ମିଛ ଥିଲା ଗଣଦୁଷ୍କର୍ମ, ଅତିରଞ୍ଜିତ କରିଥିଲେ ମହିଳା କମିଶନର!

ଗାଜିଆବାଦ: ଦିଲ୍ଲୀର ଜଣେ ମହିଳାଙ୍କୁ ଗାଜିଆବାଦରେ ଗଣଦୁଷ୍କର୍ମ ସହ ଅତ୍ୟନ୍ତ ଭୟଙ୍କର ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ନୂଆ ଟ୍ୱିଷ୍ଟ ଆସିଛି। ବାସ୍ତବରେ ଗଣଦୁଷ୍କର୍ମ ଓ ନିର୍ଯାତନା ଘଟଣା କେବଳ ଡ୍ରାମା ଥିଲା। ତଥାକଥିତ ପୀଡ଼ିତା ଜଣଙ୍କ ଜମି ବିବାଦ ଘଟଣାରେ କିଛି ଯୁବକଙ୍କୁ ଫସାଇବା ପାଇଁ ଏପରି ନାଟକ କରିଥିଲେ। ଏହି ଅଭିଯୋଗକୁ ଯାଞ୍ଚ ନ କରି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ମଧ୍ୟ ଟ୍ୱିଟ କରି ଏହାର ପ୍ରଚାର କରିଥିଲେ। ମହିଳା ଜଣଙ୍କ […]

UP

UP

Hemant Lenka
  • Published: Friday, 21 October 2022
  • Updated: 21 October 2022, 04:26 PM IST

Sports

Latest News

ଗାଜିଆବାଦ: ଦିଲ୍ଲୀର ଜଣେ ମହିଳାଙ୍କୁ ଗାଜିଆବାଦରେ ଗଣଦୁଷ୍କର୍ମ ସହ ଅତ୍ୟନ୍ତ ଭୟଙ୍କର ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ନୂଆ ଟ୍ୱିଷ୍ଟ ଆସିଛି। ବାସ୍ତବରେ ଗଣଦୁଷ୍କର୍ମ ଓ ନିର୍ଯାତନା ଘଟଣା କେବଳ ଡ୍ରାମା ଥିଲା। ତଥାକଥିତ ପୀଡ଼ିତା ଜଣଙ୍କ ଜମି ବିବାଦ ଘଟଣାରେ କିଛି ଯୁବକଙ୍କୁ ଫସାଇବା ପାଇଁ ଏପରି ନାଟକ କରିଥିଲେ। ଏହି ଅଭିଯୋଗକୁ ଯାଞ୍ଚ ନ କରି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ମଧ୍ୟ ଟ୍ୱିଟ କରି ଏହାର ପ୍ରଚାର କରିଥିଲେ। ମହିଳା ଜଣଙ୍କ ତାଙ୍କର କିଛି ସହଯୋଗୀଙ୍କୁ ଘଟଣାର ପ୍ରଚାର ପ୍ରସାର କରିବାକୁ ଟଙ୍କା ମଧ୍ୟ ଦେଇଥିଲେ ବୋଲି ପୁଲିସ୍‌ କହିଛି।

ଉତ୍ତର ପ୍ରଦେଶ ପୁଲିସ୍‌ ଘଟଣାର ଯାଞ୍ଚ କରି ମହିଳାଙ୍କ ସାଥ ଦେଇ ଅପହରଣ ଓ ନିର୍ଯାତନାର ନାଟକ କରିଥିବା ୩ ଜଣ ଯୁବକଙ୍କୁ ଗତକାଲି ଗିରଫ କରିଛି।
ଏହି ମାମଲାଟି ସ୍ୱାତୀ ମାଲିୱାଲ ପୋଷ୍ଟ କରିଥିବା ଭିଡିଓ ପରେ ଅଧିକ ଲୋକଲୋଚନକୁ ଆସିଥିଲା। ମାଲିୱାଲ ଭିଡିଓ ପୋଷ୍ଟ କରି କହିଥିଲେ ଯେ ଜଣେ ୩୬ ବର୍ଷୀୟ ମହିଳାଙ୍କୁ ଗୋଟିଏ ଅଖାରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି।

ତାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ତାଙ୍କ ଶରୀରର ପ୍ରାଇଭେଟ ପାର୍ଟରେ ଏବେ ବି ଲୁହାରଡ ରହିଛି। ସେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି। ତାଙ୍କୁ ଅପହରଣ କରିଥିବା ଯୁବକମାନେ ଦୁଇ ଦିନ କାଳ ତାଙ୍କୁ ପଣବନ୍ଦୀ କରି ଗଣଦୁଷ୍କର୍ମ କରିଥିଲେ। ଏଥିସହ ତାଙ୍କୁ ଭୟଙ୍କର ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ସେ ୨୦୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ସହ ମଧ୍ୟ ଯୋଡ଼ିଥିଲେ।

ତେବେ ପୁଲିସ୍‌ କେବେ ହେଲେ ଏହି ଦାବିକୁ ଠିକ୍‌ ବୋଲି କହି ନଥିଲା। ପୁଲିସ୍‌ କେବଳ ତଦନ୍ତ ଜାରି ରଖିଥିଲା। ମହିଳା ଜଣଙ୍କ କହିଥିବା ୫ ଯୁବକଙ୍କ ମଧ୍ୟରୁ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିବା ପରେ ଜମି ବିବାଦ ମାମଲା ସାମ୍ନାକୁ ଆସିଥିଲା। ମାଲିୱାଲ ଗଭୀର କ୍ଷତଚିହ୍ନ କଥା କହୁଥିବା ବେଳେ ମହିଳା ଜଣଙ୍କ ଚିକିତ୍ସିତ ହେଉଥିବା ଜଟିବି ହସ୍ପିଟାଲର ଡାକ୍ତରମାନେ ସେମିତି କିଛି ବି ପାଇ ନଥିଲେ।

ପୁଲିସ କହିଛି ଯେ ମହିଳା ଜଣଙ୍କ ଯେଉଁ ଦୁଇ ଦିନ ନିଖୋଜ ଥିଲେ। ହେଲେ ଏହି ସମୟରେ ତାଙ୍କୁ କେହି ବି ଅପହରଣ କରି ନଥିଲେ। ବରଂ ସେ ତାଙ୍କ ସାଙ୍ଗମାନଙ୍କ ସହ ରହିଥିଲେ। ସେ ତାଙ୍କର ଦୁଇ ଜଣ ସାଙ୍ଗ ସହ ଦୁଇ ଦିନ କାଟିଥିଲେ। ଏହି ସମୟରେ ହିଁ ମହିଳା ଜଣଙ୍କ ନିଜର ଅପହରଣ କଥା କହିଥିଲେ ଓ ୫ ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ।

ଫୋନ ସିଗ୍ନାଲରୁ ସ୍ପଷ୍ଟ ହୋଇଛି ଯେ ମହିଳା ଜଣଙ୍କୁ ଯେଉଁ ଆଶ୍ରମ ରୋଡରୁ ଉଦ୍ଧାର କରାଯାଇଥିଲା, ସେଇଠାରେ ହିଁ ତାଙ୍କ ଫୋନକୁ ଜଣେ ବନ୍ଧୁ ବନ୍ଦ କରିଥିଲେ। ମହିଳା ଜଣଙ୍କ ଯେଉଁ କାର୍‌ରେ ତାଙ୍କ ସାଙ୍ଗମାନଙ୍କ ପାଖକୁ ଯାଇ ୨ ଦିନ ବିତାଇଥିଲେ, ତା’କୁ ମଧ୍ୟ ପୁଲିସ୍‌ ଜବତ କରିଛି।

ମହିଳା ଜଣଙ୍କ ଅଭିଯୋଗ କରିଥିଲେ ଯେ ଗାଜିଆବାଦରୁ ସେ ଗୋଟିଏ ଜନ୍ମଦିନ ପାର୍ଟିରେ ଯୋଗଦେଇ ଦିଲ୍ଲୀ ଆସିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ତାଙ୍କ ଭାଇ ତାଙ୍କୁ ବସ୍‌ ଷ୍ଟାଣ୍ଡରେ ଛାଡ଼ି ଦେଇ ଚାଲି ଯାଇଥିଲେ। ସେ ବସ୍‌ ପାଇଁ ଅପେକ୍ଷା କରିଥିବା ବେଳେ ୫ ଜଣ ଯୁବକ ଗୋଟିଏ କାର ନେଇ ସେଠାରେ ପହଞ୍ଚିଥିଲେ ଓ ବନ୍ଧୁକ ମୁନରେ ତାଙ୍କୁ ଅପହରଣ କରି ନେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ। ତେବେ ଏଥିରେ କୌଣସି ସତ୍ୟତା ନାହିଁ ୫ ଜଣ ଯୁବକଙ୍କୁ ଫସାଇବା ପାଇଁ ମହିଳା ଜଣଙ୍କ ଏପରି ନାଟକ କରିଥିବା ପୁଲିସ୍‌ କହିଛି।

ପୁଲିସ୍‌ ଅଧିକାରୀ ଆହୁରି କହିଛନ୍ତି ଯେ ଏହି ତଥାକଥିତ ଦୁଷ୍କର୍ମ ମାମଲାର ପ୍ରଚାର କରିବାକୁ ମହିଳାଙ୍କ ଜଣେ ବନ୍ଧୁ ପେ-ଟିଏମ ଜରିଆରେ ଆଉ ଜଣେ ବ୍ୟକ୍ତିଙ୍କୁ ଟଙ୍କା ଦେଇଥିଲେ। ମହିଳାଙ୍କ ଉକ୍ତ ବନ୍ଧୁଙ୍କ ନାଁରେ ପୂର୍ବରୁ ୩ଟି ଅପରାଧିକ ମାମାଲା ରହିଛି। ବୁଧବାର ତାଙ୍କୁ ଠାବ କରାଯିବା ପରେ ପ୍ରଥମେ ତାଙ୍କୁ ଗାଜିଆବାଦର ଗୋଟିଏ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ସେ ମୀରଟ ଯିବାକୁ କହିଥିଲେ। ତେବେ ଉଭୟ ହସ୍ପିଟାଲରେ ମହିଳା ଜଣଙ୍କ ନିଜର ମେଡିକାଲ ଟେଷ୍ଟ କରିବାକୁ ମନା କରିବାରୁ ପୁଲିସ୍‌ର ସନ୍ଦେହ ସୃଷ୍ଟି ହୋଇଥିଲା। ଶେଷରେ ତାଙ୍କୁ ଦିଲ୍ଲୀର ଜିଟିବି ହସ୍ପିଟାଲରେ ଆଡମିଟ କରାଯାଇଛି। ଏସବୁ ଭିତରେ ମାଲିୱାଲ ଓ ମହିଳାଙ୍କ ମିଛ ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story