ଭୁଲ୍‌ ସ୍ପେଲିଂ ପାଇଁ ଦଳିତ ଛାତ୍ରକୁ ପିଟି ମାରିଦେଲେ ଶିକ୍ଷକ!

ଲକ୍ଷ୍ନୌ: ଭୁଲ୍‌ ସ୍ପେଲିଂ ଲେଖିବାରୁ ମିଳିଲା ଦଣ୍ଡ। ନିର୍ମମ ଭାବେ ୧୦ମ ଶ୍ରେଣୀ ଛାତ୍ରଙ୍କୁ ପିଟିଲେ ଶିକ୍ଷକ। ଶିକ୍ଷକ ମାଡରେ ଗୁରୁତର ହୋଇ ଶେଷରେ ଆଖିବୁଜିଲା ୧୫ ବର୍ଷର ଦଳିତ ଛାତ୍ର। ଏଭଳି ଏକ ଅଘଟଣ ଘଟିଛି ଉତ୍ତରପ୍ରଦେଶର ଓରେୟା ଜିଲ୍ଲାରେ। ଉକ୍ତ ୧୫ ବର୍ଷର ଦଳିତ ଛାତ୍ରଙ୍କୁ ସ୍କୁଲ ଶିକ୍ଷକ ଅଶ୍ୱିନୀ ସିଂହ ସେପ୍ଟେମ୍ବର ୭ ତାରିଖରେ ମାଡ ମାରିଥିଲେ। କାରଣ ସେ ସ୍କୁଲର ସାମାଜିକ ବିଜ୍ଞାନ ପରୀକ୍ଷାରେ ସ୍ପେଲିଂ ଭୁଲ୍‌ ଲେଖିଥିଲା। ମାଡ ଖାଇବା […]

Violance

Violance

Madhupriya Mistry
  • Published: Tuesday, 27 September 2022
  • Updated: 27 September 2022, 10:32 AM IST

Sports

Latest News

ଲକ୍ଷ୍ନୌ: ଭୁଲ୍‌ ସ୍ପେଲିଂ ଲେଖିବାରୁ ମିଳିଲା ଦଣ୍ଡ। ନିର୍ମମ ଭାବେ ୧୦ମ ଶ୍ରେଣୀ ଛାତ୍ରଙ୍କୁ ପିଟିଲେ ଶିକ୍ଷକ। ଶିକ୍ଷକ ମାଡରେ ଗୁରୁତର ହୋଇ ଶେଷରେ ଆଖିବୁଜିଲା ୧୫ ବର୍ଷର ଦଳିତ ଛାତ୍ର। ଏଭଳି ଏକ ଅଘଟଣ ଘଟିଛି ଉତ୍ତରପ୍ରଦେଶର ଓରେୟା ଜିଲ୍ଲାରେ।

ଉକ୍ତ ୧୫ ବର୍ଷର ଦଳିତ ଛାତ୍ରଙ୍କୁ ସ୍କୁଲ ଶିକ୍ଷକ ଅଶ୍ୱିନୀ ସିଂହ ସେପ୍ଟେମ୍ବର ୭ ତାରିଖରେ ମାଡ ମାରିଥିଲେ। କାରଣ ସେ ସ୍କୁଲର ସାମାଜିକ ବିଜ୍ଞାନ ପରୀକ୍ଷାରେ ସ୍ପେଲିଂ ଭୁଲ୍‌ ଲେଖିଥିଲା। ମାଡ ଖାଇବା ପରେ ଛାତ୍ରର ଅବସ୍ଥା ଗୁରୁତର ହୋଇପଡିଥିଲା। ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଶନିବାର ରାତିରେ ହସ୍ପିଟାଲରେ ହିଁ ଦଳିତ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଏବେ ପୂରା ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି।

ପରିବାର ଲୋକେ ଓ ଭୀମ ଆର୍ମି ସଦସ୍ୟ ଅଭିଯୁକ୍ତ ଶିକ୍ଷକଙ୍କୁ ତୁରନ୍ତି ଗିରଫ କରିବା ପାଇଁ ଦାବି କରିଛନ୍ତି। କ୍ରୋଧିତ ଲୋକମାନେ ପୁଲିସ ଉପରକୁ ପଥର ଫିଙ୍ଗିଛନ୍ତି। ଏପରିକି ଉତ୍ୟକ୍ତ ଲୋକେ ପୁଲିସ କାରରେ ନିଆଁ ଲାଗିଇ ଦେଇଛନ୍ତି। ଗତକାଲି ରାତିରେ ପରିବାର ଲୋକେ ଛାତ୍ରର ମୃତଦେହ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ବରିଷ୍ଠ ପୁଲିସ ଅଧିକାରୀ ଓ ଜିଲ୍ଲା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଆଜି ମୃତ ଛାତ୍ରର ଶେଷ ରୀତିନୀତି ଅନୁଷ୍ଠିତ ହେବ।

ଅଭିଯୋଗ ମୁତାବକ, ସେପ୍ଟେମ୍ବର ୭ରେ ତାରିଖରେ ହୋଇଥିବା ସ୍କୁଲ ପରୀକ୍ଷାରେ ଭୁଲ୍‌ ସ୍ପେଲିଂ ଲେଖିବା କାରଣରୁ ଶିକ୍ଷକ ତାଙ୍କ ଛାତ୍ରକୁ ବାଡ଼ି, ଠେଙ୍ଗାରେ ଆକ୍ରମଣ କରିଥିଲେ। ଏହାପରେ ଛାତ୍ରର ମୃତ୍ୟୁ ହୋଇଛି। ଶିକ୍ଷକ ପ୍ରଥମେ ପିଲାଟିର ଚିକିତ୍ସା ପାଇଁ ୧୦ ହଜାର ଏବଂ ପରେ, ୩୦ ହଜାର ଦେଇଥିଲେ, କିନ୍ତୁ ପରେ ତାଙ୍କ ଫୋନ୍‌ କଲ ଆସିବା ବନ୍ଦ ହୋଇଯାଇଥିଲା। ଯେତେବେଳେ ଶିକ୍ଷକଙ୍କ ସହ ଛାତ୍ରର ବାପା କଥା ହୋଇଥିଲେ ସେତେବେଳେ ତାଙ୍କୁ ଜାତିଆଣ ନିର୍ଯାତନା ଦେବା ସହ ଗାଳି ଗୁଲଜ କରାଯାଇଥିବା ମୃତ ଛାତ୍ରର ବାପା ଦାବି କରିଛନ୍ତି।

ସେପଟେ ମୃତ ଛାତ୍ରଙ୍କ ପରିବାରକୁ ପ୍ରଶାସନ ୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛି। ଏଥିସହ ଖୁବଶୀଘ୍ର ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯିବ ବୋଲି ପ୍ରଶାସନ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story