ଅଜଣା ସୂତ୍ରରୁ ବିଜେଡି ପାଇଛି ୫୦. ୫ କୋଟି, ଶୀର୍ଷରେ ଟିଆରଏସ୍‌

ହାଇଦ୍ରାବାଦ: ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ସକ୍ରିୟ ଥିବା ଆଞ୍ଚଳିକ ରାଜନୀତିକ ଦଳଗୁଡ଼ିକ ମୋଟା ଅଙ୍କର ଅର୍ଥ ଅଜଣା ସୂତ୍ରରୁ ପାଇଛନ୍ତି। ୨୦୧୯-୨୦ରେ ବିଜେଡି, ଟିଆରଏସ୍‌, ଟିଡିପି ଓ ୱାଇଏସ୍‌ଆର କଂଗ୍ରେସ ସେମାନଙ୍କ ମୋଟ ଆୟରୁ ଅଧିକାଂଶ ଅର୍ଥ ଅଜଣା ସୂତ୍ରରୁ ପାଇଥିବା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ(ଏଡିଆର) ରିପୋର୍ଟ ଦେଇଛି। ଏଡିଆର ତା’ ରିପୋର୍ଟରେ କହିଛି ଯେ ଦେଶରେ ଥିବା ଆଞ୍ଚଳିକ ଦଳଗୁଡ଼ିକ ୨୦୧୯-୨୦ରେ ଅଜଣା ସୂତ୍ରରୁ ମୋଟ ୪୫୫ କୋଟି ଟଙ୍କା ପାଇଛନ୍ତି। […]

TRS

TRS

Hemant Lenka
  • Published: Friday, 12 November 2021
  • Updated: 12 November 2021, 08:34 PM IST

Sports

Latest News

ହାଇଦ୍ରାବାଦ: ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ସକ୍ରିୟ ଥିବା ଆଞ୍ଚଳିକ ରାଜନୀତିକ ଦଳଗୁଡ଼ିକ ମୋଟା ଅଙ୍କର ଅର୍ଥ ଅଜଣା ସୂତ୍ରରୁ ପାଇଛନ୍ତି। ୨୦୧୯-୨୦ରେ ବିଜେଡି, ଟିଆରଏସ୍‌, ଟିଡିପି ଓ ୱାଇଏସ୍‌ଆର କଂଗ୍ରେସ ସେମାନଙ୍କ ମୋଟ ଆୟରୁ ଅଧିକାଂଶ ଅର୍ଥ ଅଜଣା ସୂତ୍ରରୁ ପାଇଥିବା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ(ଏଡିଆର) ରିପୋର୍ଟ ଦେଇଛି।

ଏଡିଆର ତା’ ରିପୋର୍ଟରେ କହିଛି ଯେ ଦେଶରେ ଥିବା ଆଞ୍ଚଳିକ ଦଳଗୁଡ଼ିକ ୨୦୧୯-୨୦ରେ ଅଜଣା ସୂତ୍ରରୁ ମୋଟ ୪୫୫ କୋଟି ଟଙ୍କା ପାଇଛନ୍ତି। ଏହା ସେମାନଙ୍କ ମୋଟ ଆୟର ୫୫%। ୨୦୧୯-୨୦ ଆର୍ଥିକ ବର୍ଷରେ ୨୫ଟି ଆଞ୍ଚଳିକ ଦଳର ମୋଟ ଆୟ ୮୦୩ କୋଟି ରହିଛି।

ଅଜଣା ସୂତ୍ରରୁ ତେଲେଙ୍ଗାନାରେ କ୍ଷମତାସୀନ ଟିଆରଏସ୍‌ ସର୍ବାଧିକ ୮୯ କୋଟି ଟଙ୍କା ପାଇଥିବା ବେଳେ ଟିଡିପି ୮୧.୬ କୋଟି ଟଙ୍କା ପାଇଛି। ଆନ୍ଧ୍ର ପ୍ରଦେଶରେ ଥିବା ଜଗନ ମୋହନ ରେଡ୍ଡୀଙ୍କ ୱାଇଆରଏସ୍ କଂଗ୍ରେସ ୭୪.୭ କୋଟି ଏବଂ ଓଡ଼ିଶାରେ କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ବିଜେଡି ୫୦.୫ କୋଟି ଟଙ୍କା ପାଇଛି। ସେହିପରି ତାମିଲନାଡୁରେ କ୍ଷମତାରେ ଥିବା ଏମକେ ଷ୍ଟାଲିନଙ୍କ ଡିଏମକେ ଅଜଣା ସୂତ୍ରରୁ ୪୫.୫ କୋଟି ଟଙ୍କା ହାସଲ କରିଛି।

ଆଞ୍ଚଳିକ ଦଳ ଗୁଡ଼ିକର ଆୟକର ରିଟର୍ଣ୍ଣ ଓ ନିର୍ବାଚନ କମିଶନଙ୍କ ପାଖରେ ସେମାନେ ଦାଖଲ କରୁଥିବା ଡୋନେସନ ତଥ୍ୟକୁ ବିଶ୍ଲେଷଣ କରି ଏଡିଆର ଏପରି ତଥ୍ୟ ହାସଲ କରିଛି। ବର୍ତ୍ତମାନର ନିୟମ ଅନୁଯାୟୀ, ରାଜନୀତିକ ଦଳଗୁଡ଼ିକ ୨୦ ହଜାର ଟଙ୍କାରୁ କମ ଅର୍ଥ ଦାନ କରୁଥିବା ଲୋକ କିମ୍ବା ଅନୁଷ୍ଠାନର ନାଁ ସାର୍ବଜନୀନ ନକଲେ ଚଳିବ। ଏହାର ଅର୍ଥ ଦଳୀୟ ପାଣ୍ଠିକୁ କେଉଁଠୁ ଅର୍ଥ ଆସୁଛି, ସେକଥା ସାର୍ବଜନୀନ କରିବାକୁ ସେମାନେ ବାଧ୍ୟ ନୁହନ୍ତି। ତେଣୁ ଦଳର ଆକାଉଣ୍ଟକୁ ଆସୁଥିବା ମୋଟା ଅଙ୍କର ଅର୍ଥ ଅଜଣା ସୂତ୍ରରୁ ଆସିଥିବା କୁହାଯାଉଛି।

ଏଡିଆର କହିଛି, ୫୩ଟି ଆଞ୍ଚଳିକ ଦଳ ମଧ୍ୟରୁ କେବଳ ୨୮ଟି ପାର୍ଟି ସେମାନଙ୍କର ଉଭୟ ବାର୍ଷିକ ଅଡିଟ ରିପୋର୍ଟ ଓ ଯୋଗଦାନ ରିପୋର୍ଟ ଦାଖଲ କରିଛନ୍ତି। ୧୬ଟି ଦଳ ଏହି ଦୁଇ ରିପୋର୍ଟ ମଧ୍ୟରୁ କେବଳ ଯେକୌଣସି ଗୋଟିଏ ରିପୋର୍ଟ ଦାଖଲ କରିଛନ୍ତି। ସେହିପରି ୯ଟି ରାଜନୀତିକ ଦଳ କୌଣସି ରିପୋର୍ଟ ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story