍‌ ଧରି ବସିଛନ୍ତି। ଏଥିପାଇଁ ଏଥର ଜଣେ ଅଣ-ଗାନ୍ଧି ନେତା ସଭାପତି ହେବା ଏକ ପ୍ରକାରର ନିଶ୍ଚିତ।

ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ହେବ। ସେପ୍ଟେମ୍ବର ୨୨ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯିବ। ଏଥିସହିତ ୨୪ ସେପ୍ଟେମ୍ବରରୁ ୩୦ସେପ୍ଟେମ୍ବର ପର୍ଯ୍ୟନ୍ତ ସଭାପତି ପଦ ପାଇଁ ନାମାଙ୍କନ ହେବ। ଅକ୍ଟୋବର ୧୯ରେ କଂଗ୍ରେସ ସଭାପତି ନିର୍ବାଚନର ଫଳାଫଳ ଘୋଷଣା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story