ନାରଦା ଷ୍ଟିଙ୍ଗ ମାମଲା, ଯାଞ୍ଚ ଅଧିକାରୀଙ୍କୁ ବିଧାନସଭା ବାଚସ୍ପତିଙ୍କ ଡାକରା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ରାଜ୍ୟ ରଜନୀତି ସରଗରମ ରହିଛି। କୋଇଲା ଚୋରା ଚାଲାଣ ମାମଲାରେ ଟିଏମସି ନେତା ଓ ମନ୍ତ୍ରୀଙ୍କ ପରେ ଏବେ ପାଳି  ପଡିଛି ତଦନ୍ତକାରୀ ଅଧିକାରଙ୍କ। ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ନାରଦା ଷ୍ଟିଙ୍ଗ ମାମଲାର ଯାଞ୍ଚ କରୁଥିବା ସିବିଆଇକୁ ଓ ଇଡି ଅଧିକାରୀଙ୍କୁ ସମନ କରିଛନ୍ତି। ବିଧାନସଭା ସଦସ୍ୟଙ୍କ ବିରୋଧରେ ଚାର୍ଜସିଟ୍ ପୂର୍ବରୁ ବାଚସ୍ପତିଙ୍କ କାର୍ଯ୍ୟାଳୟରୁ କାହିଁକି ଅନୁମତି ନେଇଥିଲେ? ଏହାର କାରଣ ଜାଣିବା ପାଇଁ ବିମାନ୍ ବାନାର୍ଜୀ […]

Narada sting case

Narada sting case

Madhupriya Mistry
  • Published: Tuesday, 14 September 2021
  • Updated: 14 September 2021, 01:51 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ରାଜ୍ୟ ରଜନୀତି ସରଗରମ ରହିଛି। କୋଇଲା ଚୋରା ଚାଲାଣ ମାମଲାରେ ଟିଏମସି ନେତା ଓ ମନ୍ତ୍ରୀଙ୍କ ପରେ ଏବେ ପାଳି  ପଡିଛି ତଦନ୍ତକାରୀ ଅଧିକାରଙ୍କ। ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ନାରଦା ଷ୍ଟିଙ୍ଗ ମାମଲାର ଯାଞ୍ଚ କରୁଥିବା ସିବିଆଇକୁ ଓ ଇଡି ଅଧିକାରୀଙ୍କୁ ସମନ କରିଛନ୍ତି।

ବିଧାନସଭା ସଦସ୍ୟଙ୍କ ବିରୋଧରେ ଚାର୍ଜସିଟ୍ ପୂର୍ବରୁ ବାଚସ୍ପତିଙ୍କ କାର୍ଯ୍ୟାଳୟରୁ କାହିଁକି ଅନୁମତି ନେଇଥିଲେ? ଏହାର କାରଣ ଜାଣିବା ପାଇଁ ବିମାନ୍ ବାନାର୍ଜୀ ସେପ୍ଟେମ୍ବର ୨୨ରେ ହାଜର ହେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବାଚସ୍ପତିଙ୍କ ତରଫରୁ ଉଭୟ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାର କାର୍ଯ୍ୟାଳୟକୁ ଏନେଇ ଚିଠି ପଠାଯାଇଛି। ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଜନ ପ୍ରତିନିଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସ୍ପିକରଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ। ତଦନ୍ତ ଅଧିକାରୀ ଏହାର କାରଣ ତୁରନ୍ତ ଜଣାନ୍ତୁ ବୋଲି ଚିଠିରେ ଉଲ୍ଲେଖ ରହିଛି।

ସେପଟେ ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀ ମଳୟ ଘଟ ଆଜି ଦିଲ୍ଲୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇନାହାନ୍ତି। କାରଣ ଏତେ କମ୍‌ ସମୟ ମଧ୍ୟରେ ଦିଲ୍ଲୀ ପହଞ୍ଚିବା ସମ୍ଭବ ନଥିଲା ବୋଲି ସେ କହିଛନ୍ତି। ଏଥିପାଇଁ ଭିଡିଓ କନ୍‌ଫ୍ରେନ୍ସିଂ ଜରିଆରେ ହାଜର ହେବା ତଥା କୋଲକାତାରେ ତଦନ୍ତ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, କଥିତ କୋଇଲା ସ୍କାମ ମାମଲାରେ ଇଡି ଆଜି ପଶ୍ଚିମବଙ୍ଗ ଆଇନ୍‌ ମନ୍ତ୍ରୀଙ୍କୁ ହାଜର ହେବାକୁ ସମନ କରିଥିଲା।

https://twitter.com/ANI/status/1437639832935624708?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos