ଲକ୍ଷ୍ନୌ: ସାଙ୍ଗ ସାଜିଲା ସୈତାନ। ୨ କୋଟି ଟଙ୍କା ପାଇଁ ନିଜ ସାଙ୍ଗକୁ ଅପହରଣ ପରେ ହତ୍ୟା କରି ଅନ୍ତିମ ସଂସ୍କାର କରିଦେଲା ଖୁନୀ ସାଙ୍ଗ। କୋଭିଡରେ ମୃତ୍ୟୁ ହୋଇଛି କହି ଖସି ଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି ଅଭିଯୁକ୍ତ। ଏଭଳି ଘଟଣା ଘଟିଛି ୟୁପିର ଆଗ୍ରାରେ।
ପୁଲିସ କହିଛି ୨୩ ବର୍ଷୀୟ ଯୁବକକୁ ଅପହରଣ କରିଥିଲା ତାଙ୍କ ସାଙ୍ଗ ସଚିନ ଚୌହ୍ୱାନ। ୨ କୋଟି ଟଙ୍କା ଆଦାୟ କରିବା ପାଇଁ ସଚିନ ତାର ସାଙ୍ଗକୁ ଅପହରଣ କରିଥିଲା। ଅପହରଣର ଶିକାର ହୋଇଥିବା ଯୁବକର ବାପା ଜଣେ ଶୀତଳ ଭଣ୍ଡାର ବ୍ୟବସାୟୀ। ତେଣୁ କିଛି ଟଙ୍କା ଆଦାୟ କରିବାକୁ ଯାଇ ଅଭିଯୁକ୍ତ ଏବଂ ତାର ଚାରି ସହଯୋଗୀ ସଚିନଙ୍କୁ ଅପହରଣ କରିଥିଲେ ବୋଲି ପୁଲିସ କହିଛି।
ଜୁନ୍ ୨୧ରୁ ସଚିନ ନିଖୋଜ ଥିଲେ। ପୁଅ ନିଖୋଜ ନେଇ ଥାନାରେ ଏତଲା ଦେଇଥିଲେ ସଚିନଙ୍କ ପରିବାର ଲୋକେ। ଏଥିସହ ସଚିନଙ୍କ ଫୋନକୁ ମଧ୍ୟ କଲ୍ କରିଥିଲେ ତାଙ୍କ ମା'। ହେଲେ କେହି ଫୋନ୍ ଉଠାଇନଥିଲେ। ହେଲେ ମଦ ନିଶାରେ ସଚିନକୁ ଅପହରଣ କରିଥିବା ତାଙ୍କ ସାଙ୍ଗ ହଠାତ୍ ମଦ ନିଶାରେ ଫୋନ୍ ଉଠାଇ ଦେଇଥିଲେ। ଆଉ କହିଥିଲେ ସେ ଫୋନରେ କଥା ହୋଇପାରିବେନି। ଏହାପରେ ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା। ଆଉ ସେହି ଜୁନ ୨୧ ତାରିଖ ଦିନ ଅପହରଣକାରୀ ସଚିନଙ୍କ ମୁହଁକୁ ଲାମିନେସନ ପେପରରେ ଗୋଡ଼ାଇ ଦେଇଥିଲେ। ପରେ ସଚିନ ଅଣ ନିଶ୍ୱାସୀ ହୋଇ ଆଖି ବୁଜିଥିଲେ ବୋଲି ପୁଲିସ କହିଛି।
ତେବେ କୋଭିଡ ସମୟରେ ପିପିଇ କିଟ୍ ପିନ୍ଧି ଅନ୍ତିମ ସଂସ୍କାର କରିଦେଲେ ଜଣାପଡ଼ିବନି ବୋଲି ଅପହରଣକାରୀ ଚିନ୍ତା କରିଥିଲେ। ଆଉ ଯୋଜନା ଅନୁଯାୟୀ ସମାନ ଢ଼ଙ୍ଗରେ ଅନ୍ତିମ ସଂସ୍କାର କରିଥିଲେ ଅପହରଣକାରୀ। ତେବେ ପୁଲିସ ୫ ଜଣଙ୍କୁ ଅଟକ ରଖି ଜେରା କରିବା ପରେ ସମସ୍ତ ସତ ବଖାଣିଛନ୍ତି। ଏହାପରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଆଗ୍ରା ଜିଲ୍ଲାର ଏସପି ମୁନିରାଜ ଜି ପ୍ରେସ କନଫେରନସ କରି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।