Advertisment

ଇଡ଼ିରେ ହାଜର ହେଲେ ମମତାଙ୍କ ପୁତୁରା

ନୂଆଦିଲ୍ଲୀ: ଇଡ଼ିରେ ହାଜର ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ। କୋଇଲା ଦୁର୍ନୀତି ମାମଲାରେ ନୂଆଦିଲ୍ଲୀ ଜାମନଗର ସ୍ଥିତ ଇଡି ଅଫିସିରେ ସେ ପହଞ୍ଚିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରାଉଚରା କରୁଛି। ଇଡି ଅଫିସକୁ ଯିବା ପୂର୍ବରୁ ଅଭିଷେକ କହିଛନ୍ତି, ‘ମୁଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସହଯୋଗ କରିବି। ତଦନ୍ତର ସମ୍ମୁଖୀନ ହେବାକୁ ମୁଁ ପ୍ରସ୍ତୁତ।’ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡ୍ରିଂ ଆକ୍ଟରେ ଥିବା ବ୍ୟବସ୍ଥା ଅନୁଯାୟୀ ତଦନ୍ତକାରୀ ଅଧିକାରୀ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଇଡ଼ିରେ ହାଜର ହେଲେ ମମତାଙ୍କ ପୁତୁରା

Abhishek banerjee

ନୂଆଦିଲ୍ଲୀ: ଇଡ଼ିରେ ହାଜର ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ। କୋଇଲା ଦୁର୍ନୀତି ମାମଲାରେ ନୂଆଦିଲ୍ଲୀ ଜାମନଗର ସ୍ଥିତ ଇଡି ଅଫିସିରେ ସେ ପହଞ୍ଚିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରାଉଚରା କରୁଛି।

Advertisment

ଇଡି ଅଫିସକୁ ଯିବା ପୂର୍ବରୁ ଅଭିଷେକ କହିଛନ୍ତି, 'ମୁଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସହଯୋଗ କରିବି। ତଦନ୍ତର ସମ୍ମୁଖୀନ ହେବାକୁ ମୁଁ ପ୍ରସ୍ତୁତ।' ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡ୍ରିଂ ଆକ୍ଟରେ ଥିବା ବ୍ୟବସ୍ଥା ଅନୁଯାୟୀ ତଦନ୍ତକାରୀ ଅଧିକାରୀ ଅଭିଷେକ ବାନାର୍ଜୀଙ୍କ ବୟାନ ରେକର୍ଡ କରିବେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ରବିବାର ଦିନ କୋଲ୍‌କାତା ବିମାନ ବନ୍ଦରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ବାନାର୍ଜୀ କହିଥିଲେ ଯେ, 'କୌଣସି ବେଆଇନ ଆର୍ଥିକ ନେଣଦେଣରେ ତାଙ୍କର ସମ୍ପୃକ୍ତି ଥିବା କଥା କେନ୍ଦ୍ରୀୟ ଏଜେନ୍ସି ଯଦି ପ୍ରମାଣ କରିଦିଅନ୍ତି ତେବେ ସେ ଫାଶୀ ଲାଇଦେବ।'

Advertisment

ପଶ୍ଚିମବଙ୍ଗ ଅନ୍ତର୍ଗତ ଆସାନସୋଲ୍‌ ଚାରିପଟେ ଥିବା କୁନୁସ୍ତୋରିଆ ଏବଂ କାଜୋରା ଅଞ୍ଚଳରେ ଥିବା ‘ଇଷ୍ଟର୍ଣ୍ଣ କୋଲ୍‌ଫିଲ୍‌ଡ୍‌ସ୍‌ ଲିମିଟେଡ୍‌’ର ଖଣିଗୁଡ଼ିକରୁ କୋଟି କୋଟି ଟଙ୍କାର କୋଇଲା ଚୋରି ଅଭିଯୋଗ ହୋଇଥିଲା। ଏହି ମାମଲାରେ ୨୦୨୦ ନଭେମ୍ବରରେ ସିବିଆଇ ଫାଇଲ୍ କରିଥିବା ଏଫ୍‌ଆଇଆର୍‌ ଅନୁସାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅପରାଧିକ ମାମଲା ରୁଜୁ କରିଛି।

ପ୍ରକୃତରେ ଇଡି କୋଇଲା ଦୁର୍ନୀତି ମାମଲାରେ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀଙ୍କୁ ମଧ୍ୟ ସମନ କରିଥିଲା। କିନ୍ତୁ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା କୋଭିଡ ସ୍ଥିତି ଯୋଗୁଁ ଇଡି ଆଗରେ ହାଜର ହେବାକୁ ଅସମର୍ଥ ବୋଲି କହିଥିଲେ। ଏଥିସହ କୋଲକାତା ସ୍ଥିତ ତାଙ୍କ ଘରକୁ ଆସି ତାଙ୍କୁ ପଚରାଉଚରା କରିବା ପାଇଁ ସେ ତଦନ୍ତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ।

ସେପଟେ ଇଡିର ଏଭଳି ଡାକରାକୁ ନେଇ ରାଗିଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୋଦି ସରକାରଙ୍କୁ ସେ କଡା ଭାଷାରେ ସମାଲୋଚନା କରିଛନ୍ତି। ଦେଶର ସଙ୍ଘୀୟ ଢ଼ାଞ୍ଚାକୁ ମୋଦି ସରକାର ନଷ୍ଟ କରିଦେଇଥିବା ନେଇ ସେ ଅଭିଯୋଗ ଆଣିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଅଭିଷେକ ବାନାର୍ଜୀ ଲୋକସଭାରେ ହୀରାଖଣ୍ଡ ହାରବର୍ ଆସନକୁ ପ୍ରତିନିଧିତ୍ୱ କରୁଛନ୍ତି ଏବଂ ଟିଏମସିର ସାଧାରଣ ସଚିବ ପଦ ତୁଲାଉଛନ୍ତି।

TMC