ନୂଆଦିଲ୍ଲୀ: ଶିଳ୍ପପତି ସୁଭାଷ ଚନ୍ଦ୍ରାଙ୍କୁ ୟେସ୍ ବ୍ୟାଙ୍କ ମନି ଲଣ୍ଡରିଂ ମାମଲାରେ ସମନ୍ କରାଯାଇଛି। ପୂର୍ବରୁ ଏହି ବ୍ୟାଙ୍କର ପ୍ରତିଷ୍ଠାତା ଗିରଫ ହୋଇ ପୁଲିସ୍ ହେପାଜତରେ ଅଛନ୍ତି।
ବର୍ତ୍ତମାନ ଅଭିଯୋଗ ଆସିଛି, ସଙ୍କଟ ଜନକ ସ୍ଥିତିରେ ଥିବା ୟେସ୍ ବ୍ୟାଙ୍କରେ ସୁଭାଷ ଚନ୍ଦ୍ରାଙ୍କ କମ୍ପାନୀ ଏସେଲ୍ ଗ୍ରୁପ୍ର କିଛି ଏଭଳି ଆକାଉଣ୍ଟ ଅଛି ଯାହା ନାମରେ ୮୦୦୦ କୋଟି ଟଙ୍କାର ବକେୟା ବା ଋଣ ରହିଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଏହା ପୂର୍ବରୁ ସୁଭାଷ ଚନ୍ଦ୍ରାଙ୍କ ବ୍ୟତୀତ ଅନୀଲ ଅମ୍ବାନୀ ଏବଂ ଗୌତମ ଥାପ୍ପରଙ୍କ ଭଳି ଶିଳ୍ପପତିଙ୍କୁ ସମନ୍ କରିଥିଲା। ଏହା ପରେ ଅନୀଲ ଅମ୍ବାନୀ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହେବାରେ ବିଳମ୍ବ କରାଇବାରୁ ତାଙ୍କୁ ବର୍ତ୍ତମାନ ପୁଣି ସମନ୍ କରାଯାଇଛି।
ୟେସ୍ ବ୍ୟାଙ୍କ ନିୟମ ଉଲ୍ଲଂଘନ କରି ଋଣ ଦେଇଥିବା ନେଇ ପୂର୍ବରୁ ଅଭିଯୋଗ ଆସିଥିଲା। ଇଡି ଏହି ସମସ୍ତ ମାମଲାର ତଦନ୍ତ କରୁଛି। ଭାରତର ଚତୁର୍ଥ ବୃହତ ଘରୋଇ ବ୍ୟାଙ୍କ ୟେସ୍ ବ୍ୟାଙ୍କ ନାମରେ ୩୪ ହଜାର କୋଟି ଟଙ୍କାର ଅନାଦେୟ ଋଣ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ପ୍ରବଳ ଥଣ୍ଡା, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍କୁଲ ଛୁଟି
ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଅନୁଭୂତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିଛନ୍ତି।
National
ଆଶ୍ଚର୍ଯ୍ୟ! ଡାକ୍ତର ଘୋଷଣା କରିଥିଲେ ମୃତ, କିନ୍ତୁ ଜୀବନ ଫେରାଇ ଦେଲା ହମ୍ପସ
ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିବା ଜଣେ ବୃଦ୍ଧ ଘଟଣାକ୍ରମରେ ଜୀବିତ ଅବସ୍ଥାରେ ହସ୍ପିଟାଲରୁ ବାହାରିଛନ୍ତି।
National
ବାହା ହେବା ନିଶାରେ ଭାରତରୁ ପାକିସ୍ତାନ ପଳାଇଲେ, କିନ୍ତୁ...
ଯେଉଁ ଅନାଲାଇନ ବନ୍ଧୁଙ୍କୁ ବାହା ହେବାକୁ ଯୁବକ ଜଣଙ୍କ ଏତେ ରିସ୍କ ନେଇଥିଲେ, ସେ ନିଜେ ହିଁ ତାଙ୍କ ବାହାଘର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।
Crime
ପୁଲିସ ଉପରେ ଗାଡି ଚଢ଼ାଇ ଚମ୍ପଟ ମାରିଲେ ଗଞ୍ଜେଇ ଗ୍ୟାଙ୍ଗ; ଦେଖନ୍ତୁ ଭିଡିଓ
ପୂର୍ବରୁ ସୂଚନା ପାଇ ଗଞ୍ଜେଇ ଗ୍ୟାଙ୍ଗକୁ ଧରିବା ପାଇଁ ଟୋଲ ପ୍ଲାଜାରେ ଅଟକାଇଥିଲା ପୁଲିସ। ଗାଡ଼ି ଚଢ଼ାଇ ଫେରାର୍ ହୋଇଗଲେ ଗଞ୍ଜେଇ ମାଫିଆ।
Crime
ପଡ଼ୋଶୀଙ୍କୁ ହତ୍ୟା କଲେ ବାପ-ପୁଅ, କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲେ
ସୁରେଶଙ୍କ ଝିଅ ଫେରାର ହେବା ପଛରେ ରାମଚନ୍ଦ୍ରଙ୍କ ହାତ ଥିବା ଆଶଙ୍କାରେ ତାଙ୍କୁ ବାପ-ପୁଅ ମାରି ଦେଇଛନ୍ତି।