୨୨ ତାରିଖରେ ମହାପଞ୍ଚାୟତ ଡାକିଲା ସଂଯୁକ୍ତ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ସତ୍ତ୍ୱେ ସରକାରଙ୍କ ବିରୋଧରେ ମହାପଞ୍ଚାୟତ ଅୟୋଜନ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା। ଏଥିସହ ଯୋଜନା ଅନୁସାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜୋରଦାର ବିକ୍ଷୋଭ କରିବାକୁ ମଧ୍ୟ ମୋର୍ଚ୍ଚା ପକ୍ଷରୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୨ ତାରିଖରେ ମୋର୍ଚ୍ଚା ପକ୍ଷରୁ ଲକ୍ଷ୍ନୌରେ ମହାପଞ୍ଚାୟତ ଡକାଯାଇଛି। ଏହାକୁ ସଫଳ କରିବା ପାଇଁ ସମସ୍ତ ଆନ୍ଦୋଳନରତ ଚାଷୀମାନେ ଏକାଠି ହେବାକୁ ମୋର୍ଚ୍ଚା କହିଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। […]

Kishan

Kishan

Hemant Lenka
  • Published: Saturday, 20 November 2021
  • Updated: 20 November 2021, 08:20 PM IST

Sports

Latest News

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ସତ୍ତ୍ୱେ ସରକାରଙ୍କ ବିରୋଧରେ ମହାପଞ୍ଚାୟତ ଅୟୋଜନ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା। ଏଥିସହ ଯୋଜନା ଅନୁସାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜୋରଦାର ବିକ୍ଷୋଭ କରିବାକୁ ମଧ୍ୟ ମୋର୍ଚ୍ଚା ପକ୍ଷରୁ ନିଷ୍ପତ୍ତି ହୋଇଛି।

ଆସନ୍ତା ୨୨ ତାରିଖରେ ମୋର୍ଚ୍ଚା ପକ୍ଷରୁ ଲକ୍ଷ୍ନୌରେ ମହାପଞ୍ଚାୟତ ଡକାଯାଇଛି। ଏହାକୁ ସଫଳ କରିବା ପାଇଁ ସମସ୍ତ ଆନ୍ଦୋଳନରତ ଚାଷୀମାନେ ଏକାଠି ହେବାକୁ ମୋର୍ଚ୍ଚା କହିଛି।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ କ୍ଷମା ମାଗିବା ସହ ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି କହିଥିଲେ। ଏଥିସହ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ ଅନୁରୋଧ କରିଥିଲେ। କିନ୍ତୁ ଚାଷୀମାନେ ସଂସଦରେ ଆଇନକୁ ପ୍ରତ୍ୟାହାର କରିବା ପାଇଁ ପ୍ରକ୍ରିୟା ଶେଷ ନ ହେବା ଯାଏ ଆନ୍ଦୋଳନ ବନ୍ଦ ହେବ ନି ବୋଲି କହିଛନ୍ତି।

ଆଜି ୪୦ଟି ଚାଷୀ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଗୋଟିଏ ବିବୃତି ଜାରି କରିଛି। ଏଥିରେ କୁହାଯାଇଛି ଯେ ଭାରତ ସରକାର ଚାଷୀଙ୍କ ସବୁ ଅଧିକାର ପୂରଣ କରିବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ। ପୂର୍ବରୁ ଘୋଷଣା ହୋଇଥିବା ସବୁ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଚାଷୀଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚା ନିବେଦନ କରୁଛି।

ନଭେମ୍ବର ୨୨ରେ ଅନୁଷ୍ଠିତ ଲକ୍ଷ୍ନୌ କିଷାନ ମହାପଞ୍ଚାୟତକୁ ସମସ୍ତେ ମିଳିତ ଭାବେ ସଫଳ କରିବେ। କୃଷି ଆଇନ ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ନଭେମ୍ବର ୨୬ରେ ବର୍ଷେ ପୂରିବାକୁ ଯାଉଛି। ଯୋଜନା ମୁତାବକ ଆନ୍ଦୋଳନର ପ୍ରଥମ ବର୍ଷପୂର୍ତ୍ତିରେ ବିଶାଳ ବିକ୍ଷୋଭ ହେବ। ସମସ୍ତ ଆନ୍ଦୋଳନ ସ୍ଥଳରେ ବିପୁଳ ସଂଖ୍ୟାରେ ଚାଷୀମାନେ ଭାଗ ନେବାକୁ ମୋର୍ଚ୍ଚା କହିଛି।

ଟୋଲ ପ୍ଲାଜଗୁଡ଼ିକ ପୂର୍ବ ଭଳି ଦେୟମୁକ୍ତ ରହିବ। ସେହିପରି ନଭେମ୍ବର ୨୯ରେ ସଂସଦ ଅଭିମୁଖେ ଯୋଜନା କରାଯାଇଥିବା ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହେବ। ଦିଲ୍ଲୀ ଠାରୁ ଦୂରରେ ଥିବା ରାଜ୍ୟର ସହରର ଗୁଡ଼ିକରେ ମଧ୍ୟ ନଭେମ୍ବର ୨୬ରେ ଟ୍ରାକ୍ଟର ଓ ବଳଦ ଗାଡ଼ି ନେଇ ରାଲି କରାଯିବ। ସବୁ ରାଜ୍ୟର ରାଜଧାନୀରେ ଚାଷୀମାନଙ୍କୁ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ କିଷାନ ମୋର୍ଚ୍ଚା କହିଛି।

ଶୁକ୍ରବାର ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଆଇନ ପ୍ରତ୍ୟାହାର ପାଇଁ ନେଇଥିବା ନିଷ୍ପତ୍ତିକୁ ସ୍ୱାଗତ କରାଯାଇଥିଲା। ତେବେ ଏମଏସ୍‌ପିର ଆଇନଗତ ମାନ୍ୟତା ଓ ଅନ୍ୟାନ୍ୟ ଦାବି ସରକାରଙ୍କ ନିକଟରେ ପଡ଼ି ରହିଥିବା କହିଥିଲା। ଆସନ୍ତାକାଲି ମୋର୍ଚ୍ଚା ପକ୍ଷରୁ ଦିଲ୍ଲୀର ସିଙ୍ଘୁ ସୀମାରେ ଆଉ ଗୋଟିଏ ବୈଠକ ବସିବ। ଏଥିରେ ଚାଷୀଙ୍କ ପରବର୍ତ୍ତୀ ପଦକ୍ଷେପ ବିଷୟରେ ନିଷ୍ପତ୍ତି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story