ରାଗିଗଲେ ଶଶି ଥରୁର, କହିଲେ ମୁଁ ଲଣ୍ଡନ ଯାଇ ୧୦ ଦିନ ସଙ୍ଗରୋଧରେ ରହିପାରିବିନି

ନୂଆଦିଲ୍ଲୀ: ରାଗିଗଲେ କଂଗ୍ରେସ ସାଂସଦ ଶଶି ଥରୁର। ୟୁକେର କ୍ୱାରେଣ୍ଟାଇନ୍‌ ପଲିସିକୁ ନେଇ ପ୍ରଶ୍ନ ଉଠାଇବା ସହ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି । ସେ କହିଛନ୍ତି ୟୁକେର କ୍ୱାରେଣ୍ଟାଇନ୍‌ ପଲିସି ଅବୁଝା ଏବଂ ଏହା ଅତ୍ୟନ୍ତ ଡବଲ ଷ୍ଟଣ୍ଡାର୍ଡ଼। ପୂର୍ବରୁ ଶଶି ଥରୁର ତାଙ୍କ ୟୁକେ ଯାତ୍ରାକୁ ବାତିଲ କରି ଦେଇଛନ୍ତି।  ସୂଚନା ଅନୁଯାୟୀ, ଭାରତୀୟଙ୍କୁ ନେଇ ୟୁକେ ସରକାର ଏକ ଅଜବ ନିୟମ କରିଛନ୍ତି। ଯେଉଁ ଭାରତୀୟମାନେ ସିରମ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା (ଭାରତରେ) ପ୍ରସ୍ତୁତ […]

sashi

sashi

Tapas Behera
  • Published: Tuesday, 21 September 2021
  • Updated: 21 September 2021, 04:28 PM IST

Sports

Latest News

ନୂଆଦିଲ୍ଲୀ: ରାଗିଗଲେ କଂଗ୍ରେସ ସାଂସଦ ଶଶି ଥରୁର। ୟୁକେର କ୍ୱାରେଣ୍ଟାଇନ୍‌ ପଲିସିକୁ ନେଇ ପ୍ରଶ୍ନ ଉଠାଇବା ସହ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି । ସେ କହିଛନ୍ତି ୟୁକେର କ୍ୱାରେଣ୍ଟାଇନ୍‌ ପଲିସି ଅବୁଝା ଏବଂ ଏହା ଅତ୍ୟନ୍ତ ଡବଲ ଷ୍ଟଣ୍ଡାର୍ଡ଼। ପୂର୍ବରୁ ଶଶି ଥରୁର ତାଙ୍କ ୟୁକେ ଯାତ୍ରାକୁ ବାତିଲ କରି ଦେଇଛନ୍ତି।  ସୂଚନା ଅନୁଯାୟୀ, ଭାରତୀୟଙ୍କୁ ନେଇ ୟୁକେ ସରକାର ଏକ ଅଜବ ନିୟମ କରିଛନ୍ତି। ଯେଉଁ ଭାରତୀୟମାନେ ସିରମ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା (ଭାରତରେ) ପ୍ରସ୍ତୁତ କୋଭାସିଲଡ୍‌ ଭ୍ୟାକ୍ସିନର ଦୁଇଟି ଯାକ ଡୋଜ୍‌ ନେଇଥିବେ ସେମାନଙ୍କୁ ଟିକାପ୍ରାପ୍ତ ବୋଲି ବିବେବେଚନା କରାଯିବ ନାହିଁ। ତେଣୁ ୟୁକେ ଯାତ୍ରାକୁ ଥିବା ଭାରତୀୟମାନଙ୍କୁ ସେଠାରେ ୧୦ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ବାଧ୍ୟତା ମୂଳକ କରାଯାଇଛି।

ଏନେଇ ଶଶି ଥରୁର୍‌ ପ୍ରଶ୍ନ ଉଠାଇବା ସହ  କୌଣସି ଦେଶକୁ ଯାଇ ୧୦ ଦିନ କ୍ୱାରେଣ୍ଟାଇନ୍‌ରେ ବସିବାକୁ ମୋର ସମୟ ନାହିଁ। ତେଣୁ ମୁଁ ମୋର ଯାତ୍ରା ବାତିଲ କରିଛି ବୋଲି ମଙ୍ଗଳବାର ଶଶି ଥରୁର କହିଛନ୍ତି। ତେବେ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେଇଛନ୍ତି। ଏନେଇ ମଙ୍ଗଳବାର କେନ୍ଦ୍ର ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି।

ସେଥିରେ କୁହାଯାଇଛି ଯେ, ଭାରତୀୟଙ୍କ ବିରୋଧରେ ବ୍ରିଟେନର କ୍ୱାରେଣ୍ଟାଇନ୍‌ ନିୟମ ଅତ୍ୟନ୍ତ ବିଭେଦକାରୀ । ଭାରତୀୟଙ୍କ ସ୍ୱାସ୍ଥ୍ୟକୁ ନଜରକୁ ରଖି ଏହି ଭ୍ୟାକ୍ସିନ ତିଆରି ହୋଇଛି। ତେବେ ୟୁକେର ନିଷ୍ପତି ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, ୟୁକେରେ ଏକ ବହି ଉନ୍ମୋଚନ ଡିବେଟ କାର୍ଯ୍ୟକ୍ରମରେ  ଶଶି ଥରୁର ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos