ପ୍ରବଳ ହଙ୍ଗାମା: ବିଜେପି କହିଲା- ପଶ୍ଚିମବଙ୍ଗକୁ ନର୍ଥ କୋରିଆ କରି ସାରିଲେଣି ଦିଦି

କୋଲକାତା: ପଶ୍ଚିମବଙ୍ଗରେ ପ୍ରବଳ ହଙ୍ଗାମା। ପୁଣି ଥରେ ଟିଏମ୍‌ସି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ପୁଣିଥରେ ରାସ୍ତାକୁ ଓହ୍ଲାଇଛନ୍ତି। ରାଜ୍ୟ ବିଜେପି ନିଜର ବରିଷ୍ଠ ନେତାଙ୍କ ନେତୃତ୍ୱରେ ଆରମ୍ଭ କରିଛି ‘ନବାନ୍ନ ଅଭିଯାନ’। ଏଥିରେ ବିଜେପିର ସମସ୍ତ ନେତା ମନ୍ତ୍ରୀ କର୍ମୀ ଯୋଗ ଦେଇ ନବାନ୍ନ ଯାଏଁ ପଦଯାତ୍ରା କରିଛନ୍ତି। ତେବେ ଅଧା ବାଟରେ ବିଜେପି କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ୪ ବଜେପି ନେତାଙ୍କୁ ପୁଲିସ […]

car set on fire

car set on fire

Madhupriya Mistry
  • Published: Tuesday, 13 September 2022
  • Updated: 13 September 2022, 05:13 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗରେ ପ୍ରବଳ ହଙ୍ଗାମା। ପୁଣି ଥରେ ଟିଏମ୍‌ସି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ପୁଣିଥରେ ରାସ୍ତାକୁ ଓହ୍ଲାଇଛନ୍ତି। ରାଜ୍ୟ ବିଜେପି ନିଜର ବରିଷ୍ଠ ନେତାଙ୍କ ନେତୃତ୍ୱରେ ଆରମ୍ଭ କରିଛି 'ନବାନ୍ନ ଅଭିଯାନ'। ଏଥିରେ ବିଜେପିର ସମସ୍ତ ନେତା ମନ୍ତ୍ରୀ କର୍ମୀ ଯୋଗ ଦେଇ ନବାନ୍ନ ଯାଏଁ ପଦଯାତ୍ରା କରିଛନ୍ତି। ତେବେ ଅଧା ବାଟରେ ବିଜେପି କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ୪ ବଜେପି ନେତାଙ୍କୁ ପୁଲିସ ଅଟକ ରଖିଛି। ଏଥସହ ଅନେକ କର୍ମୀଙ୍କୁ ଗିରଫ କରାଯାଇଛି।

ହାୱାଡାରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ନବାନ୍ନ(ସଚିବାଳୟ) ଆଡକୁ ଯାଉଥିବା ବେଳେ ତାଙ୍କୁ ପୁଲିସ ଅଟକାଇଛି। ତେବେ ଶୁଭେନ୍ଦୁ ଏହା ବିରୋଧରେ କୋର୍ଟ ଯିବେ ବୋଲି ଧମକ ଦେଇଛନ୍ତି। ଏଥିସହ ଲେଡି କିଙ୍ଗ ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ ନର୍ଥ କୋରିଆ କରିସାରିଲେଣି। ପୁଲିସ କେବଳ ମମତା ବାନାର୍ଜୀ ପାଇଁ କାମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

https://twitter.com/ANI/status/1569589187669815296?s=20&t=hBpHZZ-0w1JRDA_mJ8hzgw

ତୃଣମୂଳ କଂଗ୍ରେସ ସରକାର ଦୁର୍ନୀତି କରୁଥିବା ଅଭିଯୋଗ କରି ପଶ୍ଚିମବଙ୍ଗ ବିଜେପି ପ୍ରତିବାଦ ପଦଯାତ୍ରା ଆରମ୍ଭ କରିଛି। ପଦଯାତ୍ରାରେ ଯୋଗ ଦେବା ପାଇଁ ପାନଗଡ଼ ଷ୍ଟେସନ୍‌ରେ ଟ୍ରେନ ଚଢ଼ିବା ପୂର୍ବରୁ ୪ଜଣ କର୍ମୀଙ୍କୁ ଗିରଫ କରାଯାଇଥିବା କଥା ଅନ୍ୟ ବିଜେପି କର୍ମୀ ଓ ସମର୍ଥକମାନେ କହିଛନ୍ତି।  ପ୍ରତି ଷ୍ଟେସନ୍‌ରେ ପଶି ପୁଲିସ ବାଛି ବାଛି ବିଜେପି କର୍ମୀ ଓ ସମର୍ଥକମାନଙ୍କୁ ଗିରଫ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ବିଜେପି ‘ନବାନ୍ନ ଅଭିଯାନ’ରେ ଯୋଗ ଦେବା ପାଇଁ ଅସଂଖ୍ୟ ‘ବିଜେପି’କର୍ମୀ ଟ୍ରେନ୍‌ ଯୋଗେ କୋଲ୍‌କାତା ଅଭିମୁଖେ ଆସୁଥିବାରୁ ରାଜ୍ୟ ପୁଲିସ ରେଳ ଷ୍ଟେସନ୍‌କୁ ପଡ଼ିଥିବା ରାସ୍ତାରେ ବାରିକେଡ୍‌ ବସାଇଛି। ଏହାରି ଭିତରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି। ବିଜେପି କର୍ମୀଙ୍କୁ ଅଟକାଇବା ପାଇଁ ପୁଲିସ ଲୁହ ବୁହା ଗ୍ୟାସ୍‌ ଓ ପାଣି ମାଡ ମଧ୍ୟ କରିଛି।

ସେହିପରି, ‘ନବାନ୍ନ ଅଭିଯାନ’ରେ ଯୋଗ ଦେବାକୁ କୋଲକାତା ଯିବା ପାଇଁ ବାହାରିଥିବା ‘ବିଜେପି’ କର୍ମୀଙ୍କର ରାଣୀଗଞ୍ଜ ରେଳ ଷ୍ଟେସନ୍‌ ବାହାରେ ସଂଘର୍ଷ ଘଟିବା ପରେ ପୁଲିସ ସେମାନଙ୍କୁ ହାଜତକୁ ନେଇଛି।

ଆଜି ହେବାକୁ ଥିବା ‘ନବାନ୍ନ ଅଭିଯାନ’ରେ (ସଚିବାଳୟ ଚାଲ) ଯୋଗ ଦେବା ଲାଗି ପଶ୍ଚିମବଙ୍ଗର ବିଭିନ୍ନ ପ୍ରାନ୍ତରୁ କର୍ମୀ ଓ ସମର୍ଥକମାନଙ୍କୁ ଆଣିବା ଲାଗି ‘ବିଜେପି’ ୭ଟି ଟ୍ରେନ୍‌ ରିଜର୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ପୁଲସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା। ବିଜେପି କର୍ମୀଙ୍କୁ ଅଟକାଇବା ପଇଁ କୋଲକାତା ସରକାର ଅନ୍ୟ ରାଜ୍ୟରୁ ପୁଲିସ ଡକାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos