୩ ଘଣ୍ଟାର ଜେରା ପରେ ବାହାରିଲେ ସୋନିଆ, ପୁଣି ୨୫ରେ ହାଜର ହେବେ

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଫସିଥିବା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ପ୍ରଥମଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରାର ସମ୍ମୁଖୀନ ହୋଇଛନ୍ତି। ଇଡିର ଅଧିକାରୀମାନେ ତାଙ୍କୁ ପ୍ରାୟ ୩ ଘଣ୍ଟା ଧରି ବିଭିନ୍ନ ପ୍ରକାରର ପ୍ରଶ୍ନ କରିଥିଲେ। ସୋନିଆ ଇଡି ଅଫିସରେ ଜେରା ହେଉଥିବା ବେଳେ ବାହାରେ କଂଗ୍ରେସ କର୍ମୀମାନେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଇଡି ଅଫିସ ଭିତରେ ମା’ଙ୍କୁ ଅପେକ୍ଷା […]

sonia

sonia

Hemant Lenka
  • Published: Thursday, 21 July 2022
  • Updated: 21 July 2022, 04:16 PM IST

Sports

Latest News

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଫସିଥିବା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ପ୍ରଥମଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରାର ସମ୍ମୁଖୀନ ହୋଇଛନ୍ତି। ଇଡିର ଅଧିକାରୀମାନେ ତାଙ୍କୁ ପ୍ରାୟ ୩ ଘଣ୍ଟା ଧରି ବିଭିନ୍ନ ପ୍ରକାରର ପ୍ରଶ୍ନ କରିଥିଲେ। ସୋନିଆ ଇଡି ଅଫିସରେ ଜେରା ହେଉଥିବା ବେଳେ ବାହାରେ କଂଗ୍ରେସ କର୍ମୀମାନେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଇଡି ଅଫିସ ଭିତରେ ମା’ଙ୍କୁ ଅପେକ୍ଷା କରି ରହିଥିଲେ। ଜେରା ଶେଷ ହେବା ପରେ ପ୍ରିୟଙ୍କାଙ୍କ ସହ ସୋନିଆ ଘରକୁ ଫେରିଛନ୍ତି। ତେବେ ତାଙ୍କୁ ଇଡି ଆଉ ଥରେ ଜେରା କରିବ। ଏଥିପାଇଁ ତାଙ୍କୁ ୨୫ ତାରିଖରେ ପୁଣି ହାଜର ହେବାକୁ ନୋଟିସ କରାଯାଇଥିବା ଜଣାପଡ଼ିଛି।

ଏହାପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଇଡି କ୍ରମାଗତ ଭାବେ ୫ ଦିନ ଧରି ୫୦ ଘଣ୍ଟା ପାଇଁ କରିଥିଲା। ଆଜି ସୋନିଆ ଇଡି ଅଫିସରେ ହାଜର ହେବା ପରେ ତାଙ୍କୁ ୫ ଜଣ ଅଧିକାରୀ ପଚରାଉଚରା କରିବା ଆରମ୍ଭ କରିଥିଲେ। ସୋନିଆ ନିକଟରେ କରୋନାରୁ ସୁସ୍ଥ ହୋଇଥିବାରୁ ଆଜି ଜେରା ବେଳେ ବେଶ ସତର୍କତା ଅବଲମ୍ବନ କରାଯାଇଥିଲା।

ତାଙ୍କୁ ପଚରାଉଚରା କରୁଥିବା ଅଧିକାରୀମାନେ କୋଭିଡ ପ୍ରୋଟକଲ ଅନୁପାଳନ କରିଥିଲେ। ସେହିପରି ସମସ୍ତେ କରୋନା ଟେଷ୍ଟ ମଧ୍ୟ କରିଥିଲେ। ନେଗେଟିଭ ରିପୋର୍ଟ ମିଳିବା ପରେ ଅଧିକାରୀମାନେ ସୋନିଆଙ୍କୁ ଜେରା କରିଥିଲେ।

ସୋନିଆ ଗାନ୍ଧିଙ୍କ ପାଇଁ ଇଡି ପକ୍ଷରୁ ପ୍ରାୟ ୫୦ଟି ପ୍ରଶ୍ନ ପ୍ରସ୍ତୁତ କରାଯାଇଥିଲା। ଆଡିସନାଲ ନିର୍ଦ୍ଦେଶକ ପାହ୍ୟାର ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ତାଙ୍କୁ ଜେରା କରାଯାଇଥିଲା। ମଧ୍ୟାହ୍ନ ପରେ ହିଁ ସୋନିଆ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କ ସହ ରାହୁଲ ଓ ପ୍ରିୟଙ୍କା ମଧ୍ୟ କାରରେ ରହିଥିଲେ। ଅଫିସ ଭିତରୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସୋନିଆଙ୍କ ସହ ଯିବାକୁ ଅନୁମତି ମିଳିଥିଲା।

ହେଲେ ସୋନିଆଙ୍କ ଜେରା କରାଯାଉଥିବା ରୁମରୁ ପ୍ରିୟଙ୍କାଙ୍କୁ ଯଥେଷ୍ଟ ଦୂରରେ ରଖାଯାଇଥିଲା। ଜେରା ବେଳେ ସୋନିଆ ଅସୁସ୍ଥ ହେବାର ଆଶଙ୍କା ଥିବାରୁ ଇଡି ପକ୍ଷରୁ ପ୍ରିୟଙ୍କାଙ୍କୁ କାର୍ଯ୍ୟାଳୟ ଭିତରକୁ ଛଡ଼ା ଯାଇଥିଲା।

ଅନ୍ୟପକ୍ଷରେ କଂଗ୍ରେସ କର୍ମୀମାନେ ସୋନିଆଙ୍କ ଜେରାକୁ ବିରୋଧ କରି ଦେଶବ୍ୟାପି ଆନ୍ଦୋଳନ କରିଛନ୍ତି। ଦିଲ୍ଲୀ କଂଗ୍ରେସ କର୍ମୀ ଓ ପୁଲିସ୍ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। କିଛି ସ୍ଥାନରେ କଂଗ୍ରେସ କର୍ମୀମାନେ ଟ୍ରେନ ଅଟକାଇବା ସହ କାର ମଧ୍ୟ ଜାଳିଥିବା ଖବର ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story