୧୦ ଦିନ ପରେ ମିଳିଲା ନିଖୋଜ ପାଇଲଟଙ୍କ ମୃତଦେହ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନୀ ଏୟାରକ୍ରାଫ୍ଟ MiG-29kର ପାଇଲଟଙ୍କର ମୃତଦେହ ସୋମବାର ଆରବ ସାଗରରୁ ମିଳିଛି। ଗତ ୧୦ ଦିନ ଧରି ଭାରତୀୟ ନୌସେନାର ଯବାନମାନେ ଆରବ ସାଗରରେ ସର୍ଚ୍ଚ ଅପରେସନ୍ ଚଳାଯାଇଥିଲେ। ନଭେମ୍ବର ୨୬ ତାରିଖରେ ଏହି ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣେ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଆଉଜଣେ ନିଖୋଜ ଥିଲେ। ଯେଉଁ ପାଇଲଟ୍ ଜଣକ ନିଖୋଜ ଥିଲେ, ତାଙ୍କର ମୃତଦେହ ଆଜି ମିଳିଛି। ଏ ନେଇ ଭାରତୀୟ […]

navy

navy

Ranjit Kumar Jena
  • Published: Monday, 07 December 2020
  • Updated: 07 December 2020, 06:14 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନୀ ଏୟାରକ୍ରାଫ୍ଟ MiG-29kର ପାଇଲଟଙ୍କର ମୃତଦେହ ସୋମବାର ଆରବ ସାଗରରୁ ମିଳିଛି। ଗତ ୧୦ ଦିନ ଧରି ଭାରତୀୟ ନୌସେନାର ଯବାନମାନେ ଆରବ ସାଗରରେ ସର୍ଚ୍ଚ ଅପରେସନ୍ ଚଳାଯାଇଥିଲେ। ନଭେମ୍ବର ୨୬ ତାରିଖରେ ଏହି ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣେ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଆଉଜଣେ ନିଖୋଜ ଥିଲେ। ଯେଉଁ ପାଇଲଟ୍ ଜଣକ ନିଖୋଜ ଥିଲେ, ତାଙ୍କର ମୃତଦେହ ଆଜି ମିଳିଛି।

ଏ ନେଇ ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି, ଯେଉଁ ପାଇଲଟଙ୍କ ମୃତଦେହ ଉଦ୍ଧାର କରାଯାଇଛି, ତାଙ୍କ ନାଁ କମାଣ୍ଡାଣ୍ଟ ନିଶାନ୍ତ ସିଂହ। ମୃତଦେହ ଗୋଆ ସମୁଦ୍ର ମୁହାଣରୁ ପ୍ରାୟ ୫୦ କିମି ଦୂର ଆରବ ସାଗରରୁ ମିଳିଛି। ମୃତଦେହ ପ୍ରାୟ ୭୦ ମିଟର୍ ଗଭୀର ପାଣି ଭିତରେ ଥିଲା।

ସୂଚନାଯୋଗ୍ୟ, ନଭେମ୍ବର ୨୬ ତାରିଖ ସନ୍ଧ୍ୟା ୫ଟା ବେଳେ ଏୟାରକ୍ରାଫ୍ଟ ଦୁର୍ଘଟଣା ହୋଇ ଆରବ ସାଗରରେ ପଡ଼ିଥିଲା। ପରଦିନ ସକାଳେ ନୌସେନା ଅଧିକାରୀଙ୍କୁ ଏହାର ସୂଚନା ମିଳିଥିଲା। ଯାହା ପରେ ତତ୍କାଳ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା ଏବଂ ନୌସେନାର ଯବାନ୍ ଜଣେ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ତେବେ ଅନ୍ୟ ଜଣଙ୍କୁ ଖୋଜିବା ଅଭିଯାନ ଜାରି ରହିଥିଲା।

ଚଳିତ ବର୍ଷ MiG-29kର ଏହା ତୃତୀୟ କ୍ରାସ୍। ଫେବୃଆରୀରେ ଗୋଆରେ ରୁଟିନ୍ ସିଟି (ପ୍ରାକ୍ଟିସ୍ ଉଡ଼ାଣ) ବେଳେ ନୌସେନାର MiG କ୍ରାସ ହୋଇଥିଲା। ତେବେ ଏହି ଦୁର୍ଘଟଣାରୁ ପାଇଲଟ୍ ନିଜକୁ ସୁରକ୍ଷିତ ବାହାର କରି ନେଇଥିଲେ। MiG-29k ଏୟାରକ୍ରାଫ୍ଟ କ୍ୟାରିୟର ବିକ୍ରମାଦିତ୍ୟ ଦ୍ୱାରା ପରିଚାଳିତ ହୋଇଥାଏ। ନିକଟରେ ମାଲାବାରରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ମିଳିତ ଯୁଦ୍ଧାଭ୍ୟାସରେ MiG ବିମାନ ଭାଗ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos