ବେଲ୍‌ର ଦୁଇ ଦିନ ପରେ ପୁଣି ଗିରଫ ହେଲେ ବିଜେପି ବିଧାୟକ

ହାଇଦ୍ରାବାଦ: ପୁଣି ବନ୍ଧା ହେଲେ ବିଜେପି ବିଧାୟକ ଟି.ରାଜା ସିଂହ। ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିବା ତାଙ୍କୁ ମହଙ୍ଗା ପଡିଛି। ବିଜେପିରୁ ନିଲମ୍ବିତ ବିଧାୟକଙ୍କୁ ଜାମିନ ମିଳିବା ପରେ ଲୋକେ ତାଙ୍କୁ ଜୋରଦାର ବିରୋଧ କରିଛନ୍ତି। ଏହାକୁ ନେଇ ହାଇଦ୍ରାବାଦରେ ଜୋରଦାର ହଙ୍ଗାମା ଆରମ୍ଭ ହୋଇଯାଇଛି। ଏଣୁ ତାଙ୍କୁ ପୁଲିସ ଆଜି ପୁଣି ଗିରଫ କରିଛି। ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି। ନିଲମ୍ବିତ ବିଧାୟକଙ୍କୁ ଚଞ୍ଚୁଲାଗୁଡା ଜେଲ୍‌କୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି […]

t-raja

t-raja

Madhupriya Mistry
  • Published: Thursday, 25 August 2022
  • Updated: 25 August 2022, 07:18 PM IST

Sports

Latest News

ହାଇଦ୍ରାବାଦ: ପୁଣି ବନ୍ଧା ହେଲେ ବିଜେପି ବିଧାୟକ ଟି.ରାଜା ସିଂହ। ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିବା ତାଙ୍କୁ ମହଙ୍ଗା ପଡିଛି। ବିଜେପିରୁ ନିଲମ୍ବିତ ବିଧାୟକଙ୍କୁ ଜାମିନ ମିଳିବା ପରେ ଲୋକେ ତାଙ୍କୁ ଜୋରଦାର ବିରୋଧ କରିଛନ୍ତି। ଏହାକୁ ନେଇ ହାଇଦ୍ରାବାଦରେ ଜୋରଦାର ହଙ୍ଗାମା ଆରମ୍ଭ ହୋଇଯାଇଛି। ଏଣୁ ତାଙ୍କୁ ପୁଲିସ ଆଜି ପୁଣି ଗିରଫ କରିଛି। ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି।

ନିଲମ୍ବିତ ବିଧାୟକଙ୍କୁ ଚଞ୍ଚୁଲାଗୁଡା ଜେଲ୍‌କୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ମଧ୍ୟ ଚାଲିଥିବା ସୂଚନା ମିଳିଛି। ମାର୍ଚ୍ଚ ଓ ଏପ୍ରିଲରେ ଟି.ରାଜାଙ୍କ ବିରୋଧରେ ଏକ ମାମଲା ରୁଜୁଚ ହୋଇଥିଲା। ସେହି ମାମଲାକୁ ଆଧାର କରି ତାଙ୍କୁ ଆଜି ଗିରଫ କରାଯାଇଛି। ପ୍ରଫେଟ ମହମ୍ମଦ ବିବାଦ ସହ ଏହି କେସ୍‌ର କୌଣସି ସମ୍ପର୍କ ନଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି। ଅନ୍ୟପଟେ ହାଇଦ୍ରାବାଦ ପୁଲିସ ରାଜା ସିଂ ଜାମିନକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

ଏହା ପୂର୍ବରୁ ମଙ୍ଗଳବାର ଦିନ ଟି.ରାଜା ସିଂହଙ୍କୁ ପୁଲିସ ଗିରଫ କରିଥିଲା। ପରେ ସନ୍ଧ୍ୟାରେ ତାଙ୍କୁ କୋର୍ଟରୁ ଜାମିନ ମିଳିଥିଲା। ଜାମିନ ମିଳିବା ପରେ ହାଇଦ୍ରାବାଦରେ ବିବାଦ ଅଧିକ ବଢ଼ିବାକୁ ଲାଗିଥିଲା। ଜାମିନ ବିରୋଧରେ ଲୋକେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାରି ଭିତରେ ରାଜା ସିଂଙ୍କ ଆଇନଜୀବୀଙ୍କୁ ଫୋନ କରି କିଛି ଦୁର୍ବୃତ୍ତ ଜୀବନରୁ ମାରିବାଦେବା ପାଇଁ ମଧ୍ୟ ଧମକ ଦେଇଥିଲେ।

ରାଜା ସିଂହଙ୍କୁ ଜାମିନ ମିଳିବା ପରେ ବୁଧବାର ରାତିରେ ହଜାର ହଜାର ସଂଖ୍ୟାରେ ମୁସଲମାନ ରାସ୍ତାକୁ ଓହ୍ଲାଇ ଆସିଥିଲେ। ମୁଣ୍ଡରୁ ଗଣ୍ଡି ଅଲଗା କରିଦେବାକୁ ନାରାବାଜୀ ଦେବା ସହ ବିକ୍ଷୋଭ କରିଥିଲେ। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠିଚାର୍ଜ ମଧ୍ୟ କରିଥିଲା।

ଉଲ୍ଲେଖଯୋଗ୍ୟ, ବିଧାୟକ ରାଜା ସିଂହ ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓକୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ କେସିଆର୍‌ ଜଣେ ନାସ୍ତିକ। ସେ ଭଗବାନରେ ବିଶ୍ୱାସ ରଖନ୍ତି ନାହିଁ। ଏଥିପାଇଁ ମୁନୱର ଫାରୁକିଙ୍କୁ ଶୋ' କରିବା ପାଇଁ ଡାକିଛନ୍ତି। ତାଙ୍କୁ ସୁରକ୍ଷା ଦିଆଯାଉଛି କିନ୍ତୁ ରାମ ଭକ୍ତଙ୍କୁ ଲାଠି ଚାର୍ଜ କରାଯାଉଛି। ମୋ ଗିରଫଦାରୀ ଏକ ଷଡଯନ୍ତ୍ର ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos